ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍ ର ୧୦ମ ସିନେ ଆୱାର୍ଡ ଉତ୍ସବ ଅନୁଷ୍ଠିତ
Advertisement
Article Detail0/zeeodisha/odisha2481809

ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍ ର ୧୦ମ ସିନେ ଆୱାର୍ଡ ଉତ୍ସବ ଅନୁଷ୍ଠିତ

ଓଡ଼ିଶାର ବିଭିନ୍ନ କୋଣରୁ ଆସିଥିବା  ୧୦୦ ଜଣ କଳାକାରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ତାସହିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ରେବତୀ ଓ ଦୁର୍ଗାର ପ୍ରଯୋଜକ ତଥା କଳାକାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା .

ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍ ର ୧୦ମ ସିନେ ଆୱାର୍ଡ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଜୟଦେବ ଭବନ ଠାରେ ଓଡିଶା ସିନେ ୱାର୍କର୍ସ ଆସୋସିଏସନ ର ୧୦ମ ସିନେ ଆୱାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁମ୍ବାଇ ସିନେ ୱାର୍କର୍ସ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ସୁରେଶ ଶ୍ୟାମଲାଲ ଗୁପ୍ତା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସିନେ କଳାକାର ଶ୍ରୀଯୁକ୍ତ ଅଶ୍ରୁମୋଚନ ମହାନ୍ତି, ସଂଘର ଉପଦେଷ୍ଟା ଶ୍ୟାମା ପ୍ରସାଦ ମିଶ୍ର, ଡଃ ରଜନୀ ରଞ୍ଜନ, ପ୍ରଶାନ୍ତ ପାଢ଼ୀ, ପୁଷ୍ପା ପଣ୍ଡା, ପିଙ୍କି ପ୍ରଧାନ, ଡଃ ବନ୍ଦନା ହରିଚନ୍ଦନ, ସଭାପତି ବବି ମିଶ୍ର ମିଶ୍ର, ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଓ ପ୍ରଯୋଜକ ତଥା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ଓଡ଼ିଶାର ବିଭିନ୍ନ କୋଣରୁ ଆସିଥିବା  ୧୦୦ ଜଣ କଳାକାରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ତାସହିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ରେବତୀ ଓ ଦୁର୍ଗାର ପ୍ରଯୋଜକ ତଥା କଳାକାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ବିଭିନ୍ନ କୋଣରୁ ଆସିଥିବା କଳାକାର ମାନେ ପାରମ୍ପରିକ କଳା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ତଥା ଅତିଥି ମାନଙ୍କୁ ଆନନ୍ଦିତ କରିଥିଲେ । ପ୍ରଯୋଜକ ରମେଶ ବାରିକ, ପ୍ରିତମ, ଅଭିନେତ୍ରୀ ଶୀତଲ ପାତ୍ର, ଅନନ୍ୟା, ଶକ୍ତି ବରାଳ, ଅଭିଷେକ ଗିରି, ଉପସ୍ଥାପକ କେପି ପ୍ରମୁଖ ଉତ୍ସବରେ ସମ୍ମାନ ପ୍ରଦାନ ରାଯାଇଥିଲା । ଉତ୍ସବ ସଫଳ ହେବା ପାଇଁ ସହଯୋଗର ହାତ ବଢ଼େଇଥିବା ପୁରୁଷୋତ୍ତମ ସାହୁଙ୍କୁ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମୁମ୍ବାଇରୁ ଆସିଥିବା ସଭାପତି ଓଡ଼ିଆ ସିନେ ଶ୍ରମିକଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ଆଗାମୀ ବର୍ଷ ମାନଙ୍କରେ ବଲିଉଡରେ ଓଲିଉଡ଼ କଳାକାରଙ୍କ ସ୍ୱତନ୍ତ୍ର ପରିଚୟ ନିଶ୍ଚିତ ଭାବେ ସୃଷ୍ଟି ହେବ । ଶେଷରେ ପିଙ୍କି ପ୍ରଧାନ ଅଭିଭାଷଣରେ ଖୁବ ସୁନ୍ଦର କଥା ଦୁଇ ପଦ କହିଥିଲେ । ଶ୍ୟାମ ପ୍ରସାଦ ମିଶ୍ର,  ପ୍ରଣୟ ଜେଠୀଙ୍କ ଅଭିଭାଷଣରେ ଦର୍ଶକ ଢେର ଉତ୍ସାହିତ ହୋଇଥିଲେ । ଶେଷରେ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Also Read- Lucky Zodiac Sign: ୨୧ ଅକ୍ଟୋବରରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Weekly Health Horoscope: ୨୧ରୁ ୨୭ ଅକ୍ଟୋବର, ଜାଣନ୍ତୁ କେମିତି ରହିବ ଆପଣଙ୍କ ସ୍ୱାସ୍ଥ୍ୟ