Top 10 News: ଜାଣନ୍ତୁ କେଉଁଠି ମାଡ ହେବ ବାତ୍ୟା ! ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...
Advertisement
Article Detail0/zeeodisha/odisha2481898

Top 10 News: ଜାଣନ୍ତୁ କେଉଁଠି ମାଡ ହେବ ବାତ୍ୟା ! ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଜାଣନ୍ତୁ କେଉଁଠି ମାଡ ହେବ ବାତ୍ୟା ! ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...

Top 10 News Today

Headlines 01- ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିପାରେ ସମ୍ଭାବ୍ୟ ବାତ୍ୟା 'ଦାନା' ।  ଭାରତୀୟ ପାଣିପାଗ ବିଭାଗ ନୂଆ ଟ୍ରାକ୍ ଜାରି କରିଛି । ୨୪ ତାରିଖରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ । ଉତ୍ତର ଓଡ଼ିଶାକୁ ହିଟ୍‌ କରିବା ସମ୍ଭାବନା ରହିଛି ।  ୨୪ ତାରିଖ ରାତି କିମ୍ବା ୨୫ ସକାଳ ସୁଦ୍ଧା ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ କୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା ।  ଭୀଷଣ ବାତ୍ୟା ରୂପ ନେଇ କୂଳ ଛୁଇଁବା ସମୟରେ ପବନର ବେଗ ୧୦୦ରୁ ୧୨୦ ଭିତରେ ରହିପାରେ ।

Headlines 02- ଦିଲ୍ଲୀର ରୋହିଣୀରେ ଘଟିଥିବା ବୋମା ବିସ୍ଫୋରଣର ଏଜେନ୍ସିଗୁଡ଼ିକ ତଦନ୍ତ କରୁଛନ୍ତି। ଅନ୍ୟପକ୍ଷରେ, ପାକିସ୍ତାନରୁ ଚାଲୁଥିବା କିଛି ଟେଲିଗ୍ରାମ ଚ୍ୟାନେଲରେ ଦାବି କରାଯାଇଛି ଯେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପଛରେ ଖାଲିସ୍ତାନ ସଦସ୍ୟ ରହିଥିବା ତଦନ୍ତକାରୀ ସଂସ୍ଥା ସୁଚନା ଦେଇଛନ୍ତି। ଏହା ପରେ ପାକିସ୍ତାନର ଅନେକ ଟେଲିଗ୍ରାମ ଚ୍ୟାନେଲରେ ଏହି ବାର୍ତ୍ତା ପ୍ରଚାର କରାଯାଇଥିଲା। ଏହି ସମସ୍ତ ଟେଲିଗ୍ରାମ ଚ୍ୟାନେଲ, ଯେଉଁଥିରେ ମୁଖ୍ୟତଃ କାଶ୍ମୀରରେ ଘଟୁଥିବା ଆତଙ୍କବାଦୀ କାର୍ଯ୍ୟକଳାପର TRF ଅପଡେଟ୍ ସେୟାର କରାଯାଇଛି। 

Headlines 03- ଉତ୍ତରାଖଣ୍ଡର ମଦ୍ରାସା ବୋର୍ଡ ରାଜ୍ୟରେ ୪୦୦ରୁ ଅଧିକ ମଦ୍ରାସାରେ ସଂସ୍କୃତ ଶିକ୍ଷା କରିବାକୁ ଯୋଜନା କରୁଛି। ତେବେ ଏହି ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ ହେବ। ଏହି ସୂଚନା ଦେଇ ଉତ୍ତରାଖଣ୍ଡ ମଦ୍ରାସା ବୋର୍ଡର ଚେୟାରମ୍ୟାନ୍ ମୁଫତି ଶାମୁନ୍ କାସମି କହିଛନ୍ତି, 'ଆମେ କିଛି ସମୟ ଧରି ଏହି ଯୋଜନାରେ କାର୍ଯ୍ୟ କରୁଛୁ। ଏ ବାବଦରେ ଏକ ପ୍ରସ୍ତାବ ମଧ୍ୟ ଦିଆଯାଉଛି। ଯଦି ରାଜ୍ୟ ସରକାର ଏହା ସହମତ ହୁଅନ୍ତି, ତେବେ ଏହାକୁ କାର୍ଯ୍ୟକାରୀ କରାଯିବ।

Headlines 04- ଗଜପତି ମୋହନା ଥାନା ରାମଗଡ଼ ଘାଟିରେ ଦୁର୍ଘଟଣା ଘଟି ୨୦ ଜଣ ଆହତ ହୋଇଛନ୍ତି । ମାଲକାନଗିରିରୁ ପୁରୀ ଯାଉଥିବା ଜଗନ୍ନାଥ ବସ ଏବଂ ପିକଅପ୍ ମଧ୍ୟରେ ଦୁର୍ଘଟଣା ହେବାରୁ ଅନ୍ୟ ଏକ ମହାକାଳ ନାମକ ଯାତ୍ରୀବାହୀ ବସ୍ ବ୍ରେକ୍ ଡାଉନ୍ ହେଇ ରାସ୍ତାକଡ଼କୁ ଖସି ପଡିଥିଲା । ଘଟଣାସ୍ଥଳରୁ ଆହତମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରୁଛି । ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Headlines 05- ପୁଣିଥରେ ଭିଜିଲାନ୍ସ ଜାଲରେ ପଡିଲେ ଆଉଜଣେ ପୋଲିସ ବାବୁ । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଖଣ୍ଡପଡ଼ା ଥାନା SI । ଲାଞ୍ଚ ନେବା କାରଣରୁ ଖଣ୍ଡପଡ଼ା ଥାନା ଏସଆଇ ଏସ୍‌କେ ରେହମାନଙ୍କୁ ଗିରଫ କରାଯାଇଛି । ମଦ ବେପାରୀଠୁ ୩ ହଜାର ଟଙ୍କା ନେବା ସମୟରେ ଧରାପଡ଼ିଛନ୍ତି ।

Headlines 06- ଆଜି ଅପରାହ୍ନ ୪ଟାରେ ଲୋକସେବା ଭବନରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, SRCଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ରହିବେ । ବାତ୍ୟା ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ନୁହେଁ ବରଂ ପୂରା ୩୦ ଜିଲ୍ଲାରେ ପ୍ରସ୍ତୁତି ରହିବ। ୩୦ ଜିଲ୍ଲାରେ ଓଡ୍ରାଫ୍‌ ଟିମ୍‌ ମୁତୟନ ରହିବେ, ଏନ୍‌ଡିଆର୍‌ଏଫ୍‌କୁ ମଧ୍ୟ ଆଲର୍ଟ ରଖାଯାଇଛି । 

Headlines 07- ବାତ୍ୟା ପାଇଁ ଶକ୍ତି ବିଭାଗ ପୂରା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ସମ୍ଭାବ୍ୟ କ୍ଷୟକ୍ଷତି ନେଇ ଶକ୍ତି ବିଭାଗ ପୂରା ପ୍ରସ୍ତୁତ ରହିଛି । ପ୍ରବଳ ପବନ ଯୋଗୁଁ ବିଦ୍ୟୁତ ବିଭାଗ ପ୍ରଭାବିତ ସମ୍ଭାବନା ରହିଛି ତେଣୁ ତୁରନ୍ତ ଯେପରି ସ୍ଥିତି ପୁନର୍ବାହାଲ ହେବ ସେନେଇ ବିଭାଗ ପ୍ରସ୍ତୁତ ରହିଛି । ଅବରୋଧ ହଟାଇ ପୁଣି ବିଜୁଳି ଯୋଗାଣ ପାଇଁ ପୂରା ପ୍ରସ୍ତୁତ ରଖାଯାଇଛି ।

Headlines 08- ବାତ୍ୟା ନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ଆଗୁଆ ପନିପରିବା ଏବଂ ତେଜରାତୀ ସାମଗ୍ରୀ ସାଇତି ରଖିବା ଲକ୍ଷ୍ୟରେ ଲୋକଙ୍କ ଭିଡ଼ ହାଟ ଓ ବଜଡାରରେ ଦେଖିବାକୁ ମିଳିଛି। ସକାଳେ ଯେଉଁ ପରିବା ଦର କିଲୋପିଛା ୫୦ ଟଙ୍କାରେ ବିକ୍ରି ହେଉଥିଲା ତାହା ସନ୍ଧ୍ୟା ବେଳକୁ ଦୁଇଗୁଣା ହୋଇଯାଇଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ୧ ନମ୍ବର ହାଟରେ। ବାତ୍ୟା ସମୟରେ କଳାବଜାରୀ ନକରିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚେତାବନୀ ଦେଇଛନ୍ତି। ଯେଉଁ ଅସାଧୁ ବ୍ୟବସାୟୀ କଳାବଜାରୀ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। 

Headlines 09- ବାତ୍ୟା ପୂର୍ବରୁ ମତ୍ସ୍ୟ ବିଭାଗ ପକ୍ଷରୁ ସତ ପାରାଦୀପର ବିଭିନ୍ନ ବସ୍ତି ଅଞ୍ଚଳରେ ମାଇକ୍‌ ଦ୍ବାରା ପ୍ରଚାର କରାଯାଇଛି । ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଯିଏ ବି ସମୁଦ୍ରରେ ଅଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋପାଳପୁର ସମୁଦ୍ର କୂଳରେ ମଧ୍ୟ ପର୍ଯ୍ୟଟକମାନେ ବୁଲାବୁଲି କରୁଥିବା ସମୟରେ ସୁରକ୍ଷାକର୍ମୀ ସତର୍କ କରାଉଛନ୍ତି ।

Headlines 10- ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି । ମୁଖ୍ୟାଳୟ ନଛାଡ଼ିବା ପାଇଁ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, କଟକ ଏବଂ ଯାଜପୁରକୁ ଆଲର୍ଟ କରାଯାଇଛି ।