Reliance Jio 5G Recharge Plan : ଜାଣନ୍ତୁ କେତେ ଟଙ୍କାରେ କରି ହେବ ରିଚାର୍ଜ ?
Advertisement
Article Detail0/zeeodisha/odisha1384098

Reliance Jio 5G Recharge Plan : ଜାଣନ୍ତୁ କେତେ ଟଙ୍କାରେ କରି ହେବ ରିଚାର୍ଜ ?

Reliance Jio 5G Recharge Plan : ଦେଶରେ ଆରମ୍ଭ ହୋଇଛି ୫ଜି ସେବା । ଦେଶର ପ୍ରଥମ କରି ୧୩ଟି ସହରରେ ୫ଜି ସେବା ଆରମ୍ଭ କରିଛନ୍ତି ସରକାର । 

ସୌଜନ୍ୟ : ସୋସିଆଲ ମିଡିଆ

Reliance Jio 5G Recharge Plan : ଦେଶରେ ଆରମ୍ଭ ହୋଇଛି ୫ଜି ସେବା । ଦେଶର ପ୍ରଥମ କରି ୧୩ଟି ସହରରେ ୫ଜି ସେବା ଆରମ୍ଭ କରିଛନ୍ତି ସରକାର । ୫ଜି ପ୍ରଯୁକ୍ତି ଦ୍ୱାରା ଅବାଧ କଭରେଜ, ହାଇସ୍ପିଡ ଡାଟା, କମ ବିଳମ୍ବତା ଓ ଅଧିକ ବିଶ୍ୱସନୀୟ ଯୋଗାଯୋଗ ଉପଲବ୍ଧ ହେବ । ଏହା ଦ୍ୱାରା ଶକ୍ତି, ସ୍ପେକ୍ଟ୍ରମ ଓ ନେଟୱର୍କ ଦକ୍ଷତା ମଧ୍ୟ ବଢିବ । ଆଇଏମସି-୨୦୨୨ରେ ୫ ଜି ଲଞ୍ଚର ତୁରନ୍ତ ବାଦ ଏୟାରଟେଲ ଦେଶର ୮ଟି ମେଟ୍ରୋ ସହରରେ ତାଙ୍କର ଫାଇଭ-ଜି ସେବା ଘୋଷଣା କରିଥିବା ବେଳେ ରିଲାଏନ୍ସ ଜିଓ ମଧ୍ୟ ୪ ସହରରେ ନିଜର ମନୋନୀତ ଗ୍ରାହକଙ୍କ ସମୂହ ସହିତ ଫାଇଭ-ଜି ସର୍ଭିସ ବିଟା ଟେଷ୍ଟିଂ ଆରମ୍ଭ କରି ଦେଇଛି।  ରିଲାଏନ୍ସ ଜିଓର ୫ଜି ସେବା ଦଶହରାରୁ ଆରମ୍ଭ ହେଉଛି । ଏହି ସେବା ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଆରମ୍ଭ ହୋଇଛି । ଏହି ସେବା କେବଳ ନିର୍ଦିଷ୍ଟ କିଛି ଜିଓ ଗ୍ରାହକଙ୍କୁ ଏହି ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରାଯିବ । ଯଦି ଆପଣ ଜିଓ ଉପଭୋକ୍ତା ଏବଂ ୫-ଜିର ସବୁ ବେନିଫିଟ ସହିତ ଏହାର ସ୍ପିଡ ମଜା ନେବାକୁ ଚାହୁଁଛନ୍ତି ତେବେ ଏ ଖବର ଖାସ୍ ଆପଣଙ୍କ ଲାଗି । 

ଯଦି ଆପଣ ଏହି ଚାରୋଟି ସହର ମଧୁରୁ ସିମ୍ କଣିଛନ୍ତି , ତେବେ ଏହି ସେବା ଆପଣଙ୍କୁ ମିଳି ପାରିବ।  ଯଦି ଆପଣ ଫାଇବ ଜି ସେବା ଫାଇଁ ଆଗ୍ରହୀ ତେବେ ପ୍ରଥମେ ମାଉଁ ଜିଓ ଆପକୁ ଯାଆନ୍ତୁ ।  ଆପଣ ନିମନ୍ତ୍ରଣ ପାଇଛନ୍ତି କି ନାହିଁ ଯାଞ୍ଚ କରିବାକୁ ଆପଣଙ୍କର ମାଇଁ ଜିଓ (MyJio) ଆପ୍ ଖୋଲନ୍ତୁ । ଏହା ଉପର କାରୁସେଲରେ ଆସିବା ଉଚିତ। ଯାହାକୁ ଆପଣ ସ୍ଲାଇଡ୍ କରିପାରିବେ । କିନ୍ତୁ ଜିଓ ଏଠାରେ ରଖିଥିବା ଏକ ସର୍ତ୍ତ ଅଛି । 

ଏହାବି ପଢନ୍ତୁ : Economic troubles: ଭାରତକୁ ବଡ଼ ଝଟକା ଦେଲା World Bank, ପଡୋଶୀ ଦେଶର ସ୍ଥିତି ବି ସଙ୍ଗୀନ

ଫାଇଭ ଜି ଅଫର ପାଇବା ପାଇଁ ଆପଣଙ୍କୁ ଏକ ଓ୍ବେଲକମ ଅଫର ୨୩୯ର ଏକ ରିଚାର୍ଜ କରିବାକୁ ପଡିବ।  ଯେଉଁଥିରେ ଆପଣ ୫ଜିର ସେବା ସହ ୧ ଜିବିଏସର ସ୍ପ୍ରିଡ ମଧ୍ୟ ପାଇପାରିବେ। ଉଭୟ ପ୍ରିପେଡ ଓ ପୋଷ୍ଟପେଡ ଉପଭକ୍ତାଙ୍କୁ ୨୩୯ ରିଚାର୍ଜ କରିବାକୁ ପଡିବ । ଏହି ଓ୍ବେଲକମ ଅଫର ନେଇ କମ୍ପାନୀ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ୨୩୯ ଟଙ୍କା ତଳକୁ ରିଚାର୍ଜ କଲେ ଆପଣଙ୍କୁ ୫ଜିର କୌଣସି ସେବା ମିଳିବ ନାହିଁ । ଏହି ପଦକ୍ଷେପ ଟେଲିକମ୍ ଉପଭୋକ୍ତାଙ୍କ ହାରାହାରି ରାଜସ୍ୱ ବୃଦ୍ଧି କରିବାର ଏକ ଉପାୟ ହୋଇପାରେ । ଜିଓ କହିଛି ଯେ ,ଯଦି ଆପଣଙ୍କର ଏକ ବୌଧ ସକ୍ରିୟ ଆଧାର ଯୋଜନା ଅଛି। ତେବେ ଆପଣ ଫାଇବ୍ ଜି ଡାଟା ପାଇବେ । ଆପଣଙ୍କ ପ୍ୟାକ୍ ଦ୍ୱାରା ପ୍ରଦତ୍ତ ତଥ୍ୟ ଫୋରଜି ସ୍ପିଡ୍ ଦେବ । ଯେତେବେଳେ ଆପଣ ଫାଇବଜି କୁ ସୁଇଚ୍ କରିବେ, ଏହା ଅତିରିକ୍ତ ଡେଟା ଆପଣଙ୍କୁ ପ୍ରଦାନ କରିବ ।