Trending Photos
Sexual Harassment Case ମୁମ୍ବାଇ: ଟେଲିଭିଜନ ସୋ’ର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ ମୁମ୍ବାଇ ପୋଲିସ (Mumbai police) ମଙ୍ଗଳବାର ଦିନ 'ତାରକ ମେହେତା କା ଉଲ୍ଟା ଚଷ୍ମା' ନିର୍ମାତା ଅସିତ କୁମାର ମୋଦି, ଅପରେସନ୍ ହେଡ୍ ସୋହେଲ ରାମାଣି ଓ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ୍ ବଜାଜଙ୍କ ବିରୋଧରେ ମାମଲା (Case) ରୁଜୁ କରିଛି । ପୋୱାଇ ପୋଲିସ ଭାରତୀୟ ଦଣ୍ଡବିଧି ସଂହିତା (IPC) ର ଧାରା ୩୫୪ ଓ ୫୦୯ (ମହିଳାଙ୍କ ଶାଳିନତା ଭଙ୍ଗ କରିବା ଉଦ୍ଦେଶ୍ୟରେ ତାଙ୍କ ଉପରେ ଆକ୍ରମଣ କିମ୍ବା ଅପରାଧିକ ବଳ ପ୍ରୟୋଗ) ଅନୁଯାୟୀ ଏକ ଏଫଆଇଆର୍ (FIR) ରୁଜୁ କରିଛି । ତେବେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ (arrest) କରିନାହିଁ।
ଗତ ମାସରେ ଜଣେ ଅଭିନେତ୍ରୀ (Actress) ନିର୍ମାତା ଅସିତ କୁମାର ମୋଦି ଓ ଅନ୍ୟ ଦୁଇଜଣ କ୍ରୁ ସଦସ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ମୁମ୍ବାଇ ପୋଲିସ (Mumbai police) କହିଛି, 'ତାରକ ମେହେତା କା ଉଲ୍ଟା ଚଷ୍ମା' ନିର୍ମାତା ଅସିତ କୁମାର ମୋଦି ଓ ତାଙ୍କ ଦଳର ଅନ୍ୟ ଦୁଇ ଜଣ ସଦସ୍ୟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ପୋୱାଇ ପୋଲିସ ଅଭିନେତ୍ରୀଙ୍କ ବୟାନ ରେକର୍ଡ (Statement Record) କରିଛି। " ତେବେ ଅସିତ ମୋଦି ଅଭିଯୋଗକୁ ଅସ୍ୱୀକାର (denial) କରି ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି । ତାଙ୍କୁ ବଦନାମ (blame) କରିବାକୁ ଚେଷ୍ଟା କରିଥିବା ଅଭିନେତ୍ରୀ (Actress)ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ (Legal action) ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ମୁମ୍ବାଇ ପୋଲିସର କହିବାନୁସାରେ, ଅଭିନେତ୍ରୀ ଜଣଙ୍କ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
ପୋଲିସ (police) କହିଛି, 'ତାରକ ମେହେତା କା ଉଲ୍ଟା ଚଷ୍ମା' ଅଭିନେତ୍ରୀ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଜଣେ ନିର୍ମାତାଙ୍କ ବିରୋଧରେ ଲିଖିତ ଅଭିଯୋଗ (Written complaint) କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ନିର୍ମାତା ଅସିତ ମୋଦି (Asit Modi) ଓ କିଛି କ୍ରୁ ସଦସ୍ୟ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଆମେ ଏନେଇ ତଦନ୍ତ ଆରମ୍ଭ କରିଛୁ।" ଅଭିଯୋଗ ହୋଇଥିବା ଏହି ତିନି ଜଣ ବ୍ୟକ୍ତି ପ୍ରେସମିଟ କରି ବିବୃତ୍ତି (Statement) ଜାରି କରିଛନ୍ତି । ସେମାନେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ, ପ୍ରଡକ୍ସନ୍ ହାଉସ୍ (Production House) ସହିତ ଚୁକ୍ତିନାମା (Agreement) ବନ୍ଦ ହୋଇଯାଇଥିବାରୁ ପ୍ରତିଶୋଧ ପରାୟଣ ହୋଇ ଅଭିନେତ୍ରୀ ଜଣକ ଏହି ଅଭିଯୋଗ (Allegation) କରିଛନ୍ତି ।
Also read- Ollywood News: ଅମ୍ଳାନ ଓ ଏଲିନାଙ୍କ ଯୋଡି ଏବେ ଚର୍ଚ୍ଚାରେ !
ଲୋକପ୍ରିୟ ଟିଭି ସୋ (tv show) ତାରକ ମେହେତା କା ଉଲ୍ଟା ଚଷ୍ମା' ଅଭିନେତ୍ରୀ ଜେନିଫର୍ ମିଷ୍ଟ୍ରି (jennifer mistry) କିଛି ସମୟ ପୂର୍ବରୁ ସୋ ଛାଡିଥିଲେ । ୧୫ ବର୍ଷ ପରେ ସୋ’ରୁ ବାହାରିବା ପରେ ସେ, ସୋ’ର ନିର୍ମାତା ଅସିତ କୁମାର ମୋଦି (Asit kumar modi)ଙ୍କ ବିରୋଧରେ ମାନସିକ ତଥା ଯୌନ ଉତ୍ପୀଡ଼ନ ଅଭିଯୋଗ (Allegations of psychological and sexual harassment) ଆଣିଥିଲେ। କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଅଭିଯୋଗରେ ସେ ନିର୍ମାତା ଅସିତ ମୋଦି (Asit modi), ପ୍ରକଳ୍ପ ମୁଖ୍ୟ ସୋହେଲ ରାମାନି ଓ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ୍ ବାଜାଜ (Jatin bajaj)ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।
Also read- ଆଉ ମିଳିବନି ମାଗଣା ରାସନ: ୨ କୋଟି କାର୍ଡ ବାତିଲ୍ !
Also read- ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି: ଚକା ଆଖିରେ ମିଶୁଛି ଭକ୍ତର ଆଖି