କଣ ଆପଣ ଅଧିକ ଦିନ ବଞ୍ଚିବାକୁ ଚାହାନ୍ତି? ଏପରି କରନ୍ତୁ ସୁସ୍ଥ ଆଉ ଦୀର୍ଘାୟୁ ହୁଅନ୍ତୁ
Advertisement
Article Detail0/zeeodisha/odisha1176287

କଣ ଆପଣ ଅଧିକ ଦିନ ବଞ୍ଚିବାକୁ ଚାହାନ୍ତି? ଏପରି କରନ୍ତୁ ସୁସ୍ଥ ଆଉ ଦୀର୍ଘାୟୁ ହୁଅନ୍ତୁ

ଏକ ଅନୁସନ୍ଧାନ ଅନୁଯାୟୀ ବିଶେଷଜ୍ଞଙ୍କ ମତରେ ଯଦି ଲୋକମାନେ ସେମାନଙ୍କର ଖାଦ୍ୟକୁ ନିୟନ୍ତ୍ରଣ କରିବେ ଏବଂ ସମୟରେ ଉପବାସ କରନ୍ତି ତେବେ ଆପଣ ୧୦୦ ବର୍ଷ ବଞ୍ଚିପାରିବେ।

କଣ ଆପଣ ଅଧିକ ଦିନ ବଞ୍ଚିବାକୁ ଚାହାନ୍ତି? ଏପରି କରନ୍ତୁ ସୁସ୍ଥ ଆଉ ଦୀର୍ଘାୟୁ ହୁଅନ୍ତୁ

ଆପଣ ମାନେ ନିଶ୍ଚୟ ଶୁଣିଥିବେ ଯେ ଲୋକମାନେ ଆଶୀର୍ବାଦ କିମ୍ବା ପ୍ରାର୍ଥନାରେ ଜୁଗ ଜୁଗ ଜିଓ କହିଥାଆନ୍ତି  ଅନେକ ଥର। କିନ୍ତୁ ଆଜିର ସମୟରେ ଯଦି ଆମେ ଏହାକୁ ଦେଖିବା ତେବେ ମନୁଷ୍ୟର ବୟସ କେବଳ ୬୦ ରୁ ୮୦ ବର୍ଷ ମଧ୍ୟରେ ସୀମିତ ରହିଯାଇଛି। କିନ୍ତୁ ବର୍ତ୍ତମାନ ଏକ ଖୁସିର ବିଷୟ କି ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ ବିଶେଷଜ୍ଞଙ୍କ ମତରେ ଯଦି ଲୋକମାନେ ସେମାନଙ୍କର ଖାଦ୍ୟକୁ ନିୟନ୍ତ୍ରଣ କରିବେ ଏବଂ ସମୟରେ (Guided Fasting)ବା  ଉପବାସ କରନ୍ତି ତେବେ ଆପଣ ୧୦୦ ବର୍ଷ ବଞ୍ଚିପାରିବେ। ଏହା ସମ୍ଭବ ଯେ ଆପଣ ଦୀର୍ଘ ଦିନ ବଞ୍ଚିବେ ତାହା ନୁହେଁ ବରଂ ସୁସ୍ଥ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଫିଟ ଅନୁଭବ କରିବେ ଅର୍ଥାତ ଏକ ଉପଯୁକ୍ତ ଜୀବନ ବିତାଇ ପାରିବେ।

କଣ କହୁଛି ଅନୁସନ୍ଧାନ!
ୱିସ୍କନ୍ସିନ୍ ବିଶ୍ବବିଦ୍ୟାଳୟର ପ୍ରଫେସର ରୋଜଲିନ୍ ଆଣ୍ଡରସନ୍ ଏବଂ ୟୁଏସସି ଲିଓନାର୍ଡ ଡେଭିସ୍ ସ୍କୁଲର ପ୍ରଫେସର ୱାଲ୍ଟର ଲୋଙ୍ଗୋ ଗତ ୧୦ ବର୍ଷ ମଧ୍ୟରେ ପୁଷ୍ଟିକର ଖାଦ୍ୟ ଉପରେ ଗବେଷଣା ଅଧ୍ୟୟନ କରିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ବାରମ୍ବାର ଉପବାସ ଏବଂ ଅନ୍ୟାନ୍ୟ ଡାଏଟ ଭୋଜନ ଆପଣଙ୍କ ଓଜନ କମ କରିବାରେ ସହାୟକ ହୋଇଥାଏ। ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଗୁରୁତ୍ବପୂର୍ଣ୍ଣ। ବିଶେଷଜ୍ଞଙ୍କ ମତରେ ଆଜି ବି ୧୦୦ ବର୍ଷ ବଞ୍ଚିବା ସମ୍ଭବ ଅଟେ କେବଳ ଆପଣ ନିଜ ଡାଏଟକୁ ସଠିକ୍ ରଖିବାକୁ ପଡିବ।

କଣ ରହିଛି ବିଶେଷଜ୍ଞଙ୍କ ମତ?
ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶିଖା ଶର୍ମାଙ୍କ ମତରେ ଆଜିକାଲି ଲୋକ ମାନେ ଯେପରି ନିଜ ଖାଦ୍ୟପେୟ ଗ୍ରହଣ କରୁଛନ୍ତି ତାହା ତାଙ୍କ ବୟସକୁ ପ୍ରଭାବିତ କରିଥାଏ। ଅନେକ ଲୋକେ ଓଭର ଡାଏଟିଂ କରନ୍ତି ବା ନିଜକୁ ଅଧିକ ଭୋକିଲା ରଖନ୍ତି ଆଉ ଏହି ଦୁଇଟି ଜିନିଷ ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। କମ୍ ଖାଇବା ଆମ ଶରୀରରେ ପୁଷ୍ଟିକର ଖାଦ୍ୟର ଅଭାବ ଦେଖା ଦେଇଥାଏ ତ ଅତ୍ୟଧିକ ଖାଦ୍ୟ ଆମ ଶରୀରରେ ୟୁରିକ ଏସିଡ୍ ବୃଦ୍ଧି ହୋଇଥାଏ ଯେଉଁ କାରଣରୁ ଆମ ଲିଭର ମଧ୍ୟ ଖରାପ ହୋଇଥାଏ।

ଖାଦ୍ୟରେ କ'ଣ ସାମିଲ କରିବେ?
ଆମେ ଆମ ଡାଏଟ୍ ଖାଦ୍ୟରେ ଅଧିକ ସବୁଜ ପନିପରିବା ଖାଦ୍ୟ ଖାଇବା ଉଚିତ୍। ଆମ ଖାଦ୍ୟରେ ପ୍ରତ୍ୟେକ ଦିନ ମସୁର ଡାଲି,ବୁ଼ଟ ଡାଲି ସାମିଲ କରନ୍ତୁ ଏହା ବ୍ୟତୀତ ଆମେ ଉପବାସ କରିବାର ଅଭ୍ୟାସ ବି ରଖିବା ବେଶ ଫଳପ୍ରଦ। ଏପରି କରିବା ଦ୍ବାରା ଆମ ଶରୀରକୁ ଅଧିକ ଆକ୍ଟିଭ ରଖିଥାଏ ଏହି ସବୁ ଖାଦ୍ୟ। ଏହା ବ୍ୟତୀତ ଚିନିକୁ ଯେତେ ପରିମାଣରେ କମ୍ ଖାଇବାକୁ ଚେଷ୍ଟା କରନ୍ତୁ।

ବୟସ ବୃଦ୍ଧି କରୁଥିବା ଖାଦ୍ୟ
ଅନୁସନ୍ଧାନକାରୀ ମାନେ ଏପରି ଖାଦ୍ୟ ଚିହ୍ନଟ କରିଛନ୍ତି ଯାହାକୁ ଖାଇ ଆପଣ ଅଧିକ ଦିନ ବଞ୍ଚିପାରିବେ। ତାଙ୍କ କହିବା ଅନୁସାରେ ଲୋକେ ନିଜ ଖାଦ୍ୟରେ ସବୁଜ ପନିପରିବା,କାର୍ବୋହାଇଡ୍ରେଟ ଏବଂ ଫ୍ୟାଟ କୁ ବୃଦ୍ଧି କରୁଥିବା ଖାଦ୍ୟ ନିଜ ଡାଏଟରେ ସାମିଲ କରିବା ଜରୁରୀ। ଏହା ବ୍ୟତୀତ ଆପଣ ପ୍ରତ୍ୟେକ ମାସରେ ଗୋଟିଏ ଦିନ ଉପବାସ କରନ୍ତି ତେବେ ଆପଣ ନିଜକୁ ଅଧିକ ଫିଟ୍ ରଖି ପାରିବେ। 

କେଉଁ ଜିନିଷ ଠାରୁ ଦୂରରେ ରହିବେ?
ଅନୁସନ୍ଧାନକାରୀ ମାମେ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି କି ରେଡ୍ ମିଟ୍ ଏବଂ ଯାନ୍ତ୍ରିକ ଭାବେ ତିଆରି ମାଂସ, ଶସ୍ୟ ଏବଂ ସୁଗର ଖାଇବାରୁ ଦୂରେଇ ରହିବା ଉଚିତ୍। ବାସ୍ତବରେ ଅନେକ ପ୍ରୋଟିନ୍ ଏବଂ ଆମିନୋ ଏସିଡ୍ ହରମୋନ୍ କୁ ଅଧିକ କରିଥାଏ ଏବଂ ଏହା ଶରୀରରେ ଜୈବିକ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ।  ଏହି କାରଣରୁ ଆମ ଶରୀରର ଅବସ୍ଥା ଖରାପ ଆଡକୁ ଗତି କରିଥାଏ ତେଣୁ ଅତ୍ୟଧିକ ପ୍ରୋଟିନ୍ ଖାଦ୍ୟ ବି ଆମ ଶରୀର ପାଇଁ ଘାତକ ହୋଇପାରେ।