India China Relations: ଶେଷ ହେଲା କି ଭାରତ ଏବଂ ଚୀନ୍ ବିବାଦ ? LACରେ ପ୍ରକାଶ ପାଇଲା ଏହି ସହମତି
Advertisement
Article Detail0/zeeodisha/odisha2482014

India China Relations: ଶେଷ ହେଲା କି ଭାରତ ଏବଂ ଚୀନ୍ ବିବାଦ ? LACରେ ପ୍ରକାଶ ପାଇଲା ଏହି ସହମତି

India China Relations: ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) କୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ହ୍ରାସ ପାଉଛି। ପୂର୍ବ ଲଦାଖ ସୀମାରେ ପାଟ୍ରୋଲିଂ ଉପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଏକ ସହମତି ହୋଇଥିଲା। ବୈଦେଶିକ ମନ୍ତ୍ରଣାଳୟ ସେ ସମ୍ପର୍କରେ ଏକ ସୂଚନା ଦେଇଛି।

India China Relations: ଶେଷ ହେଲା କି ଭାରତ ଏବଂ ଚୀନ୍ ବିବାଦ ? LACରେ ପ୍ରକାଶ ପାଇଲା ଏହି ସହମତି

India China Relations: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଧିରେ ଧିରେ ଶେଷ ହେଉଥିବା ଜଣାପଡିଛି। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ପାଟ୍ରୋଲିଂ ଆରମ୍ଭ କରିବାକୁ ଉଭୟ ଦେଶ ରାଜି ହୋଇଥିଲେ। ଏ ସମ୍ପର୍କରେ ପ୍ରମୁଖ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି ଯେ, ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ପୂର୍ବ ଲଦାଖରେ ଭାରତ-ଚୀନ୍ ସୀମାରେ ପୁଣି ପାଟ୍ରୋଲିଂ ଆରମ୍ଭ ହୋଇଛି।

 

ବୈଦେଶିକ ସଚିବ ବିକ୍ରମ ମିଷ୍ଟ୍ରି ୨୧ ଅକ୍ଟୋବର (ସୋମବାର) ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିକଟରେ ଭାରତ ଏବଂ ଚୀନ୍ ମଧ୍ୟରେ କୂଟନତିକ ଏବଂ ସାମରିକ ଆଲୋଚନା ହୋଇଥିଲା । ଉକ୍ତ ଆଲୋଚନାରେ ପାଟ୍ରୋଲିଂ ବ୍ୟବସ୍ଥା ଏବଂ LAC ଉପରେ ପାଟ୍ରୋଲିଂ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା। 

ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ LAC ଉପରେ ହୋଇଥିବା ଚୁକ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ। ବୈଦେଶିକ ସଚିବ କହିଛନ୍ତି ଯେ, 2020 ମସିହାରେ ପୂର୍ବ ଲଦାଖରେ ଚୀନ୍ ସେନାର କାର୍ଯ୍ୟାନୁଷ୍ଠାନ ପରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହେଉଛି। ସେ କହିଛନ୍ତି ଯେ, ଚୀନ୍ ସହ ସାମରିକ ସ୍ତରରେ ଏବଂ ବିଭିନ୍ନ ସ୍ତରରେ ସାମରିକ କମାଣ୍ଡୋଙ୍କ ବୈଠକ ମାଧ୍ୟମରେ ଭାରତ ଆଲୋଚନା କରୁଛି। 

ସୂଚନାଯୋଗ୍ୟ, ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଡିପସଙ୍ଗ ଏବଂ ଡେମୋକୋକ ଅଞ୍ଚଳରେ ପାଟ୍ରୋଲିଂ ସହିତ ଜଡିତ। ଆପଣଙ୍କୁ କହିରଖୁଛୁ ଯେ, 2020 ରେ ପୂର୍ବ ଲଦାଖ ସୀମାରେ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଏହି ସଂଘର୍ଷରେ ଭାରତୀୟ ସେନାର 20 ଜଣ ସୌନିକ ସହିଦ ହୋଇଥିଲେ ଏବଂ ଅନେକ ଚୀନ୍ ସୈନିକ ମଧ୍ୟ ନିହତ ହୋଇଥିଲେ।

Also Read- Budh Gochar 2024: ବିଛା ରାଶିରେ ବୁଧ ଚଳନ, ୯ଦିନ ପରେ ବଦଳିଯିବ ୩ ରାଶିର ଭାଗ୍ୟ

Also Read- ଓଡ଼ିଶାର ସବୁଠୁ ବଡ଼ ଉତ୍ସବ 'ଜୀ ସାର୍ଥକ ସଂସାର ଅୱାର୍ଡ' ଅକ୍ଟୋବର ୨୭ ସନ୍ଧ୍ୟା ୬.୩୦ରେ