7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦଶହରାରେ ଡି଼ଏ ସହ ମିଳିବ ମୋଟା ଅଙ୍କର ଦରମା!
Advertisement
Article Detail0/zeeodisha/odisha1917667

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦଶହରାରେ ଡି଼ଏ ସହ ମିଳିବ ମୋଟା ଅଙ୍କର ଦରମା!

7th Pay Commission: ଆଗମୀ ୧୫ ଦିନ ମଧ୍ୟରେ ସରକାର ମହଙ୍ଗା ଭତ୍ତା / ମହଙ୍ଗା ଭତ୍ତା ରିହାତି (DA / DR) ବୃଦ୍ଧି ନେଇ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ପ୍ରତିବର୍ଷ ଦଶହରା ପୂର୍ବରୁ କେନ୍ଦ୍ରୀୟ କ୍ୟାବିନେଟ୍ (Cabinet) ଦ୍ବାରା ଏକ ବୈଠକ କରି ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରାଯାଇଥାଏ । 

ସୌ(ସୋସିଆଲ ମିଡିଆ)

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ (Central Government Workers) ପାଇଁ ଖୁସି ଖବର । କାରଣ ଆଗମୀ ୧୫ ଦିନ ମଧ୍ୟରେ ସରକାର ମହଙ୍ଗା ଭତ୍ତା / ମହଙ୍ଗା ଭତ୍ତା ରିହାତି (DA / DR) ବୃଦ୍ଧି ନେଇ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ପ୍ରତିବର୍ଷ ଦଶହରା ପୂର୍ବରୁ କେନ୍ଦ୍ରୀୟ କ୍ୟାବିନେଟ୍ (Cabinet) ଦ୍ବାରା ଏକ ବୈଠକ କରି ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରାଯାଇଥାଏ । ପରେ ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବର୍ଦ୍ଧିତ ଟଙ୍କା ପ୍ରଦାନ କରାଯାଇଥାଏ ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ୧୫ରୁ ୨୪ ତାରିଖ ମଧ୍ୟରେ ମହଙ୍ଗା ଭତ୍ତା (DA) ବୃଦ୍ଧି ନେଇ ଘୋଷଣା କରାଯାଇପାରେ । ଏଥର ଦଶହରା ୨୪ ତାରିଖରେ ପଡୁଥିବାରୁ ୨୪ ତାରିଖ ପୂର୍ବରୁ ମହଙ୍ଗା ଭତ୍ତା ( DA) ବୃଦ୍ଧି ହେବା ନେଇ ଆଶା କରାଯାଉଛି । ଏଥର ଡିଏକୁ ୩ ପ୍ରତିଶତ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୪୨ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଛନ୍ତି। ଏଥର ଏହା ୪୫ ପ୍ରତିଶତକୁ ବୃଦ୍ଧି ପାଇପାରେ । ତେବେ କେନ୍ଦ୍ରୀୟ କର୍ମଚାରୀମାନେ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ଯାଏଁ ବୃଦ୍ଧି କରିବା ନେଇ ଦାବି କରୁଛନ୍ତି।

ଆସନ୍ତା ବର୍ଷ ଜୁଲାଇ ୧ ତାରିଖରେ କେନ୍ଦ୍ରୀୟ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ପାଇପାରିବେ। ଅର୍ଥାତ୍, କର୍ମଚାରୀମାନଙ୍କୁ ସରକାରଙ୍କ ଠାରୁ ତିନି ମାସର ମହଙ୍ଗା ଭତ୍ତା ସହ ଅକ୍ଟୋବର ମାସର ବର୍ଦ୍ଧିତ ଦରମା ପ୍ରଦାନ କରାଯିବ। କର୍ମଚାରୀମାନଙ୍କୁ ଦରମା ସହ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ବକେୟା ମହଙ୍ଗା ଭତ୍ତା ମଧ୍ୟ ପ୍ରଦାନ କରାଯିବ। ମହଙ୍ଗା ଭତ୍ତାରେ ଏହି ବୃଦ୍ଧି ଯୋଗୁଁ ପ୍ରାୟ ୪୭ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀ (Pension Holder) ଉପକୃତ ହେବେ । ତେବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା କେନ୍ଦ୍ରୀୟ କର୍ମଚାରୀଙ୍କୁ ବଢୁଥିବା ଦର ଦାମରୁ ଆଶ୍ବସ୍ତି ଦେବ ।

ପ୍ରକାଶ ଥାଉ କି, ମଧ୍ୟପ୍ରଦେଶ ସମେତ ୫ଟି ରାଜ୍ୟର ନିର୍ବାଚନ ନେଇ ଘୋଷଣା କରାଯାଇଛି । ବିଶେଷଜ୍ଞମାନେ କହିଛନ୍ତି, ତେବେ ଏହି ଡିଏ ବୃଦ୍ଧି କେନ୍ଦ୍ରୀୟ କର୍ମଚାରୀଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ବାସ୍ତବରେ, ସପ୍ତମ ବେତନ ଆୟୋଗ ଅଧୀନରେ କର୍ମଚାରୀଙ୍କ ଡିଏ ବର୍ଷକୁ ଦୁଇଥର ବୃଦ୍ଧି ପାଇଥାଏ । ବେତନ ଆୟୋଗର ସୁପାରିଶକୁ ଆଧାର କରି ଏହା ସ୍ଥିର କରାଯାଇଥାଏ । ତେଣୁ ନିର୍ବାଚନ ଆୟୋଗର ଘୋଷଣା ସହିତ ଏହାର କୌଣସି ସମ୍ପର୍କ ନାହିଁ।

​Also Read-IPhone Discount Sale: ଆରମ୍ଭ ହେଲା ଆପଲ୍ ଫେଷ୍ଟିଭ୍ ସିଜିନ୍ ସେଲ୍, ଏହି ବ୍ୟାଙ୍କର କାର୍ଡ ଥିଲେ ମିଳିବ ଭାରି ଡିସକାଉଣ୍ଟ..