Advertisement
Photo Details/zeeodisha/odisha2647717
photoDetails0hindi

Mangal Gochar 2025: ପୁଷ୍ୟା ନକ୍ଷତ୍ରରେ ମଙ୍ଗଳ ଚଳନ, ୩ ରାଶିକୁ ମିଳିବ ଆର୍ଥିକ ସୁଖ

Mangal Pushya Yog: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ମଙ୍ଗଳ ଗ୍ରହ ଶନିଙ୍କ ମାଲିକାନାରେ ଥିବା ପୁଷ୍ୟା ନକ୍ଷତ୍ରରେ ଚଳନ କରିବେ ସେତେବେଳେ 'ମଙ୍ଗଳ ପୁଷ୍ୟା ଯୋଗ' ଗଠନ ହେବ। ଏହି ଯୋଗ ପ୍ରଭାବରେ ୩ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଚମକିବ ।

1/5

ମଙ୍ଗଳ ପୁଷ୍ୟ ଯୋଗ ଗଠନ

ବୈଦିକ ଜ୍ୟୋତିଷ ଅନୁସାରେ ମଙ୍ଗଳ ଗ୍ରହକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି। ମଙ୍ଗଳଙ୍କୁ ପୃଥିବୀ ପୁତ୍ର ଏବଂ ଗ୍ରହମାନଙ୍କର ସେନାପତି ଭାବେ ବିବେଚନା କରାଯାଇଛି । ମଙ୍ଗଳ ଗ୍ରହ ଶକ୍ତି, ଉତ୍ସାହ, ସାହସ, ଆତ୍ମବିଶ୍ୱାସ ଏବଂ ଶାରୀରିକ ଶକ୍ତିର ପ୍ରତୀକ ବୋଲି ଜ୍ୟୋତିଷ ମତ ଦିଅନ୍ତି। ଜ୍ୟୋତିଷ ଗଣନା ଅନୁସାରେ, ୧୨ ଏପ୍ରିଲ୍ ୨୦୨୫ ସକାଳ ୬:୩୨ ସମୟରେ ମଙ୍ଗଳ ଶନିଙ୍କ ମାଲିକାନାରେ ଥିବା ପୁଷ୍ୟା ନକ୍ଷତ୍ରରେ ଚଳନ କରିବେ । ଫଳରେ 'ମଙ୍ଗଳ ପୁଷ୍ୟା ଯୋଗ' ଗଠନ ହେବାକୁ ଯାଉଛି।

2/5

କର୍କଟ ରାଶି

ମଙ୍ଗଳ ପୁଷ୍ୟା ନକ୍ଷତ୍ରରେ ଚଳନ କରିବା ପରେ ସମୟ ଆପଣଙ୍କ ପାଇଁ ବହୁତ ଶୁଭ ପ୍ରମାଣିତ ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ସମାଜରେ ଆପଣଙ୍କ ମାନ ସମ୍ମାନ ଏବଂ ପ୍ରତିଷ୍ଠା ବଢିବ । କର୍ମକ୍ଷେତ୍ରରେ ଆପଣଙ୍କୁ ପୁରସ୍କାର ମିଳିବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ଖୁସି ମିଳିବ । ପାରିବାରିକ ସମ୍ପର୍କରେ ମଧୁରତା ଆସିବ। କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ଫେରି ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ମଜବୁତ ହେବ । ଆର୍ଥିକ ସମସ୍ୟାର ଅନ୍ତ ଘଟିବ। ଘରେ କିଛି ଶୁଭ କାର୍ଯ୍ୟ ଆୟୋଜନ ହୋଇପାରେ ।

3/5

କନ୍ୟା ରାଶି

ପୁଷ୍ୟା ନକ୍ଷତ୍ରରେ ମଙ୍ଗଳ ଚଳନ ଆପଣଙ୍କ ପାଇଁ ଅନେକ ଶୁଭଫଳ ଆଣିବ । କ୍ୟାରିୟରରେ ଉନ୍ନତି କରିବାର ସୁଯୋଗ ମିଳିବ। କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ । ଟଙ୍କା ଅଭାବ ରହିବ ନାହିଁ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ସୁଖ ରହିବ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ବହୁତ ଅନୁକୂଳ । କିନ୍ତୁ ଏହି ସମୟରେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ। ମାନସିକ ଚାପରୁ ଦୂରେଇ ରୁହନ୍ତୁ । ନିୟମିତ ବ୍ୟାୟାମ କରିବା ସହ ସନ୍ତୁଳିତ ଖାଦ୍ୟ ଅନୁସରଣ କରନ୍ତୁ।

4/5

ମୀନ ରାଶି

ଆପଣଙ୍କ ପାଇଁ ସୁଖ ଏବଂ ସମୃଦ୍ଧି ଆସିବାର ସମୟ । ଆର୍ଥିକ ସ୍ଥିତି ସୁଦୃଢ଼ ​​ହେବ । କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଏବଂ ମାନ ସମ୍ମାନ ବଢିବାକୁ ଲାଗିବ । ବ୍ୟବସାୟ କରୁଥିଲେ ଅଧିକ ଲାଭ ମିଳିପାରେ । ଯାନବାହାନ କିମ୍ବା ସମ୍ପତ୍ତି କିଣିବାର ସୁଯୋଗ ମିଳିବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ସଭିଙ୍କ ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହେବ। ପ୍ରେମ ଜୀବନରେ ଉତ୍ସାହ ବୃଦ୍ଧି ପାଇବ। ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ ।

5/5

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।