Shukra Surya Yuti 2024: ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ, ୫ ରାଶିର ବ୍ୟକ୍ତିଙ୍କ ସମସ୍ୟା ହେବ ଦୂର
Advertisement
Article Detail0/zeeodisha/odisha2254783

Shukra Surya Yuti 2024: ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ, ୫ ରାଶିର ବ୍ୟକ୍ତିଙ୍କ ସମସ୍ୟା ହେବ ଦୂର

Shukra Surya Yuti 2024: ପ୍ରତ୍ୟକ ଗ୍ରହଙ୍କ ଚଳନ ତଥା ରାଶି ପରିବର୍ତ୍ତନ ଉଭୟ ନକାରାତ୍ମକ ଏବଂ ସକରାତ୍ମକ ପ୍ରଭାବ ପକାଇଥାଏ । ରାଶିଫଳର ଶୁଭ ଘରେ ଶୁଭ ଗ୍ରହମାନଙ୍କର ମିଳନ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିଥାଏ ।  ୧୯ ମଇ ୨୦୨୪ରେ ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ ୫ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ ଆଣିଦେବ । ଆସନ୍ତୁ ଜାଣିବା ୫ ଟି ରାଶିର ଜୀବନରେ କେଉଁ ପ୍ରକାରର ପରିବର୍ତ୍ତନ ଆସିବ ।

Shukra Surya Yuti 2024: ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ, ୫ ରାଶିର ବ୍ୟକ୍ତିଙ୍କ ସମସ୍ୟା ହେବ ଦୂର

Shukra Surya Yuti 2024: ସମୟ ପରିବର୍ତ୍ତନଶୀଳ । ପରିସ୍ଥିତି ମଧ୍ୟ କେବେ ସମାନ ରହେ ନାହିଁ । ଗ୍ରହମାନଙ୍କର ଚଳନ ରାଶିରେ ପରିବର୍ତ୍ତନ ଦ୍ୱାରା ଏହା ସ୍ପଷ୍ଟ ଭାବରେ ଅନୁଭବ ହୋଇଥାଏ ବୋଲି ଜ୍ୟୋତିର୍ବିଦମାନେ କହିଥାନ୍ତି । ୨୦୨୪ ମସିହାରେ ଗ୍ରହ ଚଳନ ଦୃଷ୍ଟିକୋଣରୁ ମେ ୧୯ ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ତାରିଖରେ, ଶୁକ୍ର ଗ୍ରହ ମେଷ ରାଶିରୁ ବୃଷ ରାଶିକୁ ଚଳନ କରିଛନ୍ତି । ଯାହା ତାଙ୍କର ନିଜସ୍ୱ ରାଶି ଅଟେ । ଶୁକ୍ରଙ୍କର ଏହି ରାଶି ପରିବର୍ତ୍ତନ କାରଣରୁ ଅନେକ ଶୁଭ ଯୋଗ ସୃଷ୍ଟି ହେଉଛି । ଏହି ଯୋଗଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଶୁକ୍ରାଦିତ୍ୟ ଯୋଗ । ଶୁକ୍ର ଏବଂ ସୂର୍ଯ୍ୟଙ୍କର ସଂଯୋଗରୁ  ଶୁଭ ପ୍ରଭାବ ସୃଷ୍ଟି ହେଉଛି । ଏହାର ପ୍ରଭାବରୁ ୫ ଟି ରାଶିର ବ୍ୟକ୍ତିବିଶେଷ ଅନେକ ଲାଭ ପାଇବେ । ତେବେ ଆସନ୍ତୁ ଜାଣିବା କେଉଁ ରାଶିକୁ ମିଳିବ ଶୁଭଫଳ ।

ମେଷ ରାଶି
ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ କାରଣରୁ ଶୁକ୍ରାଦିତ୍ୟ ଯୋଗ ସୃଷ୍ଟି ହେଉଛି । ପ୍ରଭାବରୁ ଆପଣଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏହାର ସବୁଠାରୁ ବଡ ପ୍ରଭାବ ଛାତ୍ରମାନଙ୍କ ଉପରେ ପଡ଼ିପାରେ । କ୍ୟାରିୟରରେ ଏକ ସକାରାତ୍ମକ ଉନ୍ନତି ହେବାର ସମ୍ଭାବନା ରହିଛି । ଛାତ୍ରବୃତ୍ତି କାରଣରୁ ଅଧ୍ୟୟନ ପାଇଁ ବିଦେଶ ଯିବାର ସମ୍ଭାବନା ରହିଛି । ଘରକୁ ଟଙ୍କା ଆସିବା ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ ରାଶି
ଆପଣଙ୍କ ଜୀବନରେ ଶୁକ୍ର-ସୂର୍ଯ୍ୟ ସଂଯୋଗର ଶୁଭ ପ୍ରଭାବ ପଡିବ । ଭାଗ୍ୟରେ ପରିବର୍ତ୍ତନ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଇର୍ଷା, ସନ୍ଦେହ, ଘୃଣା ଇତ୍ୟାଦି ନକାରାତ୍ମକ ଭାବନା ଜୀବନରୁ ଦୂରେଇ ଯିବ । ବ୍ୟବସାୟରେ ଲାଭ ଅଧିକ ରହିବ । ବ୍ୟବସାୟରେ ନୂଆ ଡିଲ୍ କରିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଆଧ୍ୟାତ୍ମିକତା ପ୍ରତି ମନ ବଳିବ ।

କନ୍ୟା ରାଶି
ଶୁକ୍ରାଦିତ୍ୟ ଯୋଗର ପ୍ରଭାବରୁ ଆପଣଙ୍କ ଜୀବନରେ ମାନସିକ ଚାପ ଏବଂ ଉଦାସୀନତା ଶେଷ ହେବ । ଜୀବନରେ ସୁଖ ବୃଦ୍ଧି ପାଇବ । ଆର୍ଥିକ ସଙ୍କଟରୁ ଆପଣ ମୁକ୍ତି ପାଇବେ । ଦୀର୍ଘ ଦିନର ମକଦ୍ଦମା ଏବଂ ଆଇନଗତ ବିବାଦରୁ ଆପଣ ମୁକ୍ତି ପାଇବେ । ନୂଆ ଆୟର ଉତ୍ସ ମିଳିବା କାରଣରୁ ଆର୍ଥିକ ଲାଭ ପାଇବେ । ରାଜନୀତି ସହିତ ଜଡିତ ବ୍ୟକ୍ତିଙ୍କ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ।

ଧନୁ ରାଶି
ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ କାରଣରୁ ଆପଣଙ୍କ ଜୀବନରେ ଥିବା ସମସ୍ୟା ହ୍ରାସ ପାଇବ । ବନ୍ଧୁଙ୍କ ସାହାଯ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଚାରାଧୀନ କାର୍ଯ୍ୟ ଶେଷ ହେବ । କାର୍ଯ୍ୟରେ ସୃଜନଶୀଳତା ବୃଦ୍ଧି ଘଟିବ । ଆପଣଙ୍କୁ ଏକ ନୂତନ ପରିଚୟ ମିଳିପାରେ । ଆର୍ଥିକ ଲାଭ ମିଳିବା ସହ ଜୀବନରୁ ଅସ୍ଥିରତା ଦୂର କରିବ । ଛାତ୍ରମାନଙ୍କ କ୍ୟାରିଅରରେ ସକରାତ୍ମକ ପରିବର୍ତ୍ତନ ଆସିବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

ମୀନ ରାଶି
ଶୁକ୍ରାଦିତ୍ୟ ଯୋଗର ଶୁଭ ପ୍ରଭାବ ଆପଣଙ୍କ ଜୀବନକୁ କୁସୁମିତ କରିବ । ନୂତନ ବ୍ୟବସାୟରେ ସଫଳତା ମିଳିବ । ବାର୍ତ୍ତାଳାପ ଏବଂ ଯୋଗାଯୋଗ ମାଧ୍ୟମରେ ଆର୍ଥିକ ଲାଭ ପାଇବେ । ପାରିବାରିକ ଜୀବନରେ ଖୁସିର ଲହରୀ ଖେଳିଯିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- LIC New Scheme: ମାତ୍ର ୪୫ ଟଙ୍କା ସଞ୍ଚୟ କରି ପାଇପାରିବେ ୨୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି..

Also Read- Jio Plan: ଖୁସି ଖବର ! ମାତ୍ର ଏତିକି ଟଙ୍କାରେ ୯୦ଜିବି ଇଣ୍ଟରନେଟ ସହ ଅନଲିମିଟେଡ୍ କଲ୍