Malaika Arora Father Death: 'ମୁଁ ଅସୁସ୍ଥ, ମୁଁ କ୍ଳାନ୍ତ' ଜୀବନ ହାରିବା ପୂର୍ବରୁ ଏମିତି କହିଥିଲେ ମଲାଇକାଙ୍କ ବାପା ଅନିଲ୍ ଅରୋରା....
Advertisement
Article Detail0/zeeodisha/odisha2427018

Malaika Arora Father Death: 'ମୁଁ ଅସୁସ୍ଥ, ମୁଁ କ୍ଳାନ୍ତ' ଜୀବନ ହାରିବା ପୂର୍ବରୁ ଏମିତି କହିଥିଲେ ମଲାଇକାଙ୍କ ବାପା ଅନିଲ୍ ଅରୋରା....

Malaika Arora Father Death: ଖବର ଅନୁଯାୟୀ ତାଙ୍କ ଝିଅ ମଲାଇକା ଏବଂ ଅମୃତା ଆରୋରାଙ୍କୁ ଏକ ହୃଦୟ ବିଦାରକ ଶେଷ କଲ କରି ମୃତ୍ୟୁର କିଛି ସମୟ ପୂର୍ବରୁ ନିରାଶାର ଭାବନା ପ୍ରକାଶ କରିଥିଲେ। ସୂତ୍ର ଅନୁଯାୟୀ ସେ ସେମାନଙ୍କୁ କହିଥିଲେ ଯେ ମୁଁ ଅସୁସ୍ଥ ଏବଂ କ୍ଳାନ୍ତ ଅଟେ।

Malaika Arora Father Death: 'ମୁଁ ଅସୁସ୍ଥ, ମୁଁ କ୍ଳାନ୍ତ' ଜୀବନ ହାରିବା ପୂର୍ବରୁ ଏମିତି କହିଥିଲେ ମଲାଇକାଙ୍କ ବାପା ଅନିଲ୍ ଅରୋରା....

Malaika Arora: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅମୃତା ଆରୋରାଙ୍କ ବାପା ଅନୀଲ ଅରୋରାଙ୍କ ବୁଧବାର ଦେହାନ୍ତ ହୋଇଛି। ତାଙ୍କ ଘରର ଆୟେଶା ମନୋରର ଷଷ୍ଠ ମହଲାରୁ ଡେଇଁ ଅନିଲ ଜୀବନ ହରାଇଥିବା କୁହାଯାଉଛି। ସେପ୍ଟେମ୍ବର ୧୧ରେ ତାଙ୍କର ଦେହାନ୍ତ ହୋଇଛି। ଏ ନେଇ ପୋଲିସ ଏହି ମାମଲା ଆତ୍ମହତ୍ୟା ବୋଲି କହିଛି। ବର୍ତ୍ତମାନ ଏହି ମାମଲାରେ ଆଉ ଏକ ଅପଡେଟ୍ ସାମ୍ନାକୁ ଆସିଛି।

ଖବର ଅନୁଯାୟୀ ତାଙ୍କ ଝିଅ ମଲାଇକା ଏବଂ ଅମୃତା ଆରୋରାଙ୍କୁ ଏକ ହୃଦୟ ବିଦାରକ ଶେଷ କଲ କରି ମୃତ୍ୟୁର କିଛି ସମୟ ପୂର୍ବରୁ ନିରାଶାର ଭାବନା ପ୍ରକାଶ କରିଥିଲେ। ସୂତ୍ର ଅନୁଯାୟୀ ସେ ସେମାନଙ୍କୁ କହିଥିଲେ ଯେ ମୁଁ ଅସୁସ୍ଥ ଏବଂ କ୍ଳାନ୍ତ ଅଟେ।

ଏହି ଦୁଃଖଦ ଘଟଣାର କିଛି ସମୟ ପରେ ମଲାଇକା ଆରୋରା ଇନଷ୍ଟାଗ୍ରାମକୁ ଯାଇ ପରିବାର ତରଫରୁ ଏକ ବିବୃତ୍ତି ଜଣାଇ ସେମାନଙ୍କ ଗଭୀର ଦୁଃଖ ପ୍ରକାଶ କରିଥିଲେ। "ଆମର ପ୍ରିୟ ପିତା ଅନିଲ ମେହେଟ୍ଟାଙ୍କ ଦେହାନ୍ତ ଖବର ଜଣାଇ ଆମେ ଅତ୍ୟନ୍ତ ଦୁଃଖିତ। ସେ ଜଣେ ଭଦ୍ର ଆତ୍ମା, ଜଣେ ଭକ୍ତ ଅଜା, ସ୍ନେହୀ ସ୍ୱାମୀ ଏବଂ ଆମର ସର୍ବୋତ୍ତମ ବନ୍ଧୁ ଥିଲେ। ଏହି କ୍ଷତି ହେତୁ ଆମ ପରିବାର ଗଭୀର ଶୋକରେ ଅଛନ୍ତି ଏବଂ ଆମେ ଦୟାକରି ଅନୁରୋଧ କରୁଛୁ ଏହି କଷ୍ଟକର ସମୟରେ ଗଣମାଧ୍ୟମ ଏବଂ ଶୁଭେଚ୍ଛୁମାନେ ଗୋପନୀୟତା ବଜାୟ ରଖନ୍ତୁ।

ବାନ୍ଦ୍ରାସ୍ଥିତ ଆୟେଶା ମନୋରରେ ଏହି ଘଟଣା ଘଟିଛି, ଯେଉଁଠାରେ ମେହେଟ୍ଟା ପରିବାର ବାସଭବନର ଷଷ୍ଠ ମହଲା ବାଲକୋନିରୁ ଡେଇଁପଡିଥିଲେ। ତାଙ୍କ ପତ୍ନୀ ଜୋଏସ୍ ପଲିକାର୍ପ ସେହି ସମୟରେ ଫ୍ଲାଟରେ ଥିଲେ ଏବଂ ସକାଳ ପ୍ରାୟ ୯ଟା ସମୟରେ ଲିଭିଙ୍ଗ୍ ରୁମରେ ତାଙ୍କ ସ୍ୱାମୀଙ୍କ ଚପଲ ଦେଖି ସେ ଚିନ୍ତିତ ହୋଇଯାଇଥିଲେ। ପରେ ସେ ଏପରି ଦୃଶ୍ୟ ଦେଖି ହତବାକ୍ ହୋଇ ପଡ଼ିଥିଲେ।