ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ରାଜପାଲ କାର୍ଯ୍ୟରୁ ବିରତି ନେଇ ବାପାଙ୍କ ପାଖକୁ ଫେରିଥିଲେ । ରାଜପାଲ ତାଙ୍କ ବାପାଙ୍କ ନାମରେ ଏକ ଭାବପ୍ରବଣ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ସୂଚନା ମୁତାବକ ରାଜପାଲ ଯାଦବ କାମ ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। ରାଜପାଲଙ୍କ ବାପା ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହସ୍ପିଟାଲରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ପିତାଙ୍କ ଦେହାନ୍ତ ପରେ ଅଭିନେତା କହିଛନ୍ତି, ମୋ ବାପା ଆଉ ଏ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କ ଆଶୀର୍ବାଦ ଏବଂ ଜୀବନରେ ତାଙ୍କଠାରୁ ମିଳୁଥିବା ପ୍ରେରଣା ସବୁବେଳେ ମୋ ସହିତ ଅଛି।
ଅଭିନେତା କ୍ୟାପସନରେ ଲେଖିଛନ୍ତି ଯେ, 'ମୋ ଜୀବନରେ ମୋତେ ଉତ୍ସାହିତ କରିଥିବା ସବୁଠାରୁ ବଡ଼ ବ୍ୟକ୍ତି ଥିଲେ ମୋ ବାପା।'
ରାଜପାଲ ଯାଦବଙ୍କ ପିତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପ୍ରଶଂସକମାନେ ମଧ୍ୟ ଦୁଖି ପ୍ରକାଶ କରିଛନ୍ତି । ଅଭିନେତାଙ୍କୁ ଅନେକ ଲୋକ ସମବେଦନା ଜଣାଉଛନ୍ତି ।
ट्रेन्डिंग फोटोज़