Crime News: ପ୍ରେମିକର ରାଗ ସହିପାରିଲାନି ପ୍ରେମିକା, ଯାହାକୁ ଭଲ ପାଉଥିଲା...
Advertisement
Article Detail0/zeeodisha/odisha1844844

Crime News: ପ୍ରେମିକର ରାଗ ସହିପାରିଲାନି ପ୍ରେମିକା, ଯାହାକୁ ଭଲ ପାଉଥିଲା...

Crime News:ବେଙ୍ଗଲୁରୁର(Bengaluru) ଜଣେ ଯୁବକ ନିଜ ଲିଭ୍-ଇନ୍ ପାର୍ଟନର (live-in Partner)ଅର୍ଥାତ୍ ନିଜ ପ୍ରେମିକାକୁ ପ୍ରେସରକୁକରରେ ପିଟି ପିଟି ହତ୍ୟା କରିଛି। ଯାହାକୁ ନେଇ ପୋଲିସ ହତ୍ୟା କରିଥିବା ଯୁବକଙ୍କୁ ଗିରଫ କରିଛି।ଏହି ମର୍ମନ୍ତୁଦ ହତ୍ୟାକାଣ୍ଡ ଘଟିଛି ବେଗୁରର ମାଇକୋ ଲେଆଉଟରେ।

ବୈଷ୍ଣବ ନାମକ ଜଣେ ଇଞ୍ଜିନିୟରିଂ ସ୍ନାତକତ୍ୱ ଯୁବକ ଦେବୀ ନାମକ ନିଜ ୨୪ ବର୍ଷୀୟ ଲିଭ-ଇନ୍ ପାର୍ଟନରଙ୍କୁ ବିଶ୍ୱାସଘାତକତା କରି ହତ୍ୟା କରିଥିବା ପୋଲିସ କହିଛି।ଉଭୟେ କେରଳରୁ ଆସିଥିବା ବେଳେ,ଗତ ତିନିବର୍ଷ ଧରି ଉଭୟ ଉଭୟଙ୍କୁ ଜାଣିଥିଲେ। ମାତ୍ର ୨ ବର୍ଷ ହେବ ସେମାନେ ଦୁହେଁ ଏକାଠି ରହୁଥିଲେ ବୋଲି ପୋଲିସ କହିଛି। ପୋଲିସର ସୂଚନାନୁସାରେ, ଦୁହେଁ କଲେଜରେ ଏକାଠି ଅଧ୍ୟୟନ କରିଥିଲେ ପରେ ଦୁହେଁ ସେଲ୍ସ ଏବଂ ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ।ପଡୋଶୀଙ୍କ କହିବା ଅନୁସାରେ ସେମାନଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିବା ଦେଖିବାକୁ ମିଳିଥିଲା।କିନ୍ତୁ ଏହା ବିରୁଦ୍ଧରେ କେହି କେବେ ପୋଲିସରେ ଅଭିଯୋଗ କରିନାହାଁନ୍ତି।

ଦୁହିଁଙ୍କ ସମ୍ପର୍କ ଖରାପ ହେବା ପରେ ଦେବୀଙ୍କ ଭଉଣୀ କୃଷ୍ଣା ଶନିବାର ତାଙ୍କ ଘରେ ଦୁହିଁଙ୍କୁ ଦେଖା କରି ବୁଝାସୁଝା କରିଥିଲେ ବୋଲି ପୋଲିସ କହିଛି। ସେ ତାଙ୍କ ଘରୁ ଫେରିବା ପରେ ଦେବୀ ଏବଂ ବୈଷ୍ଣବଙ୍କ ମଧ୍ୟରେ ପୁଣି ଯୁକ୍ତିତର୍କ ହୋଇଥିଲା। ରାଗରେ ବୈଷ୍ଣବ ଦେବୀଙ୍କ ମୁଣ୍ଡକୁ ପ୍ରେସରକୁକର ଦ୍ୱାରା ଏକାଧିକ ଥର ଆଘାତ କରିବା ଦ୍ୱାରା ଦେବୀଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଏଭଳି କାଣ୍ଡ ଭିଆଇବା ପରେ ବୈଷ୍ଣବ ଘରୁ ଫେରାର ଥିଲେ ମାତ୍ର ପୋଲିସ ତାଙ୍କୁ ପରେ ଗିରଫ କରିଛି

Also Read: Rojgar Mela: ମୋଦି ସରକାରଙ୍କ ରୋଜଗାର ମେଳା ଯୋଜନା, ଆଜି ଆପୋଏଣ୍ଟମେଣ୍ଟ ଲେଟର ପାଇବେ ୫୦ ହଜାର..