Horoscope Today 8 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୮ ହେଉଛି ଶନିବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ମେଷ- ଚାକିରିରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ । ଆୟ ମଧ୍ୟ ବଢିବ। ଆଳସ୍ୟର ବଶବର୍ତ୍ତୀ ହୋଇ ସମସ୍ୟାରେ ପଡ଼ିପାରନ୍ତି । ମନ ଅସୁବିଧାରେ ପଡ଼ିବ । ଆତ୍ମନିର୍ଭରଶୀଳ ହୁଅନ୍ତୁ । ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ କ୍ରୟ କରିବା ଦ୍ଵାରା ଖର୍ଚ୍ଚ ବଢିବ।
ALSO READ: Guru Margi 2025: ଏହିସବୁ ରାଶିଙ୍କ ଭାଗ୍ୟ ଫିଟାଇବେ ଦେବଗୁରୁ ବୃହସ୍ପତି, ବର୍ଷ ତମାମ୍ ରହିବନି ଟଙ୍କାର ଅଭାବ!
ବୃଷ- ଦିନଟି ଏତେ ଖାସ୍ ରହିବ ନାହିଁ। କର୍ମ କ୍ଷେତ୍ରରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ । ବ୍ୟବସାୟରେ ଅସୁବିଧା ହୋଇପାରେ । ବୈବାହିକ ଜୀବନ ସୁଖମୟ ରହିବ। ମାଆ-ପୁଅଙ୍କ ମଧ୍ୟରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପିତାଙ୍କଠାରୁ ଅର୍ଥ ପ୍ରାପ୍ତି କରିପାରନ୍ତି । ପ୍ରଗତିର ରାସ୍ତା ଖୋଲିଯିବ । ବିଦ୍ୟାର୍ଥୀମାନେ ଚିନ୍ତାରେ ପଡ଼ିବେ ।
ମିଥୁନ-ଆଜି ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କର ଘାତ ଚନ୍ଦ୍ର ଯୋଗୁଁ ମନ ଅଶାନ୍ତ ରହିବ । ଅଯଥାରେ ଟେନସନ୍ ବଢିବ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ । ପୈତୃକ ସମ୍ପତ୍ତିରୁ ଟଙ୍କା ହାସଲ କରିପାରନ୍ତି । ବନ୍ଧୁଙ୍କ ସାହାଯ୍ୟରେ ଚାକିରିର ସୁଯୋଗ ପାଇପାରିବେ ।
କର୍କଟ- କର୍ମକ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ହୋଇପାରେ । ଆୟ ବୃଦ୍ଧି ପାଇବ । ପରିଶ୍ରମ ଅଧିକ ହେବ । ଶାରୀରିକ କଷ୍ଟ ଅନୁଭବ କରିବେ । ଆତ୍ମନିର୍ଭରଶୀଳ ହୁଅନ୍ତୁ ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।
ସିଂହ- କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ । ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ । ବିଦେଶ ଭ୍ରମଣର ଯୋଗ ରହିଛି । କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ହେବ। ମନ ପ୍ରସନ୍ନ ରହିବ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ ।
କନ୍ୟା -ବ୍ୟବସାୟରେ ଅସୁବିଧା ହୋଇପାରେ,ସତର୍କ ରୁହନ୍ତୁ । ଆର୍ଥିକ କାରବାର ଠାରୁ ଦୂରେଇ ରୁହନ୍ତୁ। ଶିକ୍ଷାଗତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ । କଳା କିମ୍ବା ସଙ୍ଗୀତ ପ୍ରତି ପ୍ରବୃତ୍ତିରେ ଆଗ୍ରହ ବଢିବ । ପାରିବାରିକ ଜୀବନ ସୁଖମୟ ହେବ ।
ତୁଳା - ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ମନ ଖୁସି ରହିବ । ତଥାପି ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରର ସମର୍ଥନ ପାଇବେ । କିଛି ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି । ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ଲାଭବାନ ହେବେ ।
ବିଛା- ଆଜି କୌଣସି କାର୍ଯ୍ୟକୁ ନେଇ ମନରେ ଉତ୍ସାହ ସୃଷ୍ଟି ହୋଇପାରେ । ବ୍ୟବସାୟରେ ଲାଭ ସୁଯୋଗ ମିଳିବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାନବାହାନ ପାଇଁ ଖର୍ଚ୍ଚାନ୍ତ ହୋଇ ପାରନ୍ତି ।
ଧନୁ- ଚାକିରିରେ ଥିବା ଅଧିକାରୀମାନଙ୍କ ସହିତ ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ । ପ୍ରଗତି ପାଇଁ ସୁଯୋଗ ମିଳିପାରିବ । ଆୟ ବୃଦ୍ଧି ପାଇବ । କାର୍ଯ୍ୟଭାରରେ ମଧ୍ୟ ବୃଦ୍ଧି ଘଟିବ । ଲାଭ ଯୋଗ ରହିଛି । କାର୍ଯ୍ୟରେ ବିଳମ୍ବ ହେବ ତଥାପି, ବ୍ୟସ୍ତ ନହୋଇ ଶାନ୍ତ ରୁହନ୍ତୁ ।
ମକର- କର୍ମକ୍ଷେତ୍ରରେ ସାମାନ୍ୟ ଅଧିକ ପରିଶ୍ରମ ହେବ । ଚାକିରିରେ ଆପଣଙ୍କୁ ବିଦେଶ ଯିବାକୁ ପଡିପାରେ । ନୂଆ ଯାନ କିଣିବେ। ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମକର ରାଶିରେ ଆଜି ଶ୍ରୀଚନ୍ଦ୍ର ଯୋଗୁଁ ମନ ଶାନ୍ତ ରହିବ ବୈବାହିକ ସୁଖ ବୃଦ୍ଧି ପାଇବ ।
କୁମ୍ଭ- ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ମିଳିପାରେ । ଉତ୍ତମ ଆୟର ଯୋଗ ରହିଛି । ଆୟ ବୃଦ୍ଧି ପାଇବ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ଆତ୍ମବିଶ୍ୱାସ ପୂର୍ଣ୍ଣ ହେବ, କିନ୍ତୁ ସଂଯମ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।
ମୀନ- ଆଜି ଆପଣଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ଅତ୍ୟଧିକ କ୍ରୋଧ ଏବଂ ଉତ୍ସାହରୁ ଦୂରେଇ ରୁହନ୍ତୁ । ମନ ବିଚଳିତ ହୋଇପାରେ । ଅଯଥା ଧନ କ୍ଷୟର ଯୋଗ ରହିଛି । ଆପଣ ନିଜ ପରିବାର ସହିତ ଏକ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । ସନ୍ତାନଙ୍କ ପାଇଁ ଚିନ୍ତା ବଢ଼ିବାରେ ।
ट्रेन्डिंग फोटोज़