IND vs ENG 2nd T20: ଭାରତୀୟ କ୍ରିକେଟ ଦଳ ଏବଂ ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜାନୁଆରୀ ୨୫ରେ ଖେଳାଯିବ। ଏହି ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଟି-୨୦ ପାଇଁ ଇଂଲଣ୍ଡ ନିଜର ପ୍ଲେଇଂ ୧୧ ଦଳ ଘୋଷଣା କରିଛି। ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି।
Trending Photos
IND vs ENG 2nd T20I Playing 11: ଭାରତୀୟ କ୍ରିକେଟ ଦଳ ଏବଂ ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜାନୁଆରୀ ୨୫ରେ ଖେଳାଯିବ। ଏହି ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଟି-୨୦ ପାଇଁ ଇଂଲଣ୍ଡ ନିଜର ପ୍ଲେଇଂ ୧୧ ଦଳ ଘୋଷଣା କରିଛି। ଇଂଲଣ୍ଡ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ଗସ୍ ଆଟକିନସନ୍ଙ୍କୁ ବେଞ୍ଚରେ ରଖାଯାଇଛି। ତାଙ୍କ ସ୍ଥାନରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ବ୍ରାଇଡନ୍ କାର୍ସେଙ୍କୁ ଦଳରେ ସାମିଲ କରାଯାଇଛି।
ଇଂଲଣ୍ଡ କ୍ରିକେଟ ଗୁରୁବାର ଦିନ କହିଛି ଯେ ୱିକେଟକିପର ଜେମି ସ୍ମିଥଙ୍କୁ ମଧ୍ୟ ୧୨ ଜଣିଆ ଦଳରେ ସାମିଲ କରାଯାଇଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୩୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଅଧିନାୟକ ଜୋସ୍ ବଟଲର୍ ସର୍ବାଧିକ ୬୮ ରନ୍ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ବିଶେଷ କିଛି ଭଲ ପ୍ରଦର୍ଶନ କରିପାରି ନଥିଲେ।
ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଗସ୍ ଆଟକିନସନଙ୍କୁ ଦଳରୁ ବାଦ ଦେଇଛି। ଦ୍ୱିତୀୟ ଟି-୨୦ ପାଇଁ ଦଳ ମ୍ୟାନଜମେଣ୍ଟ ଦ୍ୱାରା ମନୋନୀତ ୧୨ ଜଣ ଖେଳାଳିଙ୍କ ମଧ୍ୟରେ ଆଟକିନସନଙ୍କ ସ୍ଥାନରେ ବ୍ରାଇଡନ୍ କାର୍ସେଙ୍କୁ ଦଳରେ ସାମିଲ କରାଯାଇଛି। ଏହା ସମେତ ଜେମି ସ୍ମିଥଙ୍କୁ ମଧ୍ୟ ଇଂଲଣ୍ଡ ଦଳରେ ସ୍ଥାନ ଦିଆଯାଇଛି। କାର୍ସେ ଏପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ମୋଟ ୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ଏବଂ ମୋଟ ୬ଟି ୱିକେଟ୍ ନେଇଛନ୍ତି। କାର୍ସ ତାଙ୍କର ଶେଷ ଟି-୨୦ ମ୍ୟାଚ୍ ସେପ୍ଟେମ୍ବର ୨୦୨୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଏହି ମ୍ୟାଚ୍ରେ କାର୍ସ ୪ ଓଭରର ସ୍ପେଲ୍ରେ ୨୬ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ।
Team news for tomorrow's second T20I v India
Brydon Carse comes in for Gus Atkinson
Jamie Smith has also been added to the 12 player squad pic.twitter.com/Fr4Hju00qs
— England Cricket (@englandcricket) January 24, 2025
ଦ୍ୱିତୀୟ ଟି-୨୦ ପାଇଁ ଇଂଲଣ୍ଡର ପ୍ଲେଇଂ-11
ବେନ୍ ଡକେଟ, ଫିଲିପ୍ ସଲ୍ଟ (ୱିକେଟକିପର), ଜସ୍ ବଟଲର୍ (ଅଧିନାୟକ), ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍, ଜାକବ୍ ବେଥେଲ୍, ଜେମି ଓଭରଟନ୍, ବ୍ରାଇଡନ୍ କାର୍ସେ, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍, ମାର୍କ ଉଡ୍।