ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ସାଧୁ ଉଦ୍ୟମ ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ । ଏହି ପ୍ରୟାସ ପାଇଁ ମୁଁ ଇଗ୍ନୋ ଏବଂ ଏଆଇସିଟିଇକୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର।
Trending Photos
ଭୁବନେଶ୍ୱର: ଓଡ଼ିଶାର ଉଚ୍ଚ ଶିକ୍ଷା ତଥା ବୈଷୟିକ ଶିକ୍ଷା କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଯୋଡିହୋଇଛି । AICTE INDIA ସହଯୋଗରେ IGNOU ର ଏମବିଏ କୋର୍ସର ଓଡ଼ିଆ ପାଠ୍ୟପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ସାଧୁ ଉଦ୍ୟମ ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ । ଏହି ପ୍ରୟାସ ପାଇଁ ମୁଁ ଇଗ୍ନୋ ଏବଂ ଏଆଇସିଟିଇକୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର।
ଭାରତରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାର ଅଗ୍ରଗତିରେ ଏଆଇସିଟିଇର ଭୂମିକା ଅତୁଳନୀୟ । ଉଭୟ ଇଗ୍ନୋ ଏବଂ ଏଆଇସିଟିଇ ଦେଶ ତଥା ଦେଶ ବାହାରେ ବିଭିନ୍ନ ଶିକ୍ଷାର୍ଥୀଙ୍କୁ ସୁଲଭ ମୂଲ୍ୟରେ ଶିକ୍ଷଣ ସୁଯୋଗ ପ୍ରଦାନ କରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଆଜି ଏହି ଦୁଇ ଅନୁଷ୍ଠାନ ମିଳିତ ଭାବରେ ଓଡ଼ିଆ ଭାଷାରେ ଏମବିଏ କୋର୍ସର ପାଠ୍ୟପୁସ୍ତକ ପ୍ରସ୍ତୁତ କରି ସାମଗ୍ରିକ ଶିକ୍ଷା ଦିଗରେ ନିଜର ସମର୍ପଣ ଭାବନାକୁ ପ୍ରମାଣିତ କରିଛନ୍ତି ।
Today, Hon’ble Union Minister for Education Shri @dpradhanbjp released the MBA study material of @OfficialIGNOU in Odia language, a significant step towards fostering inclusive and accessible education. This initiative aligns with the principles of #NEP2020, which emphasizes the… pic.twitter.com/HtD3rgXA3a
— Ministry of Education (@EduMinOfIndia) January 21, 2025
ପ୍ରଗତିଶୀଳ ରାଷ୍ଟ୍ର ଗୁଡ଼ିକରେ ଇଂରାଜୀ ଭାଷାର ବ୍ୟବହାସ କମ ହେବା ସତ୍ତ୍ୱେ ରାଷ୍ଟ୍ର ଗୁଡ଼ିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁତ ଉନ୍ନତ ଓ ସଶକ୍ତ । ଜନ୍ମ ନେଉଥିବା ଶିଶୁ ନିଜର ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ପାଠ ପଢିଲେ ହିଁ ତା’ର ବୌଦ୍ଧିକ କ୍ଷମତାର ବିକାଶ ଘଟିଥାଏ ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ଏକ ଜ୍ଞାନ ଆଧାରିତ ସମାଜ ଏବଂ ଭାଷା ଆମ ପ୍ରଗତିର ସବୁଠୁ ବଡ଼ ସହାୟକ । ମୌଳିକ ଚିନ୍ତାଧାରାକୁ ବଢେଇବା ପାଇଁ ହେଲେ ଆମକୁ ମାତୃଭାଷା ଆଧାରିତ ଶିକ୍ଷା ପ୍ରଦାନ କରିବାକୁ ହେବ ।
Also Read- Mangal Gochar 2025: ମେଷଠୁ ମୀନ ୧୨ ରାଶିରେ ପଡିବ ମଙ୍ଗଳଙ୍କ ପ୍ରଭାବ, ଜାଣନ୍ତୁ କାହା ପାଇଁ ଶୁଭ
Also Read- Dabidi Dibidi ଗୀତରେ କେଶଭୀଙ୍କ ଜବରଦସ୍ତ ନାଚ, ଭିଡିଓ ଭାଇରାଲ୍