Rahu Gochar 2025: ରାହୁ ଖୁବ ଶୀଘ୍ର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜାନୁଆରୀ ୧୨ ରୁ ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜାନୁୟାରୀ ୧୨, ୨୦୨୫ ରେ, ରାହୁ ଉତ୍ତରାଷାଢ ନକ୍ଷତ୍ରରେ ଚଳନ କରିବେ । ଏପରି ସ୍ଥିତିରେ ରାହୁଙ୍କ ଆଶୀର୍ବାଦ ୩ ରାଶିର ବ୍ୟକ୍ତି ପାଇବେ । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କିଏ ?
ବୃଷ ରାଶି
ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ହେବ । ଶନିଙ୍କ ଉତ୍ତରାଷାଢ ନକ୍ଷତ୍ରରେ କରିବା ପରେ ଆପଣ ଭାଗ୍ୟବାନ ହେବେ । ବେରୋଜଗାର ଥିବା ବ୍ୟକ୍ତିଙ୍କୁ ଆୟର ଉତ୍ସ ମିଳିବ । ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ଆୟ ବୃଦ୍ଧି ହୋଇପାରେ । ପୁରୁଣା ବିନିଯୋଗରୁ ଭଲ ଲାଭ ପାଇବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଚାକିରି ସନ୍ଧାନରେ ଥିଲେ ଖୁସି ଖବର ମିଳିବ । କୌଣସି ନିଷ୍ପତ୍ତି ଶୀଘ୍ର ନିଅନ୍ତୁ ନାହିଁ ।
ସିଂହ ରାଶି
ଆପଣଙ୍କ ପାଇଁ ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ଲାଭଦାୟକ ହେବ। ମାନସିକ ଶାନ୍ତି ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବ । କ୍ୟାରିୟରରେ ଆଗକୁ ବଢିବେ । ମନରେ ଏକ ଭିନ୍ନ ଉତ୍ସାହ ରହିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟୀମାନେ ଲାଭବାନ ହୋଇପାରନ୍ତି । ମନ ଖୁସି ରହିବ । ଘରେ ମଧ୍ୟ ଖୁସିର ବାତାବରଣ ରହିବ ।
କୁମ୍ଭ ରାଶି
ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ କାରଣରୁ ଆପଣଙ୍କୁ ସଫଳତା ମିଳିପାରେ । ଧନ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସମାଜରେ ମାନ ସମ୍ମାନ ବୃଦ୍ଧି ହେବ । ଅତ୍ୟଧିକ ଚିନ୍ତା କରିବାଠାରୁ ଦୂରେଇ ରୁହନ୍ତୁ । ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବସାୟରେ ଅଗ୍ରଗତି କରିବେ । ସାଥୀ ସହିତ ସମ୍ପର୍କ ଅଧିକ ମଜବୁତ ହେବ । ଘରେ ଖୁସିର ପରିବେଶ ରହିବ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़