ଚୁଟକୀରେ ପଢନ୍ତୁ ସକାଳର ପ୍ରମୁଖ ୧୦ ଖବର
Trending Photos
1-ଆଜି ୭୬ତମ ସାଧାରଣତନ୍ତ୍ର ଦିବସ; ଉତ୍ସବ ମୁଖର ସାରା ଦେଶ । ଦିଲ୍ଲୀ କର୍ତ୍ତବ୍ୟପଥରେ ହେବ ଚିତାକର୍ଷକ ମିଳିତ ପରେଡ୍ । ଶକ୍ତି, ଶୌର୍ଯ୍ୟ ଓ ସଂସ୍କୃତିର ପ୍ରଦର୍ଶନ କରିବ ଭାରତ । ଚଳିତବର୍ଷର ଥିମ୍ ରହିଛି 'ସ୍ବର୍ଣ୍ଣିମ ଭାରତ: ବିରାସତ ଓ ବିକାଶ'।
2-ଆଜି ସାରା ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ସୁରକ୍ଷା ବଳୟରେ ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗ । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିବେ।
3- ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପରେଡରେ ସାମିଲ ହେବେ CRPF, ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୫୦ ଟ୍ରୁପ୍ । କଳାକୌଶଳ ପ୍ରଦର୍ଶନ କରିବେ ଡେୟାର ଡେଭିଲ୍ସ ଓ ଉତ୍କଳ ସ୍କେଟିଂ ଟିମ୍ । ପରେଡରେ ୪୩ କଣ୍ଟିଜେଣ୍ଟ ସାମିଲ ହେବେ। ସୁରକ୍ଷା ଦାୟିତ୍ବରେ ଅଛନ୍ତି ୧୪ ପ୍ଲାଟୁନ ଫୋର୍ସ।
4-ଓଡ଼ିଶାର ୪ ଜଣଙ୍କୁ ପଦ୍ମ ପୁରସ୍କାର। ପଦ୍ମ ପୁରସ୍କାର-୨୦୨୫ ଘୋଷଣା କଲେ ସରକାର। ମେଡିସିନ୍ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ। କଳାରେ ଅଦ୍ବୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ। କଳାରେ ଦୁର୍ଗା ଚରଣ ରଣବୀର, ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀ।
5-ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢ଼ିଲା ପ୍ରତାପ ଜେନାଙ୍କ ଅଡୁଆ। ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ। ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ କୁଳମଣୀଙ୍କ ପୁଅ ରଞ୍ଜିତ ବରାଳ ବାପାଙ୍କ ମୃତ୍ୟୁ ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
6-ଭୁବନେଶ୍ୱରରେ ଆରମ୍ଭ ହେବ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା-୨୦୨୫’ କାର୍ଯ୍ୟକ୍ରମ। ଜନତା ମଇଦାନରେ ଆୟୋଜିତ ୨ଦିନିଆ ମେଗା କାର୍ଯ୍ୟକ୍ରମରେ ଶିଳ୍ପ ଜଗତର ଜଣାଶୁଣା ଚେହେରା ଯୋଗ ଦେବେ। ରାଜ୍ୟର ସ୍ଥାୟୀ ଅଭିବୃଦ୍ଧିକୁ ଅଗ୍ରଗତି କରିବାର ଲକ୍ଷ୍ୟ ନେଇ ଉତ୍କର୍ଷ।
7-ଦୀର୍ଘଦିନ ପରେ ବାରବାଟୀ ଆୟୋଜନ କରିବ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। କିନ୍ତୁ ଉଦବେଗର କଥା ହେଲା, ଏହି ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଏନେଇ ଅଗ୍ନିଶମ ବିଭାଗ ଡିଜି ଅତିରିକ୍ତ ଶାସନ ସଚିବଙ୍କୁ ଅବଗତ କରିଛନ୍ତି।
8-ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି ୭୫ ବର୍ଷ ଭିତରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।
9-ନନ୍ଦନକାନନରୁ ଆସିଲା ଖୁସି ଖବର । ମାଆ ହେଲା ରେୱା । ନନ୍ଦନକାନନରେ ୩ଟି ଛୁଆ ଜନ୍ମ କରିଛି ସିଂହୀ ରେଓ୍ୱା । ଗୋଟିଏ ମୃତ ଛୁଆ ଜନ୍ମ ହୋଇଥିବାବେଳେ ଅନ୍ୟ ଦୁଇଟି ଜୀବିତ ଅଛନ୍ତି ।
10-ଭାରତର ରୋମାଞ୍ଚକର ବିଜୟ। ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ। ୨ ୱିକେଟରେ ଇଂଲଣ୍ଡକୁ ହରାଇଲା ଭାରତ। ୧୬୫ ରନ୍ ବିଜୟ ଲକ୍ଷ୍ୟରେ ଖେଳିଥିଲା ଭାରତ । ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୨-୦ରେ ଆଗୁଆ।