କେବଳ ଡାଳିମ୍ବ କିମ୍ବା ବିଟ୍ ଖାଇଲେ ବଢେ ନାହିଁ ରକ୍ତ; ଗୁଡ଼ ଖାଇବା ଦ୍ବାରା ମିଳିଥାଏ ଅନେକ ଉପକାରିତା
Advertisement
Article Detail0/zeeodisha/odisha1176275

କେବଳ ଡାଳିମ୍ବ କିମ୍ବା ବିଟ୍ ଖାଇଲେ ବଢେ ନାହିଁ ରକ୍ତ; ଗୁଡ଼ ଖାଇବା ଦ୍ବାରା ମିଳିଥାଏ ଅନେକ ଉପକାରିତା

ହେଲେ ଆପଣ ଜାଣିଛନ୍ତି କି ରକ୍ତ ଅଭାବକୁ ଦୂର କରିଥାଏ ଗୁଡ଼। 

କେବଳ ଡାଳିମ୍ବ କିମ୍ବା ବିଟ୍ ଖାଇଲେ ବଢେ ନାହିଁ ରକ୍ତ; ଗୁଡ଼ ଖାଇବା ଦ୍ବାରା ମିଳିଥାଏ ଅନେକ ଉପକାରିତା

ସାଧାରଣତଃ ରକ୍ତ ଅଭାବ ହେତୁ ଆପଣଙ୍କ ଶରୀର ଆପଣଙ୍କ ସାଥ ଦେଇ ନଥାଏ ,ଏଭଳି ପରିସ୍ଥିତିରେ ସମସ୍ତ ପ୍ରକାର ଉପାୟ ଆପଣାଇ ଥାଆନ୍ତି କିନ୍ତୁ ଫଳପ୍ରଦ ହୋଇ ନ ଥାଏ। ଏଭଳି ସ୍ଥିତି ବି ଆସେ, କିଛି ଲୋକେ ରକ୍ତ ଅଭାବକୁ ଦୂର କରିବା ପାଇଁ ବ୍ଲଡ ବ୍ୟାଙ୍କ ସାହାର ନେଇଥାନ୍ତି। ପ୍ରାୟତଃ ଡାକ୍ତର ପରାମର୍ଶ ଦେଇଥାଆନ୍ତି ରକ୍ତହୀନତାରୁ ଦୂରେଇବା ପାଇଁ ଡାଳିମ୍ବ,ବିଟ୍,ସବୁଜ ପନିପରିବା ଖାଇବାକୁ ଯାହା ଆପଣଙ୍କ ଶରୀରରେ ରକ୍ତ ସୃଷ୍ଟି କରିଥାଏ। ହେଲେ ଆପଣ ଜାଣିଛନ୍ତି କି ରକ୍ତ ଅଭାବକୁ ଦୂର କରିଥାଏ ଗୁଡ଼। ଆଜ୍ଞା ହଁ ବହୁତ କମ୍ ଲୋକେ ଜାଣିଛନ୍ତି ଯେ ଗୁଡ଼ ଶରୀରରେ ରକ୍ତ ସୃଷ୍ଟି କରିଥାଏ। ଶରୀରରେ ରକ୍ତର ଅଭାବ ଦୂର କରିବା ପାଇଁ ଆସନ୍ତୁ ଜାଣିବା ଗୁଡ଼ର ଉପକାରିତା।

କଣ ଗୁଡ଼ ଖାଇବା ଦ୍ବାରା ରକ୍ତ ଅଭାବ ଦୂର ହୋଇଥାଏ କି?
ଅନେକ ରିପୋର୍ଟରେ ଦାବି କରାଯାଇଛି କି ଗୁ଼ଡ଼ ଶରୀରରେ ରକ୍ତ ବୃଦ୍ଧି କରିବାରେ ସହାୟକ ହୋଇଥାଏ। କେବଳ ଏତିକି ନୁହେଁ ପୂର୍ବରୁ ଥିବା ରକ୍ତକୁ ଶୁଦ୍ଧ ବା ସଫା କରିଥାଏ। ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ ଗୁଡ଼ରେ ଭିଟାମିନ ଏ, ଭିଟାମିନ ବି,  ସୁକ୍ରୋଜ, ଗ୍ଲୁକୋଜ, ଆଇରନ, କ୍ୟାଲସିୟମ, ଫସଫରସ, ପୋଟାସିୟମ, ଜିଙ୍କ, ମ୍ୟାଗ୍ନେସିୟମ୍ ଭରପୁର ରହିଥାଏ। ଏହା ସହ ଅନେକ ପ୍ରକାର ଭିଟାମିନ ଏବଂ ମିନେରାଲ୍ସ ମଧ୍ୟ ରକ୍ତ ବୃଦ୍ଧି କରିବାରେ ସହାୟକ ହୋଇଥାଏ।  

ଗୁ଼ଡ଼ ଖାଇବାର ଅନେକ ଲାଭ

  • ଶରୀରରେ ରକ୍ତ ଅଭାବକୁ ପୂରଣ କରିବା ସହ ହଜମ ଶକ୍ତିକୁ ମଜବୁତ କରିଥାଏ। ଅର୍ଥାତ ପେଟଜନିତ ସମସ୍ୟାକୁ ସହଜରେ ଭଲ କରିଥାଏ ଗୁଡ଼।
  • ଏହା ବ୍ୟତୀତ ଓଜନ ନିୟନ୍ତ୍ରଣ କରିବାରେ ଗୁଡ଼ ବେଶ ଲାଭଦାୟକ। ଯଦି ଆପଣ ଗୁଡକୁ ନିଜ ଡାଏଟରେ ସାମିଲ କରିବେ ତେବେ ଆପଣ ଲାଭ ପାଇବେ ଏହା ସହ ଚାହା ତିଆରିରେ ଗୁଡ଼ର ବ୍ୟବହାର କରିପାରିବେ।  
  • ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ଼ ବେଶ ଲାଭପ୍ରଦ।  
  • ମାସିକିଆ ଋତୁସ୍ରାବ ସମସ୍ୟା ନେଇ ପେଟ ଦରଜରେ ଗୁ଼ଡ଼କୁ ଖାଇଲେ ଆପଣଙ୍କୁ ଉପଶମ ମିଳିଥାଏ।
  • ଗଣ୍ଠି ଯନ୍ତ୍ରଣାରେ ମଧ୍ୟ ଗୁଡ଼ ଖାଇବା ଦ୍ବାରା ଆପଣଙ୍କୁ ଲାଭ ମିଳିଥାଏ।