Budh Gochar navpancham yoga: ୨ ଫେବୃଆରୀ, ୨୦୨୫ ରେ ବସନ୍ତ ପଞ୍ଚମୀ ପାଳନ କରାଯିବ। ଜ୍ଞାନ ଏବଂ କଳାର ଦେବୀ ମାଆ ସରସ୍ୱତୀଙ୍କ ପୂଜା ସମଗ୍ର ଦେଶରେ କରାଯିବ । କର୍ମ ତଥା ନ୍ୟାୟର ଦେବତା ଶନି ଏହିଦିନ ଗତି ପରିବର୍ତ୍ତନ କରିବେ । ଯାହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ। ଜ୍ୟୋତିଷଙ୍କ ଅନୁସାରେ, ବସନ୍ତ ପଞ୍ଚମୀ ପୂର୍ବରୁ ୫ଟି ରାଶିର ଭାଗ୍ୟରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
ମେଷ ରାଶି
ଆପଣଙ୍କ ପାଇଁ ଆଗାମୀ ସମୟ ଆର୍ଥିକ ସମୃଦ୍ଧି ଆଣିଦେବ । ପ୍ରଗତିର ବାଟ ଖୋଲିବ । ବିଭିନ୍ନ ସୁତ୍ରରୁ ଟଙ୍କା ପାଇବା ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ବୁଧଙ୍କ ପ୍ରଭାବରୁ କ୍ୟାରିୟର କ୍ଷେତ୍ରରେ ସଫଳତାର ନୂଆ ଦ୍ୱାର ଖୋଲିବ। ଶନିଙ୍କ ସ୍ଥିତି ଆପଣଙ୍କୁ ସ୍ଥିରତା ପ୍ରଦାନ କରିବ । କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ। ସୂର୍ଯ୍ୟଙ୍କ ପ୍ରଭାବ ଆପଣଙ୍କ ନେତୃତ୍ୱ କ୍ଷମତା ବଢିବ । ନୂତନ ସୁଯୋଗର ସଦୁପଯୋଗ କରିବାରେ ସଫଳ ହେବେ । ବୃହସ୍ପତିଙ୍କ ପ୍ରଭାବ ପାରିବାରିକ ସୁଖ, ଶାନ୍ତି ଆଣିଦେବ । ଆଧ୍ୟାତ୍ମିକ ଦିଗ ପ୍ରତି ରୁଚି ବଢିବ । ନୂତନ ପ୍ରକଳ୍ପରେ ଲାଭଦାୟକ ଫଳାଫଳ ପାଇବେ।
ସିଂହ ରାଶି
ସାମାଜିକ ଜୀବନରେ ଆକର୍ଷଣ ଆସିବ । ନୂତନ ବନ୍ଧୁ ସୃଷ୍ଟି ହେବେ । ଆପଣ ନିଜ ମିଠା କଥା ମାଧ୍ୟମରେ ସହଜରେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିବେ । ଯୋଗାଯୋଗ ଦକ୍ଷତା ବଢିବ । ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ଶନିଙ୍କ ସ୍ଥିତି ଆପଣଙ୍କ ଦୀର୍ଘଦିନର ପ୍ରୟାସକୁ ଫଳ ଦେବ। ସୂର୍ଯ୍ୟଙ୍କ ପ୍ରଭାବ ଦ୍ୱାରା ମନରେ ଆତ୍ମବିଶ୍ୱାସ ବଢିବ । ନୂତନ ଦାୟିତ୍ୱ ଆପଣଙ୍କୁ ମିଳିବ । ବୃହସ୍ପତିଙ୍କ ପ୍ରଭାବ ପରିବାରରେ ଖୁସି ବଢାଇବ । ଧନ ଲାଭର ନୂତନ ଉତ୍ସ ସୃଷ୍ଟି ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବିଭିନ୍ନ ସୁତ୍ରରୁ ମାନ ସମ୍ମାନ ମିଳିପାରେ ।
ତୁଳା ରାଶି
ପ୍ରେମ ସମ୍ପର୍କରେ ଭଲ ସମୟ ଅତିବାହିତ କରିବେ । ଶୁକ୍ରଙ୍କ କୃପାରୁ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଆପଣଙ୍କ ଜୀବନଶୈଳୀ ଉନ୍ନତ ହେବାକୁ ଲାଗିବ । ବୁଧଙ୍କ ପ୍ରଭାବରେ ବ୍ୟବସାୟରେ ଲାଭ ପାଇବେ । ଶନିଙ୍କ ପ୍ରଭାବ ଦାୟିତ୍ୱ ନିର୍ବାହ କରିବାର କ୍ଷମତା ବଢାଇବ । ସୂର୍ଯ୍ୟଙ୍କ ପ୍ରଭାବ ଆପଣଙ୍କୁ ନୂତନ ଚାକିରି ଏବଂ କ୍ୟାରିୟର କ୍ଷେତ୍ରରରେ ନୂଆ ସୁଯୋଗ ଦେବ। ବୃହସ୍ପତିଙ୍କ ପ୍ରଭାବରୁ ଭ୍ରମଣର ସମ୍ଭାବନା ରହିଛି । ସୃଷ୍ଟି କରିବେ। ବିବାହ ଏବଂ ସମ୍ପର୍କରେ ସ୍ଥିରତା ଆସିବ । ଆର୍ଥିକ ସ୍ଥିତିରେ ଉନ୍ନତି କରିବା ଦ୍ୱାରା ଜୀବନଶୈଳୀରେ ପରିବର୍ତ୍ତନ ଦେଖାଯିବ।
ଧନୁ ରାଶି
ଆପଣଙ୍କ ପାଇଁ ଏହି ସମୟ ବିଦେଶ ଯାତ୍ରାର ସୁଯୋଗ ପ୍ରଦାନ କରିବ । ଉଚ୍ଚଶିକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି । ଶୁକ୍ର ଗ୍ରହ ପ୍ରଭାବ ଆପଣଙ୍କର ସ୍ୱପ୍ନ ପୂରଣ କରିବ । ବୁଧଙ୍କ ପ୍ରଭାବରୁ ଆର୍ଥିକ ସ୍ଥିତି ସୁଦୃଢ ହେବ । ଶନିଙ୍କ ପ୍ରଭାବରେ କଠିନ ପରିଶ୍ରମର ଫଳାଫଳ ପାଇବେ । ପୁରୁଣା ଥଥା ଅସମ୍ପୂର୍ଣ୍ଣ କାମ ଶେଷ କରିବାରେ ସକ୍ଷମ ହେବେ । ସୂର୍ଯ୍ୟଙ୍କ ପ୍ରଭାବରୁ ପ୍ରଶାସନିକ କ୍ଷେତ୍ରରେ ସଫଳତା ମିଳିବ। ବୃହସ୍ପତି ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବେ । ଦୀର୍ଘକାଳୀନ ଯୋଜନାରେ ବିଶେଷ ସଫଳତାର ସୁଯୋଗ ରହିଛି ।
ମୀନ ରାଶି
ଆପଣଙ୍କ ପାଇଁ ଏହି ସମୟ ବିଭିନ୍ନ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ । ବିଶେଷ କରି ପ୍ରେମ ଏବଂ କଳା କ୍ଷେତ୍ରରେ ସଫଳତା ପାଇବେ । ଶୁକ୍ରଙ୍କ ପ୍ରଭାବ ଆପଣଙ୍କ ସୃଜନଶୀଳତାକୁ ବୃଦ୍ଧି କରିବ । ସମ୍ପର୍କରେ ମଧୁରତା ଭରିଯିବ । ବୁଧଙ୍କ ପ୍ରଭାବରୁ ନୂଆ ପ୍ରକଳ୍ପରେ ସଫଳତା ହାସଲ କରିବେ । ଶନିଙ୍କ ପ୍ରଭାବ ଚାକିରି ଏବଂ ବ୍ୟବସାୟରେ ସ୍ଥିରତା ପ୍ରଦାନ କରିବ। ସୂର୍ଯ୍ୟଙ୍କ ପ୍ରଭାବରୁ ପରିବାରରେ ଖୁସିର ଲହଡି ରହିବ । ବୃହସ୍ପତି ଆପଣଙ୍କୁ ଆର୍ଥିକ ଲାଭ ସହ ଶାନ୍ତି ପ୍ରଦାନ କରିବେ । ନୂତନ ସମ୍ଭାବନାର ଦ୍ୱାର ଖୋଲିବ । ବ୍ୟକ୍ତିଗତ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ ।
Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़