Human head in dog mouth: କୁକୁର ତୁଣ୍ଡରେ ମଣିଷ ମୁଣ୍ଡ, ATM ବୁଥରୁ ମିଳିଲା ଗଣ୍ଡି
Advertisement
Article Detail0/zeeodisha/odisha1415425

Human head in dog mouth: କୁକୁର ତୁଣ୍ଡରେ ମଣିଷ ମୁଣ୍ଡ, ATM ବୁଥରୁ ମିଳିଲା ଗଣ୍ଡି

Human head in dog mouth: ପୋଲିସ କୁକୁରଠାରୁ ମଣିଷ ମୁଣ୍ଡକୁ ଉଦ୍ଧାର କରିଥିଲା। ଏହାର ଭଡିଓ ଏହେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଧବାର ଗୋଟିଏ କୁକୁର ପାଟିରେ ମଣିଷ ମୁଣ୍ଡ ଧରି ସହରରେ ଦୌଡି ବୁଲୁଥିବା ଦେଖି ସହରବାସୀ ଆତଙ୍କୀତ ହୋଇଯାଇଥିଲେ।

Human head in dog mouth: କୁକୁର ତୁଣ୍ଡରେ ମଣିଷ ମୁଣ୍ଡ, ATM ବୁଥରୁ ମିଳିଲା ଗଣ୍ଡି

Human head in dog mouth, ମେକ୍ସିକୋ: ଉତ୍ତର-କେନ୍ଦ୍ରୀୟ ମେକ୍ସିକୋର ଏକ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ଗୋଟିଏ କୁକୁର ପାଟିରେ ମଣିଷ ମୁଣ୍ଡ ଧରି ସହରରେ ଦୌଡି ବୁଲୁଥିବା ଦେଖି ସହରବାସୀ ଆତଙ୍କୀତ ହୋଇଯାଇଥିଲେ। ବହୁ ସଙ୍ଘର୍ଷ ପରେ ପୋଲିସ କୁକୁର ନିକଟରୁ ମଣିଷ ମୁଣ୍ଡକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ଏହା ସହ ନିକଟରେ ଥିବା ଏକ ଏଟିଏମ ବୁଥ ଭିତରୁ ମୁଣ୍ଡବିହୀନ ମୃତଦେହକୁ ଠାବ କରିଥିଲା।

ଉତ୍ତର-କେନ୍ଦ୍ରୀୟ ମେକ୍ସିକୋର ଅନ୍ତର୍ଗତ ଜାକାଟେକ୍ସର ଅଧିକାରୀମାନେ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ, ପୋଲିସ କୁକୁରଠାରୁ ମଣିଷ ମୁଣ୍ଡକୁ ଉଦ୍ଧାର କରିଥିଲା। ଏହାର ଭଡିଓ ଏହେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, କୁକୁରଟି ଏକ ମଣିଷ ମୁଣ୍ଡକୁ ଧରି ବୁଲୁଛି। ଅନ୍ଧାରିଆ ରାସ୍ତାରେ ତାକୁ ଟ୍ରାଙ୍କୁଲାଇଜ୍ କରି ସୁରକ୍ଷାକର୍ମୀମାନେ କୁକୁର ତୁଣ୍ଡରୁ ମୁଣ୍ଡକୁ ଉଦ୍ଧାର କରୁଛନ୍ତି। ବୋଧହୁଏ ମୁଣ୍ଡକୁ ଖାଇବା କୁକୁର ଏକ ସୁରକ୍ଷିତ ସ୍ଥାନକୁ ନେଉଥିଲା।

Also Read: ଦୀପାବଳିରେ କିଏ ଲିଭାଇଲା ଜୀବନ ଦୀପ? ନବବଧୂଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ

ନାମକୁ ଗୋପନ ରଖି ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ବୁଧବାର ବିଳମ୍ବିତ ରାତିରେ ମୋଣ୍ଟେ ଏସ୍କୋବେଡୋ ସହରରେ ଥିବା ଏକ ଏଟିଏମ୍ ବୁଥରେ ମଣିଷ ମୁଣ୍ଡ ଏବଂ ତାର ଗଣ୍ଡିକୁ ରଖି ଦୂର୍ବୃତମାନେ ଫେରାର ହୋଇଯାଇଥିଲେ। ଆଉ ସେହି ମୁଣ୍ଡକୁ ଧରି କୁକୁର ସହରରେ ବୁଲୁଥିଲା। ମୁଣ୍ଡକୁ ଉଦ୍ଧାର କରିବା ପରେ ଏଟିଏମ୍ ବୁଥରୁ ଗଣ୍ଡିକୁ ଠାବ କରାଯାଇଛି।  ଡ୍ରଗ୍ ମାଫିଆଙ୍କ ଗ୍ୟାଙ୍ଗୱାରରେ ମୃତ ବ୍ୟକ୍ତିଙ୍କ ମୁଣ୍ଡ ଅଗଲା କରି ମୃତଦେହକୁ ଏଟିଏମରେ ରଖାଯାଇ ଥାଇପାରେ। ପୋଲିସକୁ ଡରାଇବା ଉଦ୍ଦେଶ୍ୟରେ ଡ୍ରଗ୍ସ ମାଫିଆମାନେ ଏପରି କରିଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ମେକ୍ସିକୋ ଓ ଏହାର ଆଖପାଖ ଅଞ୍ଚଳରେ ବିପୁଳ ପରିମାଣରେ ଡ୍ରଗ୍ସ ବ୍ୟବସାୟ ହୁଏ। ଫଳରେ ଏରିଆକୁ ନେଇ ବାରମ୍ବାର ଏଠାରେ ଗ୍ୟାଙ୍ଗୱାର ଦେଖିବାକୁ ମିଳେ। ପ୍ରାୟତଃ ସମୟରେ ସିନାଲୋଆ ଏବଂ ଜାଲିସ୍କୋ ଡ୍ରଗ୍ କାର୍ଟେଲ ଦ୍ୱାରା ସମର୍ଥିତ ସ୍ଥାନୀୟ ଗ୍ୟାଙ୍ଗ ମଧ୍ୟରେ ସଙ୍ଘର୍ଷ ହୋଇଥାଏ। ଦେଖାଯାଇଛି ଯେ, ଅନେକ ସମୟରେ ଏହି ଗ୍ୟାଙ୍ଗ ଗୁଡିକ ପୋଲିସ ଓ ପ୍ରତିଦ୍ୱନ୍ଦୀଙ୍କୁ ଭୟଭୀତ କରାଇବାକୁ ହତ୍ୟା ପରେ ଲୋକର ମୁଣ୍ଡ ଓ ଗଣ୍ଡି ଅଲଗା କରୁଛନ୍ତି।