Dharmendra Sahoo suicide case: ସମସ୍ତେ ଚୁପ, ବାଟବଣା ହେଉଛି କି ତଦନ୍ତ !
Advertisement
Article Detail0/zeeodisha/odisha1370118

Dharmendra Sahoo suicide case: ସମସ୍ତେ ଚୁପ, ବାଟବଣା ହେଉଛି କି ତଦନ୍ତ !

 ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ବିଜେଡ଼ିର ଜଣେ ବରିଷ୍ଠ ନେତାଙ୍କ ପରୋକ୍ଷରେ ହାତ ରହିଥିବା ନେଇ ରାଜନୈତିକ ମାହୋଲରେ ଆଲୋଚନା ହୁଏ। ଧର୍ମେନ୍ଦ୍ରଙ୍କ ପରିବାର ସହିତ ଉକ୍ତ ବରିଷ୍ଠ ବିଜେଡ଼ି ନେତାଙ୍କ ସହିତ ଘରୋଇ ସମ୍ପର୍କ ରହିଥିବା ନେଇ ଆଲୋଚନା ହୁଏ। ଯାହାକୁ ନେଇ ଧର୍ମେନ୍ଦ୍ର ଚିନ୍ତାରେ ରହୁଥିବା ନେଇ ଆଲୋଚନା ହେଉଛି। 

Dharmendra Sahoo suicide case: ସମସ୍ତେ ଚୁପ, ବାଟବଣା ହେଉଛି କି ତଦନ୍ତ !

ଭୁବନେଶ୍ୱର: ପୁରୀ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ଆଜକୁ ୩ ଦିନ ବିତିସାରିଲାଣି। ପୋଲିସ ମଧ୍ୟ ତଦନ୍ତକୁ ଜୋରଦାର କରିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ପ୍ରମାଣ ମଧ୍ୟ ସଂଗ୍ରହ କରୁଛି କମିସନରେଟ ପୋଲିସ। ଜବତ ହୋଇଥିବା ମୋବାଇଲ ଫୋନକୁ ଯାଞ୍ଚ ପାଇଁ ଫରେନସିକ ଲାବକୁ ପଠାଯାଇଛି। କିନ୍ତୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏପରିକି ବିଜେଡ଼ି ମଧ୍ୟରେ ଥିବା କନ୍ଦଳର ଆଭାସ ମଧ୍ୟ ଦେଇଛି ଧର୍ମେନ୍ଦ୍ରଙ୍କ ମୃତ୍ୟୁ। 

ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ବିଜେଡ଼ିର ଜଣେ ବରିଷ୍ଠ ନେତାଙ୍କ ପରୋକ୍ଷରେ ହାତ ରହିଥିବା ନେଇ ରାଜନୈତିକ ମାହୋଲରେ ଆଲୋଚନା ହୁଏ। ଧର୍ମେନ୍ଦ୍ରଙ୍କ ପରିବାର ସହିତ ଉକ୍ତ ବରିଷ୍ଠ ବିଜେଡ଼ି ନେତାଙ୍କ ସହିତ ଘରୋଇ ସମ୍ପର୍କ ରହିଥିବା ନେଇ ଆଲୋଚନା ହୁଏ। ଯାହାକୁ ନେଇ ଧର୍ମେନ୍ଦ୍ର ଚିନ୍ତାରେ ରହୁଥିବା ନେଇ ଆଲୋଚନା ହେଉଛି। ପୂର୍ବରୁ ଅଧିକାଂଶ ସମୟରେ ତାଙ୍କ ପତ୍ନୀଙ୍କୁ ପ୍ରମାଣ ସହ ଧରିଥିବା ନେଇ ମଧ୍ୟ ଧର୍ମେନ୍ଦ୍ର ଇଙ୍ଗିତ ଦେଇଥିଲେ। ଏପରିକି ଧର୍ମେନ୍ଦ୍ର ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କ ସୋସିଆଲ ମିଡ଼ିଆରେ ଶେଷ ପୋଷ୍ଟରେ ମଧ୍ୟ ଅନେକ ଗୁମର ଲୁଚିଥିବା ନେଇ ଇଙ୍ଗିତ କରିଥିଲେ। ତାଙ୍କ ମୋବାଇଲ ଫୋନରେ ଅନେକ ଭିଡ଼ିଓ ରହିଛି ଯାହା ତାଙ୍କ ମୃତ୍ୟୁର କାରଣ ବୋଲି ଧର୍ମେନ୍ଦ୍ର ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଥିଲେ। ତେବେ ତାହାକୁ ଖୁବଶୀଘ୍ର ସାମ୍ନାକୁ ଆଣିବା ପାଇଁ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ଏକ ଭିଡ଼ିଓରେ ପ୍ରକାଶ କରିଥିଲେ। 

ସେପଟେ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି। ଧର୍ମେନ୍ଦ୍ରଙ୍କ ଶ୍ୱଶୂର ଘର ବେଶ ପ୍ରତିପତ୍ତିଶାଳୀ। ଏପରିକି ଧର୍ମେନ୍ଦ୍ରଙ୍କ ଶ୍ୱଶୂର ରାଜ୍ୟ କଂଗ୍ରେସ ଟାଣୁଆ ନେତା ସୁରେଶ ରାଉତରାୟଙ୍କର ବନ୍ଧୁ ବୋଲି ଆଲୋଚନା ହେଉଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁର କିଛି ସମୟ ପରେ ତାଙ୍କ ଜ୍ୱାଇଁକୁ ମାରିଦେଇଥିବା ନେଇ ସୁରବାବୁ ଉଚ୍ଚ ସ୍ୱରରେ ମିଡ଼ିଆ ଆଗରେ କହିଥିଲେ। କିନ୍ତୁ ଏହାର କିଛି ସମୟ ପରେ ସୁର ବାବୁ ସମ୍ପୂର୍ଣ୍ଣ ଭାବେ ନିରବ ହୋଇଯାଇଥିଲେ। ହଠାତ ସୁରବାବୁଙ୍କ ସ୍ୱର ଥମିଯିବା ନେଇ ରାଜନୈତିକ ମାହୋଲରେ ହଟଚମଟ ସୃଷ୍ଟି କରିଛି। ଧର୍ମେନ୍ଦ୍ରଙ୍କୁ ନିଜର ଜ୍ୱାଇଁ ବୋଲି ସମ୍ବୋଧନ କରିବା ଓ ତାଙ୍କ ମୃତ୍ୟୁର ତଦନ୍ତ ଦାବି କରି ହଟାତ ନିରବ ରହିବା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛନ୍ତି। ସେ ଯାହା ବି ହେଉ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ତଦନ୍ତ ସଠିକ ଢଙ୍ଗରେ ହେଲେ ଅନେକ ଗୁମର ସାମ୍ନାକୁ ଆସିବ ତାହା ଏକ ପ୍ରକାର ସ୍ପଷ୍ଟ ହୋଇଛି। 

ସୂଚନାଯୋଗ୍ୟ ଧର୍ମେନ୍ଦ୍ର ମୃତ୍ୟୁର ୧୫ ଦିନ ଆଗରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୀର୍ଘ ଦିନରୁ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ସ୍ୱାଭାବିକ ଜୀବନ ବଞ୍ଚିବାକୁ ପ୍ରୟାସ କରୁଥିବା ଧର୍ମେନ୍ଦ୍ର କିନ୍ତୁ କୌଣସି ଏକ ଅଦୃଶ୍ୟ ଚାପରେ ଜର୍ଜରିତ ହୋଇ ପଡ଼ିଥିଲେ। ସବୁବେଳେ ଅସ୍ତବ୍ୟସ୍ତ ରହୁଥିବା ତାଙ୍କ ନିକଟତମ ସମ୍ପର୍କୀୟମାନେ କହିଛନ୍ତି। ତେବେ ଆତ୍ମହତ୍ୟା କରିବାର କିଛି ସମୟ ପରେ ଆଜି ତାଙ୍କର ମୃତଦେହକୁ ପୋଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର ବାସଭବନରୁ ତାଙ୍କର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା।

ଅଧିକ ପଢନ୍ତୁ: ଧର୍ମେନ୍ଦ୍ରଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଯିବ କି ବିଜେଡ଼ି, ମୃତ୍ୟୁକୁ ନେଇ ଆସିଲା ସାଂଘାତିକ ଅପଡେଟ

ଅଧିକ ପଢନ୍ତୁ: ଥମୁନି ସାଇବର ଅପରାଧ, ଅପରାଧୀଙ୍କ ଜାଲରେ ଦୁଇ ବରିଷ୍ଠ ଡାକ୍ତର