Odisha News: ଆଶ୍ରୟ ଓ ପାନୀୟ ଜଳର ଅଭାବରୁ ଦୁର୍ବୃତ୍ତ ହେଲେ ନିରୀହ ଆଦିବାସୀ, ୪ଦିନ ସ୍କୁଲ୍‍ଘର ଦଖଲ
Advertisement
Article Detail0/zeeodisha/odisha2447463

Odisha News: ଆଶ୍ରୟ ଓ ପାନୀୟ ଜଳର ଅଭାବରୁ ଦୁର୍ବୃତ୍ତ ହେଲେ ନିରୀହ ଆଦିବାସୀ, ୪ଦିନ ସ୍କୁଲ୍‍ଘର ଦଖଲ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ଆଶ୍ରୟ ପାଇଁ ଘରଟିଏ ଓ ପିଇବା ପାଣି ପାଇଁ ଏକ ନଳକୂଅର ଅଭାବ ଜଣେ ନିରୀହ ଆଦିବାସୀଙ୍କୁ ଦୁର୍ବୃତ୍ତ କରିଦେଇଛି। ତାଙ୍କ ଭାଷା, ସରଳ ପଣିଆକୁ ପଞ୍ଚାୟତ ସ୍ତରରେ ଧ୍ୟାନ ନ ଦିଆଯିବାରୁ ସେ ଯେଉଁ ପଦକ୍ଷେପ ନେଲେ ତାହା ତାଙ୍କୁ ଖବରକାଗଜରେ ଆତଙ୍କୀ ଭାବେ ନାମିତ କରିଛି। ଏମିତି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲାର ବଣାଇ ସବ୍‍ଡିଭିଜ

Odisha News: ଆଶ୍ରୟ ଓ ପାନୀୟ ଜଳର ଅଭାବରୁ ଦୁର୍ବୃତ୍ତ ହେଲେ ନିରୀହ ଆଦିବାସୀ, ୪ଦିନ ସ୍କୁଲ୍‍ଘର ଦଖଲ

Odisha News: ଭୁବନେଶ୍ୱର: ଦୀର୍ଘ ଦିନ ଧରି ଆଶ୍ରୟ ପାଇଁ ଘରଟିଏ ଓ ପିଇବା ପାଣି ପାଇଁ ଏକ ନଳକୂଅର ଅଭାବ ଜଣେ ନିରୀହ ଆଦିବାସୀଙ୍କୁ ଦୁର୍ବୃତ୍ତ କରିଦେଇଛି। ତାଙ୍କ ଭାଷା, ସରଳ ପଣିଆକୁ ପଞ୍ଚାୟତ ସ୍ତରରେ ଧ୍ୟାନ ନ ଦିଆଯିବାରୁ ସେ ଯେଉଁ ପଦକ୍ଷେପ ନେଲେ ତାହା ତାଙ୍କୁ ଖବରକାଗଜରେ ଆତଙ୍କୀ ଭାବେ ନାମିତ କରିଛି। ଏମିତି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲାର ବଣାଇ ସବ୍‍ଡିଭିଜନ୍‍ରେ ଦେଖାଦେଇଛି। ପ୍ରଶାସନିକ କଳ ତାଙ୍କ ପ୍ରତି ସହାୟକ ହୋଇ ତାଙ୍କ ମୌଳିକ ଦାବି ପୂରଣ ତଥା ସମସ୍ୟା ସମାଧାନ ଦିଗରେ ଯତ୍ନବାନ ହେବା ବଦଳରେ ଗିରଫ କରି କୋର୍ଟକୁ ପଠାଇଛନ୍ତି। 

ଶନିବାର ସ୍କୁଲ୍‍ ଛୁଟି ହେବା ପରେ ସୁନ୍ଦରଗଡ଼ି ଜିଲ୍ଲା ବଣାଇ ଉପଖଣ୍ଡର ଫୁଲଝର ପଞ୍ଚାୟତ ଅନ୍ତର୍ଗତ ପିନିକା ସାହିର ଧନୀ ସିଂହ ମୁଣ୍ଡା ନାମକ ଜଣେ ଯୁବକ ବଡ଼ଜଲ ସ୍କୁଲରେ ପ୍ରବେଶ କରିଲେ।  ସ୍କୁଲ୍‍ର ପ୍ରବେଶ ଓ ପ୍ରଥମ ମହଲାକୁ କାଠ ଓ ଗଛଡାଳରେ ବନ୍ଦ କରି କାହାର ପ୍ରବେଶକୁ ଅନୁମତି ଦେଲେ ନାହିଁ। ଛାତ ଉପରେ ରହି  ତାଙ୍କୁ କାବୁ କରିବାକୁ ଆସୁଥିବା ଲୋକଙ୍କୁ ଧନୁ ତୀର ମାଡ଼ କରିଲେ। ତାଙ୍କ ଧନୁ ତୀର କାହାକୁ ଗୁରୁତର ଆହତ କରି ନାହିଁ କିନ୍ତୁ ସେ ଏତ ତୀକ୍ଷ୍ଣ ଯେ ପୁଲିସ ତାହାଙ୍କୁ କାବୁ କରିବାରେ ସମର୍ଥ ହେଲେ ନାହିଁ। ପରେ ଗଣମାଧ୍ୟମର କିଛି ପ୍ରତିନିଧିଙ୍କୁ ସେ କିଛି କାଗଜ ପଠାଇଲେ। ୧୦ ପୃଷ୍ଠାରେ ତାଙ୍କ  ବିକୃତ ହସ୍ତାକ୍ଷରରେ ସେ କିଛି ଦାବି ଉଲ୍ଲେଖ କରିଥିଲେ। ଯେଉଁଥିରେ  ସେ ତାଙ୍କ ସମସ୍ୟା ଉଲ୍ଲେଖ କରିଥିବା ଜଣାପଡ଼ିଛି। 

ଏଥିରେ ତାଙ୍କ ଘର ଭାଙ୍ଗିଯାଇଥିବା ବିଷୟ ଉଲ୍ଲେଖ ରହିଛି। ତାଙ୍କ ପାଇଁ ଗୋଟିଏ ଘର ଏବଂ ପିଇବା ପାଣି ପାଇବା ଲାଗି ଏକ ନଳକୂବ ସେ ଦାବି କରିବା ସହ କିଛି ଅର୍ଥ ଆବଶ୍ୟକ କରିଛନ୍ତି। ହେଲେ ଏହାକୁ ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରିବା ବଦଳରେ ସ୍ଥାନୀୟ ପୁଲିସ ସ୍କୁଲ୍‍କୁ ମୁକ୍ତ କରିବା ଲାଗି ପ୍ରଥମରେ ଜିଲ୍ଲା ପୁଲିସ ସହାୟତାରେ ତାଙ୍କୁ ଶସସ୍ତ୍ରବଳ ଦ୍ୱାରା କାବୁ କରିବା ସହ ଗିରଫ କରିଛନ୍ତି। ଏ ନେଇ ମହୁଲପଡ଼ା ଥାନାରେ ଦୁଇଟି ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ମହୁଲପଡ଼ା ଥାନା ଅଧିକାରୀ ସୁରେଶ କୁମାର ପ୍ରଧାନ କହିଛନ୍ତି, ‘ଶନିବାର ଧନି ସିଂହ ମୁଣ୍ଡା ବଡ଼ଜଲ ୟୁପି ସ୍କୁଲରେ ପ୍ରବେଶ କରିବା ପରେ ଗଛ ଡାଳ ଦ୍ୱାରା ସ୍କୁଲକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲେ। ଯେଉଁମାନେ ବିଦ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ସେମାନଙ୍କ ଉପରକୁ ସେ ପଥର ଓ ତୀର ଫିଙ୍ଗିଥିଲେ। ସୋମବାର ସ୍କୁଲର ପ୍ରଧାନ ଶିକ୍ଷକ ହସ୍ତକ୍ଷେପ କରି ବିଦ୍ୟାଳୟ ଭିତରକୁ ପଶିବାକୁ ଚେଷ୍ଟା କରି ମୁଣ୍ଡରେ ଆଘାତ ପାଇଥିଲେ।  ପରଦିନ ସ୍କୁଲର ପ୍ରଧାନଶିକ୍ଷକଙ୍କ ଅଭିଯୋଗ କ୍ରମେ ଆମେ ଉକ୍ତ ବ୍ୟକ୍ତିଙ୍କୁ ଧରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ଆଇଆଇସିଙ୍କୁ ତୀର ଆକ୍ରମଣ କରିବା ମାତ୍ରେ ପୁଲିସ ଟିମ୍ ଫେରି ଆସିଥିଲା। ବୁଧବାର ସନ୍ଧ୍ୟାରେ ଆମେ ଜିଲ୍ଲା ମୁଖ୍ୟାଳୟରୁ ସ୍ୱତନ୍ତ୍ର ଟିମ୍ ସହାୟତାରେ ଏକ ଧାତବ ଢାଲ ତିଆରି କରି ସ୍କୁଲ୍‍ ଭିତରେ ଛାତ ଉପରୁ ପ୍ରବେଶ କରିଥିଲୁ ଏବଂ ସଫଳତାର ସହ ସେହି ବ୍ୟକ୍ତିଙ୍କୁ ଧରିଥିଲୁ । ଏବେ ଏହି ଘଟଣାର ତଦନ୍ତ ଚାଲିଛି’।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧନୀସିଂହ ମୁଣ୍ଡା ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ର ଓ କିଛି ଟଙ୍କା, ଘର ଓ ବୋରୱେଲ୍ ପାଇଁ ଏକ ଚିଠି ମଧ୍ୟ ଜବତ କରାଯାଇଛି। ଆମେ ଚିଠିର ଯାଞ୍ଚ କରୁଛୁ ଏବଂ ପରେ ଅଧିକ ସୂଚନା ଦେବୁ ।