Ketu Gochar 2024: ଛାୟା ଗ୍ରହ କେତୁ ସୋମବାର ଦିନ ଉତ୍ତରା ଫାଲଗୁନି ନକ୍ଷତ୍ରରେ ଚଳନ କରିଛନ୍ତି । ଯାହା ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନ ଉପରେ ଶୁଭ ପ୍ରଭାବ ପକାଇବ । କିନ୍ତୁ ବିଶେଷ କରି ୩ଟି ରାଶିର ବ୍ୟକ୍ତି ଏହି ଚଳନରୁ ଅଧିକ ଉପକୃତ ହେବେ । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ।
Ketu Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଡିସେମ୍ବର ୨, ୨୦୨୪ ସୋମବାର ଦିନ ୪ଟା୪ ସମୟରେ କେତୁ ଉତ୍ତରା ଫାଲଗୁନି ନକ୍ଷତ୍ରରେ ଚଳନ କରିଛନ୍ତି । ଏହାପୂର୍ବରୁ ହସ୍ତା ନକ୍ଷତ୍ରରେ କେତୁ ରହିଥିଲେ । ଯଦିଓ କେତୁଙ୍କ ଚଳନ ୧୨ଟି ରାଶିର ବ୍ୟକ୍ତିଙ୍କୁ ପ୍ରଭାବିତ କରିବ କିନ୍ତୁ ୩ଟି ରାଶିର ବ୍ୟକ୍ତି ବର୍ଷ ଶେଷ ପୂର୍ବରୁ ଛାୟା ଗ୍ରହଙ୍କ ବିଶେଷ ଆଶୀର୍ବାଦ ପାଇବେ । ଆସନ୍ତୁ ଜାଣିବା କେଉଁ ରାଶିମାନେ ଭାଗ୍ୟଶାଳୀ ।
ତୁଳା ରାଶି
କେତୁଙ୍କ ଚଳନ କାରଣରୁ ତୁଳା ରାଶିର ବ୍ୟକ୍ତି ଶୁଭଫଳ ପାଇବେ । ଜୀବନରେ ଥିବା ଜଟିଳ ସମସ୍ୟାର ସମାଧାନ ପାଇବେ । ଡାକ୍ତରୀ, ଅନୁସନ୍ଧାନ, ଗଣମାଧ୍ୟମ ଏବଂ ଶିକ୍ଷାଦାନ ସହ ଜଡିତ ବ୍ୟକ୍ତି ବିଭିନ୍ନ ସୁତ୍ରରୁ ଆର୍ଥିକ ଲାଭ ପାଇବେ । ବର୍ଷ ଶେଷ ପୂର୍ବରୁ କୌଣସି ପୁରୁଣା ବିନିଯୋଗରୁ ଅଧିକ ଲାଭ ମିଳିପାରେ । ବଦଳୁଥିବା ପାଣିପାଗ ସମୟରେ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।
ଧନୁ ରାଶି
ଅବିବାହିତ ବ୍ୟକ୍ତିଙ୍କ ବିବାହ ବର୍ଷ ଶେଷ ପୂର୍ବରୁ ଠିକ୍ ହେବାର ସମ୍ଭାବନା ରହିଛି । ଶିକ୍ଷା କିମ୍ବା ତାଲିମ ସମ୍ବନ୍ଧୀୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଦରମା ବୃଦ୍ଧି ହୋଇପାରେ । ପୂର୍ବରୁ କୌଣସି ରୋଗ ଥିଲେ ଯନ୍ତ୍ରଣାରୁ ମୁକ୍ତି ପାଇବେ । କୌଣସି କାର୍ଯ୍ୟ ଦୀର୍ଘ ସମୟ ଧରି ଅଟକି ରହିଥିଲେ ଶୀଘ୍ର ସଫଳତା ପାଇବେ । ବିବାହିତ ଦମ୍ପତି ସାଥୀଙ୍କ ସହିତ ସୁଖଦ ସମୟ ବିତାଇବେ ।
କୁମ୍ଭ ରାଶି
ବର୍ଷ ଶେଷ ପୂର୍ବରୁ ବ୍ୟବସାୟୀମାନେ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ବ୍ୟବସାୟରେ ଲାଭ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଆପଣ ସମସ୍ୟାରୁ ମୁକୁଳିବେ । ଗଣମାଧ୍ୟମ ଏବଂ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିପାରେ । ଅବିବାହିତ ବ୍ୟକ୍ତି ଜଣେ ଖାସ୍ ଲୋକଙ୍କୁ ଭେଟିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़