Mahakumbh 2025: ମହାକୁମ୍ଭ ମେଳା ପଛର କ'ଣ ରହିଛି କାହାଣୀ? କୁମ୍ଭମେଳାକୁ ଯିବା ପୂର୍ବରୁ ଜାଣନ୍ତୁ ଏହାର ଗୁରୁତ୍ୱ
Advertisement
Article Detail0/zeeodisha/odisha2597388

Mahakumbh 2025: ମହାକୁମ୍ଭ ମେଳା ପଛର କ'ଣ ରହିଛି କାହାଣୀ? କୁମ୍ଭମେଳାକୁ ଯିବା ପୂର୍ବରୁ ଜାଣନ୍ତୁ ଏହାର ଗୁରୁତ୍ୱ

Mahakumbh 2025: ପ୍ରୟାଗରାଜରେ ୧୨ ବର୍ଷ ପରେ ମହାକୁମ୍ଭ ଆୟୋଜନ କରାଯାଉଛି। ଯାହା ୧୩ ଜାନୁଆରୀରୁ ଆରମ୍ଭ ହେବ। ଏପରି ପରିସ୍ଥିତିରେ ମହାକୁମ୍ଭ ପାଳନ କରିବା ପଛରେ ପୌରାଣିକ କାହାଣୀ ଏବଂ ଗୁରୁତ୍ୱ କ’ଣ ରହିଛି ଏଠାରେ ଜାଣନ୍ତୁ।

 

Mahakumbh story in Odia

Kumbh Mela 2025 Story: ପ୍ରୟାଗରାଜରେ ପୂରା ୧୨ ବର୍ଷ ପରେ ମହାକୁମ୍ଭମେଳା ଆୟୋଜିତ ହେଉଛି। ମହାକୁମ୍ଭକୁ ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ରୀତି ଭାବରେ ବିବେଚନା କରାଯାଏ। କୁମ୍ଭମେଳାକୁ ଲକ୍ଷ ଲକ୍ଷ ଭକ୍ତ ଆସନ୍ତି। କୁହାଯାଏ ଯେ ଯିଏ କୁମ୍ଭ ସ୍ନାନ କରନ୍ତି ତାର ସମସ୍ତ ପାପ ଧୋଇ ହୋଇଯାଏ। କେବଳ ଏତିକି ନୁହେଁ ତାଙ୍କର ସମସ୍ତ ଇଚ୍ଛା ମଧ୍ୟ ପୂରଣ ହୁଏ। ମହାକୁମ୍ଭ ସମୟରେ ବିଶେଷ ପୂଜା, ଯଜ୍ଞ ଏବଂ ଅନ୍ୟାନ୍ୟ ଧାର୍ମିକ ରୀତିନୀତିର ଆୟୋଜନ କରାଯାଏ। ପ୍ରୟାଗରାଜର ସଙ୍ଗମ ନଗରୀରେ ୧୩ ଜାନୁଆରୀ ୨୦୨୫ ରେ ପୌଷ ପୂର୍ଣ୍ଣିମାରୁ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ତେବେ ଜାଣନ୍ତୁ ମହାକୁମ୍ଭମେଳା ପଛର କାହାଣୀ ଓ ଏହାର ଧାର୍ମିକ ମହତ୍ତ୍ୱ।

ମହାକୁମ୍ଭ ସହିତ ଜଡିତ ପୌରାଣିକ କାହାଣୀ
ପୌରାଣିକ କଥା ଅନୁସାରେ ଯେତେବେଳେ ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କୁମ୍ଭ ଅର୍ଥାକ କଳସ ସହିତ ପ୍ରକଟ ହୋଇଥିଲେ। ଦେବତାମାନଙ୍କ ସଙ୍କେତ ପାଇ ଇନ୍ଦ୍ରଙ୍କ ପୁଅ ଜୟନ୍ତ ଅମୃତ ପୂର୍ଣ୍ଣ କଳସ ଧରି ଦୌଡ଼ିବାକୁ ଲାଗିଲେ ଏବଂ ରାକ୍ଷସମାନେ ଜୟନ୍ତଙ୍କ ପଛରେ ଦୌଡ଼ିବାକୁ ଲାଗିଲେ। ଅମୃତ କଳସ ପାଇବା ପାଇଁ ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ ବାର ଦିନ ଧରି ଏକ ଭୟଙ୍କର ଯୁଦ୍ଧ ହୋଇଥିଲା। ବିଶ୍ୱାସ କରାଯାଏ ଯେ ଦେବତାମାନଙ୍କର ଗୋଟିଏ ଦିନ ମଣିଷର ବାର ବର୍ଷ ସହିତ ସମାନ। ଏହି ଯୁଦ୍ଧ ସମୟରେ କଳସରୁ ଅମୃତ ବୁନ୍ଦା ପଡ଼ିଥିବା ସ୍ଥାନଗୁଡ଼ିକରେ କୁମ୍ଭମେଳା ଅନୁଷ୍ଠିତ ହୁଏ। ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଏବଂ ନାସିକ - ଏହି ଚାରୋଟି ସ୍ଥାନରେ ଅମୃତର ବୁନ୍ଦା ପଡ଼ିଥିଲା। ଏହି ଚାରୋଟି ସ୍ଥାନରେ କୁମ୍ଭମେଳା ଆୟୋଜନ କରାଯାଏ।

ମହାକୁମ୍ଭର ଗୁରୁତ୍ୱ
ମହାକୁମ୍ଭରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ପାପ ଧୋଇ ହୋଇଯାଏ। କେବଳ ଏତିକି ନୁହେଁ କୁମ୍ଭ ସ୍ନାନ କରିବା ଦ୍ୱାରା ମଧ୍ୟ ମୋକ୍ଷ ମିଳିଥାଏ। ଏହା ବ୍ୟତୀତ କୁମ୍ଭମେଳାକୁ ଆଧ୍ୟାତ୍ମିକ ଜ୍ଞାନ, ସାଂସ୍କୃତିକ ଆଦାନପ୍ରଦାନ ଏବଂ ସାମାଜିକ ସମନ୍ୱୟର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ଲୋକମାନେ ଆଧ୍ୟାତ୍ମିକ ଜ୍ଞାନ ଏବଂ ମାନସିକ ଶାନ୍ତି ପାଇଁ ମଧ୍ୟ କୁମ୍ଭମେଳାକୁ ଆସନ୍ତି। କହିରଖୁଛୁ ଯେ ମହାକୁମ୍ଭରେ ନାଗା ସାଧୁଙ୍କଠାରୁ ଆରମ୍ଭ କରି ବିଭିନ୍ନ ମହାନ ସନ୍ଥଙ୍କ ପର୍ଯ୍ୟନ୍ତ ସେମାନଙ୍କର ଆଶୀର୍ବାଦ ନେବା ପାଇଁ ଭକ୍ତମାନେ ବହୁ ଦୂରରୁ କୁମ୍ଭମେଳାରେ ଯୋଗଦେବା ପାଇଁ ଆସନ୍ତି।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ମାନତ୍ୟା ଉପରେ ଆଧାରିତ। ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଜୀ ଓଡ଼ିଶା ନ୍ୟୁଜ୍ ଏହାର ସତ୍ୟତାର କୌଣସି ପ୍ରମାଣ ପ୍ରଦାନ କରେ ନାହିଁ।)