ଜବତ ସୁନାର ଓଜନ 3.420 କିଲୋଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୨ କୋଟି ୯୫ ଲକ୍ଷ ୯୦ ହଜାର ୧୮୨ ଟଙ୍କା ହେବ ବୋଲି କୁହାଯାଉଛି। ଏଥି ସହିତ ଜଣେ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛି ବିଏସଏଫ ।
Trending Photos
india bangladesh border: ଭାରତ-ବାଂଲାଦେଶ ସୀମାରେ ଏକ ବଡ଼ ସଫଳତା ହାସଲ କରିଛି ସୀମା ସୁରକ୍ଷା ବାହିନୀ (BSF) । ସର୍ଚ୍ଚ ଅପରେସନ୍ ସମୟରେ ଆନୁମାନିକ ପ୍ରାୟ ୩ କୋଟି ଟଙ୍କା ମୂଲ୍ୟର ୨୫ଟି ସୁନା ବିସ୍କୁଟ ଉଦ୍ଧାର କରିଛନ୍ତି ବିଏସଏଫ ଯବାନ। ଉକ୍ତ ସୁନା ଚୋରା ଚାଲାଣ କରାଯାଉଥିବା ସୂଚନା ମିଳିଛି । ଜବତ ସୁନାର ଓଜନ 3.420 କିଲୋଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୨ କୋଟି ୯୫ ଲକ୍ଷ ୯୦ ହଜାର ୧୮୨ ଟଙ୍କା ହେବ ବୋଲି କୁହାଯାଉଛି। ଏଥି ସହିତ ଜଣେ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛି ବିଏସଏଫ ।
ମିଳିଥିବା ଖବର ମୁତାବକ, ଫେବୃଆରୀ ୧୪, ୨୦୨୫ରେ, ବିଏସଏଫର ୧୪୩ ନମ୍ୱର ବାଟାଲିୟନକୁ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଥିଲା ଯେ, ପଶ୍ଚିମବଙ୍ଗର ପରଗନାରେ ସୀମା ପାର ହୋଇ ସୁନା ଚୋରା ଚାଲାଣ ହେବାକୁ ଯାଉଛି। ଏହା ପରେ, ବିଏସଏଫ ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେହି ଅଞ୍ଚଳରେ ସୁନା ଚାଲାଣ ସତକୁ ସାମ୍ନାକୁ ଆଣିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜଣେ ସନ୍ଦିଗ୍ଧ ମୋଟରସାଇକେଲ ଚାଳକ BOP ବିଥାରି କ୍ୟାମ୍ପ ନିକଟରେ ପହଞ୍ଚିଥିଲେ। ତାପରେ ବିଏସଏଫ ଯବାନ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ବିଏସଏଫ ଯବାନମାନେ ସନ୍ଦିଗ୍ଧକୁ ପଚରାଉଚରା କରିବା ସହ ଗାଡି ଯାଞ୍ଚ କରିଥିଲେ । ଖୋଜାଖୋଜି କରିବା ପରେ ବାଇକ୍ର ପେଟ୍ରୋଲ୍ ଟାଙ୍କି ତଳେ ଲୁଚାଇ ରଖାଯାଇଥିବା ୨୫ଟି ସୁନା ବିସ୍କୁଟ ଯବତ କରାଯାଇଥିଲା । ଚୋରା ଚାଲାଣକାରୀଙ୍କୁ ହେପାଜତକୁ ନେଇଥିଲା ବିଏସଏଫ। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ BOP ବିଥାରିକୁ ଅଣାଯାଇଥିଲା। ସେଠାରେ ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ କହିଥିଲେ ଯେ, ସେ ଉତ୍ତର ୨୪ ପରଗନା ଜିଲ୍ଲାର ପଦମଭିଲା ଗାଁର ବାସିନ୍ଦା।
ଅଭିଯୁକ୍ତ ଜଣକ ଗତ ଦୁଇ ମାସ ଧରି ଜଣେ ବାଂଲାଦେଶୀ ଚୋରା ଚାଲାଣକାରୀଙ୍କ ସହ ସମ୍ପର୍କରେ ଥିଲେ। ତାଙ୍କୁ ବିଥାରି ମାର୍କେଟ୍ ନିକଟରେ ରାସ୍ତା କଡ଼ରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସୁନା ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କୁ ୧୫୦୦ ଟଙ୍କା ଦିଆଯିବାର କଥା ଥିଲା। କିନ୍ତୁ ବିଏସଏଫର ସତର୍କତା ଯୋଗୁଁ ସବୁ ଷଡଯନ୍ତ୍ର ଫେଲ୍ ମାରିଥିଲା । ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ବିଭାଗର ସାହାଯ୍ୟ ନିଆଯାଉଛି।
ବିଏସଏଫ ଦକ୍ଷିଣ ବଙ୍ଗ ଫ୍ରଣ୍ଟିୟରର ଡିଆଇଜି ଏନକେ ପାଣ୍ଡେଙ୍କ କହିବା ମୁତାବକ, ଚୋରା ଚାଲାଣ ଏବଂ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚୋରା ଚାଲାଣକାରୀମାନେ ନୂଆ କୌଶଳ ଅବଲମ୍ବନ କରିବା ସତ୍ତ୍ୱେ, ବିଏସଏଫ ନିରନ୍ତର କାର୍ଯ୍ୟାନୁଷ୍ଠାନ ସେମାନଙ୍କ ଷଡ଼ଯନ୍ତ୍ରକୁ ବିଫଳ କରୁଛି।
ବାଂଲାଦେଶରେ ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ଚୋରା ଚାଲାଣକାରୀମାନେ ଅଧିକ ସକ୍ରିୟ ହେଉଛନ୍ତି । କିନ୍ତୁ ବିଏସଏଫର ସତର୍କତା କାରଣରୁ ବିଭିନ୍ନ ସ୍ଥାନରୁ ସୁନା ଏବଂ ରୂପା ଚୋରା ଚାଲାଣକାରୀ ନିରନ୍ତର ଧରାପଡୁଛନ୍ତି। ଭାରତ-ବାଂଲାଦେଶ ସୀମାରେ ପୂର୍ବରୁ ବିଏସଏଫ ପକ୍ଷରୁ ୧୧୮୬୬ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଥିଲା । ଏଥିସହ 32 ଲକ୍ଷ 65 ହଜାର 700 ଟଙ୍କାର ନକଲି ଟଙ୍କା ମଧ୍ୟ ଉଦ୍ଧାର କରାଯାଇଥିଲା । ଅନେକ ଚୋରା ଚାଲାଣକାରୀଙ୍କୁ ପୂର୍ବରୁ ମଧ୍ୟ ଗିରଫ କରାଯାଇଛି।
Also Read- Saptahik Rashifal: ନୂଆ ସପ୍ତାହ କେଉଁ ରାଶିକୁ କିପରି ଫଳ ଦେବ ? ଜାଣନ୍ତୁ ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ତଥ୍ୟ