Air Force Helicopter: ବନ୍ୟା ଜଳରେ ଗଳିପଡିଲା ବାୟୁସେନା ହେଲିକପ୍ଟର
Advertisement
Article Detail0/zeeodisha/odisha2456343

Air Force Helicopter: ବନ୍ୟା ଜଳରେ ଗଳିପଡିଲା ବାୟୁସେନା ହେଲିକପ୍ଟର

Air Force Helicopter land Into Floodwaters In Muzaffarpur: ବାୟୁସେନା ହେଲିକପ୍ଟରର ଇଞ୍ଜିନ୍ ଫେଲ୍ ହେବା କାରଣରୁ ବନ୍ୟାଜଳରେ ଅବତରଣ କରିଛି । ସୌଭାଗ୍ୟବଶତଃ ହେଲିକପ୍ଟରରେ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ।

Air Force Helicopter: ବନ୍ୟା ଜଳରେ ଗଳିପଡିଲା ବାୟୁସେନା ହେଲିକପ୍ଟର

Air Force Helicopter land Into Floodwaters In Muzaffarpur: ବିହାର ମୁଜାଫରପୁରରେ ବର୍ତ୍ତମାନ ବନ୍ୟା ସ୍ଥିତି ଚାଲିଥିବା ସମୟରେ ବାୟୁସେନା ହେଲିକପ୍ଟର ବନ୍ୟାଜଳରେ ଜରୁରୀକାଳିନ ଅବତରଣ କରିଛି। ବୈଷୟିକ ତୃଟି କାରଣରୁ ହେଲିକପ୍ଟରଟି ପାଣିରେ ଅବତରଣ କରିଛି ବୋଲି ବାୟୁସେନା ଅଧିକାରୀ ବିବୃତ୍ତି ଜାରି କରିଛନ୍ତି। ବିମାନରେ ତିନି ଜଣ ପାଇଲଟ ଥିଲେ । ଦୁର୍ଘଟଣା ପରେ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, ଏହି ଘଟଣା ଅରାଇର ମଧୁବନ ବେସିରେ ଘଟିଛି।

କେଉଁ ପରିସ୍ଥିତିରେ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହେଲା ସେନେଇ ବାୟୁସେନା ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇନାହିଁ । ସୂତ୍ର ଅନୁଯାୟୀ, ଏହି ହେଲିକପ୍ଟରଟି ବିହାରର ସୀତାମାରି ଜିଲ୍ଲାରେ ବନ୍ୟା ପୀଡିତଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ରିଲିଫ୍ ପକାଇବା କାର୍ଯ୍ୟ ସାରି ଫେରୁଥିଲା। ଦୁର୍ଘଟଣା ପରେ ଅନୁସନ୍ଧାନକାରୀ ଦଳ ପାଇଲଟ ଏବଂ ଅନ୍ୟ ଯବାନମାନଙ୍କୁ ଅଧିକ ପଚରାଉଚରା କରୁଛନ୍ତି ଏବଂ ଘଟଣାର ଅଧିକ ଅନୁସନ୍ଧାନ କରୁଛନ୍ତି। ବାୟୁସେନା ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣାସ୍ଥଳରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ବନ୍ୟାଜଳରୁ ହେଲିକପ୍ଟର ବାହାରକୁ ଆଣିବା ପାଇଁ ପ୍ରୟାସ କରାଯାଉଛି । 

 

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, କୋସି ଏବଂ ବିହାରର ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁଥିପାଇଁ ଚମ୍ପାରାନର ବେଟିଆରେ ଥିବା ରିଙ୍ଗ ଡ୍ୟାମ୍ ଭାଙ୍ଗି ଯାଇଛି । ପୂର୍ବରୁ ବନ୍ୟା ଜଳ ପ୍ରବାହିତ କାରଣରୁ ବାଗାହା ଡ୍ୟାମ ମଧ୍ୟ ଭାଙ୍ଗି ଯାଇଥିଲା। ସେନାପକ୍ଷରୁ ଏଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ବନ୍ୟା ବିପନ୍ନଙ୍କୁ ରିଲିଫ କ୍ୟାମ୍ପକୁ ନିଆଯାଉଛି। ଦୁର୍ଘଟଣା ପରେ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ସଚିବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ହେଲିକପ୍ଟର । ସେ କହିଛନ୍ତି ଯେ ହେଲିକପ୍ଟରର ଇଞ୍ଜିନ ଫେଲ୍ ହୋଇଛି, ଏହା ପରେ ପାଇଲଟ ପାଣିରେ ହେଲିକପ୍ଟରକୁ ଅବତରଣ କରିଛନ୍ତି। କୁହାଯାଉଛି ଯେ, ଇଞ୍ଜିନ ଫେଲ୍ ହେବା ପରେ ହେଲିକପ୍ଟରର ପର ମଧ୍ୟ କାମ କରିବା ବନ୍ଦ ହୋଇଥିଲା ।

Also Read- Top 10 News Today: ପଦଯାତ୍ରାରେ BJPକୁ BJDର ନିଶାନା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Also Read- Shukra Gochar 2024: ୧୧ ଦିନ ପରେ ୩ ରାଶିକୁ ମିଳିବ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ