Ayodhya Museum: ଅଯୋଧ୍ୟାରେ ପ୍ରତିଷ୍ଠ ହେବ ରାମ କଥା ସଂଗ୍ରହାଳୟ, ଜାଣନ୍ତୁ ଏହାର ବିଶେଷତ୍ୱ
Advertisement
Article Detail0/zeeodisha/odisha1890314

Ayodhya Museum: ଅଯୋଧ୍ୟାରେ ପ୍ରତିଷ୍ଠ ହେବ ରାମ କଥା ସଂଗ୍ରହାଳୟ, ଜାଣନ୍ତୁ ଏହାର ବିଶେଷତ୍ୱ

International Ram Katha Museum: ଧର୍ମ ନଗରୀ ଅଯୋଧ୍ୟା ଠାରେ ନିର୍ମିତ ହେବ ଏକ ସଂଗ୍ରହାଳୟ।  ଯେଉଁଠି ଶ୍ରୀରାମ ଜନ୍ମାଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା କରାଯାଇଥିବା ଖନନ ସମୟରେ ମିଳିଥିବା ପ୍ରତିମୂର୍ତ୍ତୀ ଏବଂ ଅବଶେଷାଂଶ କେବଳ ପ୍ରଦର୍ଶିତ ହେବ ନାହିଁ। ବରଂ ରାମ ମନ୍ଦିର ଆନ୍ଦୋଳନ ପାଇଁ ହୋଇଥିବା ଆଇନଗତ, ରାଜନୈତିକ ଏବଂ ଧାର୍ମିକ ଯାତ୍ରାର ବିବରଣୀ ଉପସ୍ଥାପନ କରାଯିବ। 

Ayodhya Museum: ଅଯୋଧ୍ୟାରେ ପ୍ରତିଷ୍ଠ ହେବ ରାମ କଥା ସଂଗ୍ରହାଳୟ, ଜାଣନ୍ତୁ ଏହାର ବିଶେଷତ୍ୱ

Ram Katha Museum Ayodhya: ଧର୍ମ ନଗରୀ ଅଯୋଧ୍ୟା ଠାରେ ଜାରି ରହିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ହେଲେ ମନ୍ଦିର ସହ ଅଯୋଧ୍ୟା ଠାରେ ନିର୍ମିତ ହେବ ଆନ୍ତର୍ଜାତୀୟ ରାମ କଥା ସଂଗ୍ରହାଳୟ। ଏ ସମ୍ପର୍କରେ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଜଣାଇଛନ୍ତି। ଏନେଇ ଅଧ୍ୟକ୍ଷ କହିଛନ୍ତି ଅଯୋଧ୍ୟା ସ୍ଥିତ ସରୟୁ ନଦୀ କୂଳରେ ନିର୍ମିତ ହେବାକୁ ଯାଉଥିବା ଆନ୍ତର୍ଜାତୀୟ ରାମ କଥ ସଂଗ୍ରହାଳୟରେ କେବଳ ଶ୍ରୀରାମ ଜନ୍ମାଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା କରାଯାଇଥିବା ଖନନ ସମୟରେ ମିଳିଥିବା ପ୍ରତିମୂର୍ତ୍ତୀ ଏବଂ ଅବଶେଷାଂଶ କେବଳ ପ୍ରଦର୍ଶିତ ହେବ ନାହିଁ। ବରଂ ରାମ ମନ୍ଦିର ଆନ୍ଦୋଳନ ପାଇଁ ହୋଇଥିବା ଆଇନଗତ, ରାଜନୈତିକ ଏବଂ ଧାର୍ମିକ ଯାତ୍ରାର ବିବରଣୀ ଉପସ୍ଥାପନ କରିବାକୁ ଏକ ସ୍ୱତନ୍ତ୍ର କକ୍ଷ ମଧ୍ୟ ସୃଷ୍ଟି ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ରହିଥିବା ନୃପେନ୍ଦ୍ର ମିଶ୍ରା କହିଛନ୍ତି ଯେ ଏହି ସଂଗ୍ରହାଳୟର ଲିଜ୍ ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ (Shri Ram Janmabhoomi Teerth Kshetra Trust) ପାଇଛି ଏବଂ ଏହାର କାର୍ଯ୍ୟ ଆରମ୍ଭ ହେଉଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (Archaeological Survey of India) ଏଏସଆଇ (ASI) ଦ୍ୱାରା ହୋଇଥିବା ଖନନ ସମୟରେ କିଛି ଜିନିଷ ମିଳିଥିଲା। ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ହୋଇଥିବା ଖନନ ସମୟରେ ଆଉ କିଛି ଜିନିଷ ମିଳିଥିଲା। ସେମାନଙ୍କୁ ଅତି ସୁରକ୍ଷିତ ଭାବେ ରଖାଯାଇଛି। କେତେକଙ୍କୁ କୋର୍ଟ ନିର୍ଦ୍ଦେଶକ୍ରମେ ସୁରକ୍ଷିତ ରଖାଯାଇଛି ଏବଂ କେତେକଙ୍କୁ ଟ୍ରଷ୍ଟ ସୁରକ୍ଷିତ ରଖିଛି। ଏଏସଆଇ ପାଖରୁ ଅନୁମତି ପାଇବା ପରେ ଏହି ସମସ୍ତ ମୂର୍ତ୍ତି ଏବଂ ଅବଶେଷାଂଶକୁ ସଂଗ୍ରହାଳୟରେ ରଖାଯିବ।

ସଂଗ୍ରହାଳୟରେ ବିଭିନ୍ନ ପ୍ରକୋଷ୍ଠ ରହିବ
ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ କହିଛନ୍ତି ଯେ ସଂଗ୍ରହାଳୟରେ ବିଭିନ୍ନ ପ୍ରକୋଷ୍ଠ ରହିବ। ସେଠାରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବ ଯେଉଁଥିରେ ଖନନ ଏବଂ ନିର୍ମାଣ କାର୍ଯ୍ୟ ସମୟରେ ମିଳିଥିବା ବିଭିନ୍ନ ଜିନିଷ ରଖାଯିବ। ସେଠାରେ ଆଉ ଏକ ପ୍ରକୋଷ୍ଠ ରହିବ। ଯେଉଁଠାରେ ରାମ ମନ୍ଦିର ଆନ୍ଦୋଳନ ସହ ଜଡ଼ିତ ୫୦୦ ବର୍ଷରୁ ଅଧିକ ସମୟର ସେହି ଦୀର୍ଘ ଆଇନଗତ, ରାଜନୈତିକ ଏବଂ ଧାର୍ମିକ ଯାତ୍ରାର ବିବରଣୀ ଉପସ୍ଥାପିତ ହେବ, ଯାହା ୨୦୧୯ ବର୍ଷରେ ସୁପ୍ରିମକୋର୍ଟ ନିଷ୍ପତ୍ତି ସହିତ ଶେଷ ହୋଇଥିଲା। ସଂଗ୍ରହାଳୟର ଗୋଟିଏ କୋଠରୀରେ ଶ୍ରୀରାମଙ୍କ ବନବାସ ଯାତ୍ରା ଏବଂ ବିଭିନ୍ନ ଭାଷାରେ ରାମ କାହାଣୀ ଏବଂ ଅନ୍ୟ ଏକ ଆନ୍ତର୍ଜାତୀୟ କୋଠରୀରେ ରାମଙ୍କ ଆନ୍ତର୍ଜାତୀୟ ଗୁରୁତ୍ୱ ସହ ଜଡିତ କାହାଣୀ ପ୍ରଦର୍ଶିତ ହେବ।

ଗତ ୨୦୧୯ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଅଯୋଧ୍ୟା ଠାରେ ରାମ ମନ୍ଦିର ନିର୍ମାଣ କରିବା ସପକ୍ଷରେ ରାୟ ଦେବା ବେଳେ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ଫେବୃଆରୀ ୫ ତାରିଖରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଘୋଷଣା କରିଥିଲେ। ଟ୍ରଷ୍ଟ ସଦସ୍ୟ ହେବା ବ୍ୟତୀତ ନୃପେନ୍ଦ୍ର ମିଶ୍ର ମନ୍ଦିର ନିର୍ମାଣ କମିଟି ସଭାପତି ମଧ୍ୟ ଅଛନ୍ତି।

ମନ୍ଦିର ପରିସରରେ ନିର୍ମିତ ହୋଇଥାନ୍ତା ସଂଗ୍ରହାଳୟ
ପୂର୍ବରୁ ରାମ ମନ୍ଦିର ପରିସରରେ ସଂଗ୍ରହାଳୟ ନିର୍ମାଣ କରିବାର ଉଦ୍ଦେଶ୍ୟ ଥିଲା। ହେଲେ ପରେ ଏହା ଦ୍ୱାରା ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥିଲା। ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଜାଣିବାକୁ ପାଇଥିଲା ଯେ ଉତ୍ତର ପ୍ରଦେଶ ସରକାରଙ୍କ ପାଖରେ ଏକ ବହୁତ ଭଲ ସଂଗ୍ରହାଳୟ ଉପଲବ୍ଧ ରହିଛି। ଯଦି ସରକାର-ଟ୍ରଷ୍ଟ ସଂଗ୍ରହାଳୟ ନିର୍ମାଣ ପାଇଁ ଏକାଠି ହୋଇଯାନ୍ତି ତାହେଲେ ଉଭୟଙ୍କ ଆଶା ପୂରଣ ହୋଇଯିବ। ରାଜ୍ୟ ସରକାର ସଂଗ୍ରହାଳୟ ଦେଇଛନ୍ତି। ଏହା ଉପରେ କାର୍ଯ୍ୟ ଆରମ୍ଭ ହେଉଛି। ଏହା ପୂର୍ବରୁ ରାମ ମନ୍ଦିର ଟ୍ରଷ୍ଟ ଯୋଜନାରେ ଶ୍ରୀରାମଙ୍କ ସହ ଜଡିତ ବିରଳ ପୁରାତନ ଅବଶେଷାଂଶ ସଂଗ୍ରହ ପାଇଁ ମନ୍ଦିର ପରିସରରେ ଏକ ସଂଗ୍ରହାଳୟ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।