Advertisement
Photo Details/zeeodisha/odisha2608608
photoDetails0hindi

Aajira Panipaga: ଆହୁରି ୪ ଦିନ ଶୀତ, ଘନ କୁହୁଡ଼ି ନେଇ ଏହି ୪ ଜିଲ୍ଲା ପାଇଁ ଆଲର୍ଟ ଜାରି...

Aajira Panipaga: ରାଜ୍ୟରେ କଲବଲ କରୁଛି ଶୀତ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତ ଏହିପରି ଭାବେ ଜାରି ରହିବ ଶୀତ। 

1/7

ସେପଟେ ଓଡ଼ିଶାରେ କୁହୁଡ଼ୁ ହେବା ନେଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡ଼ି ହେବା ନେଇ ୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ବିଭାଗ।। 

2/7
 ଆଜି ଏହି ୪ ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ ନୟାଗଡ଼ରେ ଘନ କୁହୁଡ଼ି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। 

3/7

ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଭିଜିବିଲିଟି ଖସିବାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ।

4/7
ସେପଟେ ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ପ୍ରବଳ ଥଣ୍ଡା ଲୋକଙ୍କୁ କଲବଲ କରୁଛି।  

5/7

ଏହା ଛଡ଼ା ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ନୟାଗଡ଼, ସୁନ୍ଦରଗଡ଼, କୋରାପୁଟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବା ନେଇ ଆଲର୍ଟ ଜାରି କରାଯାଇଛି।

6/7

 ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶା ସୁନ୍ଦରଗଡ, କେନ୍ଦୁଝର(Keonjhar), ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର(Sambalpur), ବରଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ(Koraput), ନବରଙ୍ଗପୁର ଜିଲ୍ଲାରେ ସ୍ବାଭାବିକ ଶୀତ ଅନୁଭୁତ ହେଉଛି।

7/7

ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ି ଓ ଫୁଲବାଣୀ(Phulbani)ରେ ୮ଡିଗ୍ରି ରେକର୍ଡ କରାଯାଇଛି।