Shani Dev: ଏହି ୪ ପ୍ରକୃତିର ଲୋକଙ୍କ ଉପରେ ସବୁବେଳେ ଥାଏ ଶନିଙ୍କ କୋପଦୃଷ୍ଟି
Advertisement
Article Detail0/zeeodisha/odisha1896485

Shani Dev: ଏହି ୪ ପ୍ରକୃତିର ଲୋକଙ୍କ ଉପରେ ସବୁବେଳେ ଥାଏ ଶନିଙ୍କ କୋପଦୃଷ୍ଟି

Shani Dev:  ଶନିଦେବଙ୍କ (Shani Dev) କୁକୃଷ୍ଟି ପଡିଲେ ମଣିଷ ଜୀବନରରେ ନାନାଦି ସମସ୍ୟା ମାଡି ଆସିଥାଏ। ଖାସ୍ କରି ଯେତେବେଳେ ଶନିଦେବ କ୍ରୋଧିତ ହୁଅନ୍ତି  । ସେତେବେଳେ ଜଣେ ବ୍ୟକ୍ତିଙ୍କ ଜୀବନରେ ଏତେ ଗୁଡିଏ ସମସ୍ୟା ମାଡି଼ ଆସେ ଯେ, ସେ ନିଜକୁ ଅସହାୟ ଓ ଦୁର୍ବଳ ମନେ କରେ। ଏପରିକି ପ୍ରତ୍ୟକ କ୍ଷେତ୍ରରେ ସେ ଅସଫଳତାର ସାମ୍ନା କରିଥାଏ।  କେବଳ ଶନି ରାଶିରେ ରହିଲେ ଆପଣଙ୍କର କ୍ଷତି କରନ୍ତି ନି ତାହା ନୁହେଁ ବରଂ ଏପରି କିଛି ଖଳ ପ୍ରକୃତିର ଲୋକ ଅଛନ୍ତି । ଯେଉଁମାନଙ୍କ ଉପରେ ଶନିଦେବଙ୍କ କୋପଦୃଷ୍ଟି ସର୍ବଦା ରହିଥାଏ। ତେବେ, ଆସନ୍ତୁ ଜାଣିବା ଶନିଦେବଙ୍କୁ କେଉଁ ପ୍ରକୃତିର ଲୋକଙ୍କୁ ଅସୁବିଧାରେ ପକାନ୍ତି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Shani Dev: ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ (Shani Dev) ଏକ ନିଷ୍ଠୁର ଗ୍ରହ ବୋଲି  କୁହାଯାଏ। ଶନିଙ୍କ  (Shani Dev) କୁକୃଷ୍ଟି ପଡିଲେ ମଣିଷ ଜୀବନରରେ ନାନାଦି ସମସ୍ୟା ମାଡି ଆସିଥାଏ। ଖାସ୍ କରି ଯେତେବେଳେ ଶନିଦେବ କ୍ରୋଧିତ ହୁଅନ୍ତି  । ସେତେବେଳେ ଜଣେ ବ୍ୟକ୍ତିଙ୍କ ଜୀବନରେ ଏତେ ଗୁଡିଏ ସମସ୍ୟା ମାଡି଼ ଆସେ ଯେ, ସେ ନିଜକୁ ଅସହାୟ ଓ ଦୁର୍ବଳ ମନେ କରେ। ଏପରିକି ପ୍ରତ୍ୟକ କ୍ଷେତ୍ରରେ ସେ ଅସଫଳତାର ସାମ୍ନା କରିଥାଏ।  କେବଳ ଶନି ରାଶିରେ ରହିଲେ ଆପଣଙ୍କର କ୍ଷତି କରନ୍ତି ନି ତାହା ନୁହେଁ ବରଂ ଏପରି କିଛି ଖଳ ପ୍ରକୃତିର ଲୋକ ଅଛନ୍ତି । ଯେଉଁମାନଙ୍କ ଉପରେ ଶନିଦେବଙ୍କ କୋପଦୃଷ୍ଟି ସର୍ବଦା ରହିଥାଏ। ତେବେ, ଆସନ୍ତୁ ଜାଣିବା ଶନିଦେବଙ୍କୁ କେଉଁ ପ୍ରକୃତିର ଲୋକଙ୍କୁ ଅସୁବିଧାରେ ପକାନ୍ତି। 

Also Read: Shukra Gochar 2023: ଆସନ୍ତାକାଲି ଠୁ ଏହି ତିନି ରାଶିଙ୍କ ଭାଗ୍ୟ ବଦଳାଇବେ ଶୁକ୍ର, ହେବ ଟଙ୍କାର ବର୍ଷା!

ଏହି ପ୍ରକୃତି ଥିବା ଲୋକଙ୍କ ଉପରେ ସବୁବେଳେ କୋପ ରଖନ୍ତି ଶନି:

ଗରିବ ଓ ଅସହାୟ ଲୋକଙ୍କୁ ଯେଉଁମାନେ ହରଇରାଣ କରନ୍ତି:
ଜ୍ୟୋତିଶ  ଶାସ୍ତ୍ରରେ ଶନିଙ୍କୁ ଏକ ନିଷ୍ଠୁର ଗ୍ରହ ବୋଲି କୁହାଯାଏ। କୁହାଯାଏ ଯେ,ଶନିଦେବ(Shani Dev) ସର୍ବଦା ସେହି ଲୋକଙ୍କୁ ଅସୁବିଧାରେ ପକାନ୍ତି । ଯେଉଁମାନେ  ସବୁବେଳେ ଅସହାୟ ଓ ଗରିବ ଲୋକଙ୍କୁ ହଇରାଣ ହରକତ କରନ୍ତି । ଏବଂ ବୃଦ୍ଧବୃଦ୍ଧାଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କ ଉପରେ ଶନିଦେବ କ୍ରୋଧିତ ହୁଅନ୍ତି । ଏଭଳି ପ୍ରକୃତି ଥିବା ଲୋକଙ୍କୁ ଶନିଦେବ ବିଭିନ୍ନ ସମସ୍ୟାରେ ପକାନ୍ତି। ଏଭଳି ଖଳ ପ୍ରକୃତି ଥିବା ଲୋକଙ୍କୁ କେକେବି ଶନିଦେବ କୃପା କରନ୍ତି ନାହିଁ। 

ପ୍ରତାରଣାକାରୀ ବା ଧୋକେବାଜ୍  ପ୍ରକୃତିର ଲୋକେ:

ପ୍ରାୟତଃ ଦେଖାଯାଏ ଯେ, ଅନେକ ଲୋକ ନିଜ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କୁ ପ୍ରତାରଣା କରନ୍ତି ଏବଂ କାମ ହାସଲ ପରେ ସେମାନଙ୍କୁ ନିନ୍ଦା କରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହିପରି ଲୋକମାନଙ୍କ ଉପରେ ଶନି ଦେବଙ୍କର ଲୋଲୁପ ଦୃଷ୍ଟି ଥାଏ। ଶନିଦେବ ଏପରି ଲୋକଙ୍କ ଉପରେ ସର୍ବଦା କ୍ରୋଧିତ ହୁଅନ୍ତି। ଫଳସ୍ୱରୂପ, ସେମାନଙ୍କୁ ଚାକିରି, ଆର୍ଥିକ ସମସ୍ୟା, ପରିବାରରେ ମତଭେଦ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। 

ପଶୁକୁ ନିର୍ଯ୍ୟାତନା ଦେଉଥିବା ଲୋକ:
ସେହିପରି, ପଶୁ , ପକ୍ଷୀ ଓ ଜୀବଜନ୍ତୁଙ୍କୁ ହଇରାଣ ବା ମାଡ ମାରୁଥିବା ଲୋକଙ୍କୁ ମଧ୍ୟ ଶନିଦେବ କେବେ କ୍ଷମା କରନ୍ତି ନାହିଁ। ଏଭଳି ପରିସ୍ଥିତିରେ ଯଦି ଆପଣ ଶନିଙ୍କ ଆର୍ଶିବାଦ ପାଇବାକୁ ଚାହୁଁଛନ୍ତି । ତେବେ, କେବେବି ପଶୁ ପକ୍ଷୀଙ୍କୁ ଆଘାତ ଦିଅନ୍ତୁ ନାହିଁ।  ନଚେତ ଆପଣଙ୍କୁ ଶନିଙ୍କ ରୋଷର ଶିକାର ହେବାକୁ ପଡି଼ବ। 

ଶନି ସାଢେ ସତୀରେ ପିଡିତ ଥିବା ଲୋକେ:
ଯଦି ଆପଣଙ୍କ ରାଶିରେ ଶନି ସାଢେ ସତୀ ରହିଛି । ତେବେ, ଶନିଙ୍କ କୋପଦୃଷ୍ଟି ଆପଣଙ୍କ ଉପରେ ରହିବ। ଯଦି ଆପଣଙ୍କ ରାଶିରେ ଶନି ସାଢେ ସତୀ ରହିଛି (Shani Sade Sati 2023) ତେବେ, ଆପଣଙ୍କ ଜୀବନରେ ଉତ୍ଥାନ-ପତନ ଲାଗି ରହିବ । କର୍ମକ୍ଷେତ୍ରରେ ନାନାଦି ସମସ୍ୟା ଉପୁଜିବ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ। ସେହିପରି ଆପଣଙ୍କର ଶନିଦଶା ଚାଲିଥିଲେ ମଧ୍ୟ ଆପଣଙ୍କୁ ଏହି ସବୁ ସମସ୍ୟାର ସାମ୍ନା କରିବାକୁ ପଡି଼ବ। ଯଦି ଆପଣ ଶନିଦଶା କିମ୍ବା  ଶନି ସାଢେ ସତୀ ପୀଡା ଭୋଗୁଛନ୍ତି ତେବେ, ଆପଣ ଶନିବାର ଦିନ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବା ବେଳେ କଳା ତେଲରେ ଦୀପ ଜାଳନ୍ତୁ । ଦେଖିବି ଆପଣ ଶନିଙ୍କ ଆର୍ଶିବାଦ ପ୍ରାପ୍ତ କରିବେ। ଏବଂ ଶନି ସାଢେ ସତୀର ପୀଡା ଆପଣଙ୍କ ଜୀବନରୁ ଦୂରେଇ ଯିବ। 

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)