Advertisement
Photo Details/zeeodisha/odisha2650546
photoDetails0hindi

Rahu Budh Yuti 2025: ଫେବୃଆରୀ ଶେଷରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଖୁସି ଖବର ସହ ହେବ ଟଙ୍କା ବର୍ଷା

Rahu-Budh Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ  ଗ୍ରହ ମାନଙ୍କର ରାଜକୁମାର ବୁଧ ଫେବୃଆରୀ ୨୭ ତାରିଖ ସକାଳ ୧୦ଟା ୨୦ ମିନିଟ୍ ସମୟରେ ବୁଧ ମୀନ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ଛାୟା ଗ୍ରହ କେତୁ ପୂର୍ବରୁ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ରାହୁ-ବୁଧଙ୍କ ମିଳନ ଦୁର୍ଲଭ ଯୋଗ ବା ରାହୁ-ବୁଧ ୟୁତି ସୃଷ୍ଟି କରୁଛି।  ଯଦି ଜାତକରେ ରାହୁ ଓ ବୁଧଙ୍କ ସ୍ଥିତି ମଜବୁତ୍ ଥିବ, ତେବେ, ବ୍ୟକ୍ତି ଜଣକ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବା ସହ ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ତେବେ, ଆସନ୍ତୁ ଜାଣିବା  ରାହୁ ଓ ବୁଧଙ୍କ କୃପାରୁ କେଉଁ ସବୁ ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସୁଛି।...

1/5
ତୁଳା:  ରାହୁ ଓ ବୁଧଙ୍କ ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଦିର୍ଘ ଦିନ ଧରି ଆଧା ରହିଥିବା କାର୍ଯ୍ୟକୁ ସାରିବାରେ ସଫଳ ହେବେ। ଧାର-କରଜ ଆଣିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବା। ଯେଉଁମାନେ ଦିର୍ଘ ଦିନ ହେବ, ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ଅଫର ମିଳିବ।  ଘର କିଣିବାର ସ୍ବପ୍ନ ସାକାର ହେବ। ବାକି ପଡିଥିବା ଟଙ୍କା ମିଳିବ। ସମସ୍ତ କାର୍ଯ୍ୟ କରିବା ପାଇଁ ସାହାସ ଓ ଧୌର୍ଯ୍ୟ ବୃଦ୍ଧି ପାଇବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।  

ALSO READ: ବିବାହ ବନ୍ଧନରେ ବାନ୍ଧି ହେଲେ ଯାତ୍ରା ଅଭିନେତ୍ରୀ ନିଶା ! ଭାଇରାଲ୍ ହେଉଛି ଏହି ଭିଡିଓ

ALSO READ: Today Horoscope: ଆଜି ସତର୍କ ରୁହନ୍ତୁ ଏହିସବୁ ରାଶି, ଅର୍ଥହାନୀର ରହିଛି ଯୋଗ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର

2/5
ବିଛା: ରାହୁ ଓ ବୁଧଙ୍କ ଶୁଭ ମିଳନ ଏହି ରାଶିର ଭାଗ୍ୟ ଚମକାଇବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିବ।  ଦିର୍ଘ ଦିନ ଧରି ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହିତ ଦରମା ବଢିବ। ଆୟର ନୂଆ ଉତ୍ସ ସୃଷ୍ଟି ହେବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତି ବଦଳାଇବ। ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ମାନସିକ ଚାପରୁ  ମୁକ୍ତି ମିଳିବ।  ପରିବାର ମଧ୍ୟରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଯେଉଁ ଛାତ୍ରଛାତ୍ରୀମାନେ ବିଦେଶରେ ପାଠ ପଢିବା ପାଇଁ ଇଚ୍ଚା ରଖିଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ପ୍ରେମ ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।  ପିତାମାତାଙ୍କ ସହ ଦୂରଯାତ୍ରା କରିବେ। 

3/5
ସିଂହ: ରାହୁ ବୁଧଙ୍କ କୃପାରୁ ଏହି ରାଶିର ଲୋକେ ଧନବାନ୍ ହେବେ। ଯେଉଁମାନେ, ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ମନ ପସନ୍ଦର ଚାକିରି ଅଫର ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଟଙ୍କା ବିନିଯୋଗ ପାଇଁ ଯୋଜନା କରୁଥିବା ଲୋକେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ଲାଭ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ନିଜ ଜୀବନସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

4/5
କୁମ୍ଭ: ରାହୁ ଓ ବୁଧଙ୍କ ଶୁଭ ମିଳନ ଏ-ହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ବିଶେଷକରି,ଏ-ହି ସମୟ ମଧ୍ୟରେ କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଚାକିରିଆମାନେ କର୍ମକ୍ଷେତ୍ରରୁ ଶୁଭ ଫଳ ପାଇବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ।  ଏହି ସମୟ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ହେବ। ପରିବାର ସହିତ ଭଲ ସମୟ ଅତିବାହିତ କରିବେ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନିଜ ପରିବାର ସହ ଧାର୍ମିକସ୍ଥଳକୁ ଯାତ୍ରା କରିବେ। ଯେଉଁମାନେ, ଅବିବାହିତ ଅଛନ୍ତି। ସେମାନଙ୍କ ଘରକୁ ଭଲ ବିବାହ ପ୍ରସ୍ତାବ ଆସିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

5/5
  ମୀନ: ରାହୁ-ବୁଧ ଏହି ରାଶିର ଭାଗ୍ୟ ଚମକାଇବ। ବିଶେଷକରି, ଏ-ହି ସମୟ ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିବ। ଯେଉଁମାନେ ଦିର୍ଘ ଦିନ ହେବ, ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ସ୍ଥାନରୁ ଭଲ ଚାକିରି ଅଫର ମିଳିପାରେ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ଯେଉଁମାନେ ଦିର୍ଘ ଦିନ ହେବ ନୂଆ ଘର କି ଗାଡି କିଣିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ଇଚ୍ଛା ପୂରା ହେବ।   ନିଜ ପତ୍ନୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ସେମାନେ ବଡ଼ ପ୍ରଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବା ସହିତ ପରିବାରରେ କୌଣସି ଶୁଭ କାର୍ଯ୍ୟ ହେବ।      (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)