Road Accident: ଭୟଙ୍କର ଦୁର୍ଘଟଣାରେ ୬ ମୃତ ଓ ୨ ଗୁରୁତର, ସିସିଟିଭିରେ କଏଦ ହେଲା ଦୃଶ୍ୟ
Advertisement
Article Detail0/zeeodisha/odisha1857884

Road Accident: ଭୟଙ୍କର ଦୁର୍ଘଟଣାରେ ୬ ମୃତ ଓ ୨ ଗୁରୁତର, ସିସିଟିଭିରେ କଏଦ ହେଲା ଦୃଶ୍ୟ

Accident:  ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ଏକ ଭ୍ୟାନ୍ । ଫଳରେ ଭ୍ୟାନରେ ଥିବା ୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସେଲଭାରାଜ, ମଞ୍ଜୁଳା, ଅରୁମୁଗାମ, ପଲାନିସାମି, ପପ୍ପଥି ଓ ଜଣେ ଏକ ବର୍ଷର ଶିଶୁ ବୋଲି ଜଣାପଡ଼ିଛି । 

ସୌ(ସୋସିଆଲ ମିଡିଆ)

Road Accident: ତାମିଲନାଡୁ (Tamil Nadu Salem) ସଲିମରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident )। ବୁଧବାର ଦିନ ଭୋର ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବୁଧବାର ଦିନ ଭୋର ପ୍ରାୟ ୪ଟା ସମୟରେ ତାମିଲନାଡୁ ସଲିମ-ରୋଡ଼ ରାଜପଥରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ଏକ ଭ୍ୟାନ୍ । ଫଳରେ ଭ୍ୟାନରେ ଥିବା ୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସେଲଭାରାଜ, ମଞ୍ଜୁଳା, ଅରୁମୁଗାମ, ପଲାନିସାମି, ପପ୍ପଥି ଓ ଜଣେ ଏକ ବର୍ଷର ଶିଶୁ ବୋଲି ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଭ୍ୟାନ୍ (Van) ଡ୍ରାଇଭର ଓ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଦୁଇ ଆହତଙ୍କୁ ହସ୍ପପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବ୍ୟବଚ୍ଛେଦ ଲାଗି ଯାଇଛି ସମସ୍ତ ମୃତଦେହକୁ ହସ୍ପପିଟାଲ ନିଆଯାଇଛି । ତେବେ ଏହି ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ (CCTV Footage) କଏଦ ହୋଇଥିବା ବେଳେ ଏହା ସାମ୍ନାକୁ ଆସିଛି। ଏହାରୁ ଆଧାର କରି ପୋଲିସ (Police) ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ-India Vs Bharat: ଆଗରୁ ବି ବଦଳିଛି ଅନେକ ଦେଶର ନାଁ, ଦେଖନ୍ତୁ ତାଲିକା

ଏହା ବି ପଢନ୍ତୁ-Chandrayaan-3 Mission: ଚନ୍ଦ୍ର ସହ ନୂତନ ବିବରଣୀ ପ୍ରଦାନ କଲା ରୋଭର ପ୍ରଜ୍ଞାନ, ଜାଣନ୍ତୁ କ'ଣ

ରବିବାର ଦିନ ଆନ୍ଧ୍ରପ୍ରଦେଶରୁ ମଧ୍ଯ ଏଭଳି ଏକ ଛାତିଥରା ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ୫ ଜଣ ପରିବାର ସଦସ୍ୟ ଏକ ଅଟୋ ଯୋଗେ ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। ଏହି ସମୟରେ ଏକ ଟ୍ରକ୍ ଟି ପଶ୍ଚିମ ଗୋଦାବରୀ ଜିଲ୍ଲାରୁ (Anaparthi in East Godavari district) ମର୍କାପୁରମ୍ (Markapuram) ଅଭିମୁଖେ ଯାଉଥିଲା। ଏହି ସମୟରେ ସାମ୍ନା ପଟୁ ଆସୁଥିବା ଅଟୋ ରିକ୍ସାକୁ ଟ୍ରକ୍ ଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧିନ ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ମଧ୍ୟରେ ମାଆ , ବାପା ଓ ତାଙ୍କ ତିନି ଛୁଆ ଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଅଟୋ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହୋଇଥିଲା ।