Draupadi Murmu: ଓଡ଼ିଶାରେ ମ୍ୟାଡମ୍ ପ୍ରେସିଡେଣ୍ଟ, ଜାଣନ୍ତୁ କ'ଣ ରହିଛି ଦ୍ବିତୀୟ ଦିନର କାର୍ଯ୍ୟସୂଚୀ?
Advertisement
Article Detail0/zeeodisha/odisha1566956

Draupadi Murmu: ଓଡ଼ିଶାରେ ମ୍ୟାଡମ୍ ପ୍ରେସିଡେଣ୍ଟ, ଜାଣନ୍ତୁ କ'ଣ ରହିଛି ଦ୍ବିତୀୟ ଦିନର କାର୍ଯ୍ୟସୂଚୀ?

Draupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ । ଆଜି ସକାଳ ୯ଟା ୧୦ ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଯାଇ ମହାଦେବକୁ ଦର୍ଶନ କରିବେ ମହାମହିମ । ମହାଦେବଙ୍କ ନିକଟରେ ବିଶ୍ବବାସୀଙ୍କ ମଙ୍ଗଳକାମନା କରିବେ ରାଷ୍ଟ୍ରପତି । ମନ୍ଦିର କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁଙ୍କୁ ରାଷ୍ଟ୍ରପତିଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନରେ ସହାୟତା କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ସୌଜନ୍ୟ- ସୋସିଆଲ ମିଡିଆ

Draupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ । ଆଜି ସକାଳ ୯ଟା ୧୦ ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର (Lingaraj Temple ) ଯାଇ ମହାଦେବକୁ ଦର୍ଶନ କରିବେ ମହାମହିମ । ମହାଦେବଙ୍କ ନିକଟରେ ବିଶ୍ବବାସୀଙ୍କ ମଙ୍ଗଳକାମନା କରିବେ ରାଷ୍ଟ୍ରପତି । ମନ୍ଦିର କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁଙ୍କୁ ରାଷ୍ଟ୍ରପତିଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନରେ ସହାୟତା କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।  ସକାଳ ୯ଟା ୪୫ରୁ ୫୦ ଭିତରେ ଲିଙ୍ଗରାଜ ମନ୍ଦିରରୁ ବିମାନ ବନ୍ଦର ଯିବେ । ସେଠାରୁ କଟକ ଗସ୍ତ କରି ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ୱିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ ।

ସକାଳ ୧୦ଟା ୪୫ରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଏନଆରଆରଆଇ ପରିସରରେ ପହଞ୍ଚିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାରକେଡ ରିହର୍ସଲ ସହ ପୋଲିସ ବ୍ରିଫିଙ୍ଗ ଶେଷ ହୋଇଛି । ହେଲିପ୍ୟାଡଠାରୁ ଅଡିଟୋରିୟମ ହଲ ଯାଏ ସବୁଠି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୨୦ ପ୍ଲାଟୁନ ଫୋର୍ସ ସହ ୧୦୦ରୁ ଅଧିକ ପୋଲିସ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ବ୍ଲୁ ବୁକ ଅନୁଯାୟୀ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Also Read : Mirzanur Returned to Bangladesh: ଦେବଦୂତ ସାଜିଲେ ସମାଜସେବୀ, ୭ ବର୍ଷ ପରେ ବାଂଲାଦେଶ ଫେରିଲେ ମିର୍ଜାନୁର

Also Read : Draupadi Murmu: ଆସୁଛନ୍ତି ମହାମହିମ, ଜାଣନ୍ତୁ କ’ଣ ସବୁ ରହିଛି କାର୍ଯ୍ୟକ୍ରମ?

ସୂଚନା ଅନୁସାରେ,ଗତକାଲି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ନିର୍ଦ୍ଧାରିତ ସମୟ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ।

ବିମାନ ବନ୍ଦରରୁ ବାହାରି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଉତ୍କଳ ମଣ୍ଡପରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu) । ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫ ହଜାର ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ । ଏହାପରେ ରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ ପାଇଁ ରାଜଭବନ ଯାଇଥିଲେ । ପରେ ଅପରାହ୍ମ ୪ଟା ୫ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ।

Also Read : Alphabet Inc Share Price: ଆମେରିକୀୟ କମ୍ପାନୀକୁ ବାଣ୍ଟିଦେଲା ଗୋଟିଏ ଭୁଲ ଉତ୍ତର, ଘଣ୍ଟାଏ ମଧ୍ୟରେ ହରାଇଲା ୧୦୦ ବିଲିୟନ ଡଲାର

Also Read : AIMPLB Affidavit: ମସଜିଦରେ ମହିଳାମାନଙ୍କ ନମାଜ ପଢ଼ିବାର ଦାବି, ମୁସଲିମ ପର୍ସନାଲ ଲ ବୋର୍ଡ଼ ସୁପ୍ରିମକୋର୍ଟଙ୍କୁ କହିଲେ ଏହି କଥା