ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଦୀପାବଳୀରେ ସରକାର ବାଣ୍ଟିବେ ଏସବୁ ସାମଗ୍ରୀ, ଜାରି ହେଲା ବଜେଟ୍
Advertisement
Article Detail0/zeeodisha/odisha1386893

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଦୀପାବଳୀରେ ସରକାର ବାଣ୍ଟିବେ ଏସବୁ ସାମଗ୍ରୀ, ଜାରି ହେଲା ବଜେଟ୍

Ration Card: ଏହି ଶହେ ଟଙ୍କା ପ୍ୟାକେଟରେ ଏକ କିଲୋଗ୍ରାମ ସୁଜି, ଚିନାବାଦାମ, ଖାଇବା ତେଲ ଏବଂ ମୁଗ ଡାଲି ରହିବ । ରାଜ୍ୟ ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆପଣ ୩୦ ଦିନ ପର୍ଯ୍ୟନ୍ତ ଏହି ଅଫରର ଲାଭ ଉଠାଇ ପାରିବେ । 

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଦୀପାବଳୀରେ ସରକାର ବାଣ୍ଟିବେ ଏସବୁ ସାମଗ୍ରୀ, ଜାରି ହେଲା ବଜେଟ୍

ନୂଆଦିଲ୍ଲୀ: Ration Card: ଦୀପାବଳୀରେ ସରକାର ରାସନ କାର୍ଡଧାରୀଙ୍କ ପାଇଁ ଏକ ଖାସ୍ ଯୋଜନା ପ୍ରସ୍ତୁତ କରିଛନ୍ତି । ଯଦି ଆପଣ ମଧ୍ୟ ଏକ ରାସନ କାର୍ଡ ଧାରକ ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ରହିଛି । କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କୁ ମାଗଣା ରାସନ ସମେତ ଅନେକ ବିଶେଷ ସୁବିଧା ପ୍ରଦାନ କରୁଛନ୍ତି । ଏଥର ମହାରାଷ୍ଟ୍ର ସରକାର ଦୀପାବଳୀରେ ୫୧୩ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏକନାଥ ସିନ୍ଦେ ସରକାର ୧.୫ କୋଟି ରାସନ କାର୍ଡଧାରୀଙ୍କୁ ଦୀପାବଳୀ ଉପହାର ଦେବାକୁ ଯାଉଛନ୍ତି । ଏହା ଅଧୀନରେ ରାସନ କାର୍ଡଧାରୀଙ୍କୁ ମାତ୍ର ୧୦୦ ଟଙ୍କା ମୂଲ୍ୟରେ ଅନେକ ପ୍ରକାରର ସୁବିଧା ଦିଆଯିବ ।

ଆପଣଙ୍କୁ କହି ରଖୁଛୁ ଯେ, ମହାରାଷ୍ଟ୍ର କ୍ୟାବିନେଟ୍ ଗତ ମଙ୍ଗଳବାର ଆଗାମୀ ଦୀପାବଳୀ ପର୍ବ ପାଇଁ ରାଜ୍ୟରେ ଥିବା ରାସନ କାର୍ଡଧାରୀମାନଙ୍କୁ ୧୦୦ ଟଙ୍କା ମୂଲ୍ୟର କିରାଣା ସାମଗ୍ରୀ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଶହେ ଟଙ୍କା ପ୍ୟାକେଟରେ ଏକ କିଲୋଗ୍ରାମ ସୁଜି, ଚିନାବାଦାମ, ଖାଇବା ତେଲ ଏବଂ ମୁଗ ଡାଲି ରହିବ । ରାଜ୍ୟ ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆପଣ ୩୦ ଦିନ ପର୍ଯ୍ୟନ୍ତ ଏହି ଅଫରର ଲାଭ ଉଠାଇ ପାରିବେ । 

ସରକାରଙ୍କ ତରଫରୁ ୪୭୮ କୋଟି ଟଙ୍କାର ଚିନି, ମୁଗ ଡାଲି, ଖାଇବା ତେଲ ଏବଂ ସୁଜି କିଣା ଯିବ । ଏହା ବ୍ୟତୀତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ୩୫ କୋଟିରେ ରାସନ କାର୍ଡଧାରୀଙ୍କ ପାଇଁ କ୍ରୟ କରାଯିବ । ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ରହୁଥିବା ରାସନ କାର୍ଡଧାରୀମାନେ ଏହି ଅଫରର ୩୦ ଦିନ ମଧ୍ୟରୁ ଲାଭ ଉଠାଇ ପାରିବେ । ସରକାରଙ୍କ ପ୍ରାଥମିତା ହେଉଛି ଅନ୍ତୋଦୟ ଅନ୍ନ ଯୋଜନା ଅଧୀନରେ କାର୍ଡ ଧାରକମାନଙ୍କୁ ରାସନର ଲାଭ ଯୋଗାଇବା ।

ଅଧିକ ପଢ଼ନ୍ତୁ:-ବାବର ଆଜମ କଲେ ଆହୁରି ୪ଟି ରେକର୍ଡ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବି ପଛକୁ ଛାଡ଼ିଲେ ପାକିସ୍ତାନ ଅଧିନାୟକ

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ସ୍ଥାନ ନ ପାଇବାରୁ ନିରାଶ ଅଛନ୍ତି ଶାର୍ଦ୍ଦୁଲ ଠାକୁର, କହିଲେ- ପ୍ରତ୍ୟେକ ଖେଳାଳିଙ୍କର...

ଅଧିକ ପଢ଼ନ୍ତୁ:-'ସବୁଠାରୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ', ଜାଣନ୍ତୁ କାହିଁକି ଏମିତି କହିଲେ ଅସଦୁଦ୍ଦିନ ଓୱେସୀ

 

ସୂଚନାଯୋଗ୍ୟ, ବିଗତ ଦିନରେ କେନ୍ଦ୍ରର ମୋଦି ସରକାର ମାଗଣା ରାସନ ଯୋଜନା ଅବଧିକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) କୁ ଆଉ ତିନିମାସ ବୃଦ୍ଧି କରିଛନ୍ତି । ସେପ୍ଟେମ୍ୱର ୩୦ରେ ଏହି ଯୋଜନାର ଅବଧି ଶେଷ ହେଉଥିଲା । ବର୍ତ୍ତମାନ ଏହା ପୁଣି ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ସପ୍ତମ ଥର ପାଇଁ ମାଗଣା ରାସନ ଯୋଜନାର ସମ୍ପ୍ରସାରଣ କରାଯାଇଛି ।

ମାର୍ଚ୍ଚ, ୨୦୨୦ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରାଯାଇଥିଲା । ଏହା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅଧୀନରେ ଥିବା ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ପ୍ରତି ମାସରେ ମାଗଣାରେ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ସରକାରଙ୍କ ଏହି ଯୋଜନାକୁ ନେଇ ଏଥି ପାଇଁ ଚର୍ଚ୍ଚା ହେଉଛି କାରଣ ୮୦ କୋଟି ଲୋକ ଏହା ସହ ସିଧାସଳଖ ଜଡିତ ଅଛନ୍ତି ।