ଚାକିରିରୁ ଏକକାଳୀନ ବିଦା ହେଲେ ଜାଲିଆ ଶିକ୍ଷକ ଦମ୍ପତି
Advertisement
Article Detail0/zeeodisha/odisha1207421

ଚାକିରିରୁ ଏକକାଳୀନ ବିଦା ହେଲେ ଜାଲିଆ ଶିକ୍ଷକ ଦମ୍ପତି

ଜାଲ ସାର୍ଟିଫିକେଟ ଦେଇ ସରକାରୀ ସ୍କୁଲରେ ଶିକ୍ଷାକତା କରୁଥିବା ଦମ୍ପତିଙ୍କୁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ଏକକାଳୀନ ବିଦା କରିଛନ୍ତି। ଜାଲିଆ ଦମ୍ପତି ହେଲେ ଯଯାତି ବାରିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ସାହୁ। ଯଯତି,
କପ୍ତିପଦା ବ୍ଲକ ମଝିଗଡିଆ ହାଇସ୍କୁଲରେ ପାଠ ପଢାଉଥିଲେ।

ଡିଜାଇନ୍ ଫଟୋ

ମୟୂରଭଞ୍ଜ: ଜାଲ ସାର୍ଟିଫେକେଟ ଦେଇ ଚାକିରି କରିବା ଶିକ୍ଷକ ଦମ୍ପତିଙ୍କୁ ମହଙ୍ଗା ପଡିଛି। ସ୍ୱମୀଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ସ୍ତ୍ରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଆଧାରରେ ଶିକ୍ଷକ ଦମ୍ପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର  କପ୍ତିପଦା ବ୍ଲକରେ ଏଭଳି ଘଟଣାର ପର୍ଦ୍ଦାଫାଶ ହୋଇଛି। 

ଜାଲ ସାର୍ଟିଫିକେଟ ଦେଇ ସରକାରୀ ସ୍କୁଲରେ ଶିକ୍ଷାକତା କରୁଥିବା ଦମ୍ପତିଙ୍କୁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ଏକକାଳୀନ ବିଦା କରିଛନ୍ତି। ଜାଲିଆ ଦମ୍ପତି ହେଲେ ଯଯାତି ବାରିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ସାହୁ। ଯଯତି, କପ୍ତିପଦା ବ୍ଲକ ମଝିଗଡିଆ ହାଇସ୍କୁଲରେ ପାଠ ପଢାଉଥିଲେ। ସେ ୨୦୧୩ ମସିହାରେ ନିଯୁକ୍ତି ହୋଇଥିବା ବେଳେ ୨୦୧୯ରେ ତାଙ୍କ ଚାକିରି ରେଗୁଲାର
ହୋଇଥିଲା। କିନ୍ତୁ ଉଭୟ ଯଯାତି ବାରିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ସାହୁ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଏବେ ଜଣା ପଡିଛି।

Also Read: କିମିଆ କଲା କାଳିଆ! ଜଗତପୁରରେ ନିର୍ମାଣ ହେବ ଭବ୍ୟ ଜଗନ୍ନାଥ ମନ୍ଦିର, କୋଟିଏ ଟଙ୍କା ଦେବେ ପ୍ରବାସୀ ଓଡ଼ିଆ ଦମ୍ପତି

ଯଯାତି ବାରିକ ସ୍ନାତକ ଓ ବିଇଡି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରିଥିବା ସୂଚନା ମିଳିଥିଲା। ସେହିପରି ତାଙ୍କ ସ୍ତ୍ରୀ ସସ୍ମିତା ସଂସ୍କୃତରେ ଏମ୍‌ଏ କରିଥିବା ଦର୍ଶାଇ ଚାକିରି କରିଥିଲେ। କିନ୍ତୁ ଜଣେ ସୂଚନା ଅଧିକାର କର୍ମୀ ଏହାର ପର୍ଦ୍ଦାଫାଶ କରିଛନ୍ତି। ଆରଟିଆଇ ଜରିଆରେ ସେ ଯେଉଁ ତଥ୍ୟ ପାଇଥିଲେ ତାହା ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ନକଲି ସାର୍ଟିଫିକେଟ ଦେଇ ଯଯାତି ଓ ସସ୍ମିତା ଦୀର୍ଘ ବର୍ଷ ହେଲା ଚାକିରି କରି ଆସୁଥିଲେ ମଧ୍ୟ ବିଭାଗକୁ ଏହାର ସୁରାକ ମିଳିନଥିଲା। 

ସୂଚନାଧିକାର ବଳରେ ଯଯାତି ବାରିକ ଯେଉଁ ଶିକ୍ଷାନୁଷ୍ଠାନର ସାର୍ଟିଫିକେଟ ଜମା କରିଥିଲେ ତାହାର ତଥ୍ୟ ମଗାଯାଇଥିଲା। କିନ୍ତୁ ଉକ୍ତ ଶିକ୍ଷାନୁଷ୍ଠାନରେ ଯଯାତି ବାରିକ ବୋଲି କେହି ପରୀକ୍ଷା ଦେଇନଥିବା ଜଣାପଡିଛି। ସେହିପରି ସସ୍ମିତା ମଧ୍ୟ ଏମଏ କରିନଥିବା ଆରଟିଆଇ ତଥ୍ୟରେ ଖୁଲାସା ହୋଇଛି। ଆଉ ଏହି ତଥ୍ୟ ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରେ ସୂଚନା ଅଧିକାର କର୍ମୀ ଅଭିଯୋଗ ହୋଇଥିଲା।

Also Read: 'ଦୁନିଆର ସବୁଠାର ଦୁର୍ନୀତିଗ୍ରସ୍ତ ପରିବାର ହେଉଛି ଗାନ୍ଧୀ ପରିବାର'

ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଶିକ୍ଷାଧିକାରୀ ତଦନ୍ତ ତଦନ୍ତ କରିବା ସହ ଜାଲିଆ ଦମ୍ପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଯଯାତିଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଦରମା ବାବଦ ନେଇଥିବା ୧୬ ଲକ୍ଷ ୯୯ ହଜାର ଟଙ୍କା ତୁରନ୍ତ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ସସ୍ମିତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।