Snake on Women: ଘର ଅଗଣାରେ ଶୋଇଥିଲେ ମହିଳା, ଚଢିଗଲା ଅହିରାଜ ଆଉ ତା'ପରେ...
Advertisement
Article Detail0/zeeodisha/odisha1330427

Snake on Women: ଘର ଅଗଣାରେ ଶୋଇଥିଲେ ମହିଳା, ଚଢିଗଲା ଅହିରାଜ ଆଉ ତା'ପରେ...

ବେଙ୍ଗାଲୁରୁ: ଆମ ପୃଥିବୀ ପୃଷ୍ଠରେ ଅନେକ ପ୍ରଜାତିର ପଶୁପକ୍ଷୀ, କୀଟପତଙ୍ଗ ଦେଖିବାକୁ ମିଳିଥାଏ। ଏପରିକି ଅନେକ ପ୍ରଜାତିର ସାପ ରହିଥିବା ଆମେ ଜାଣିଛେ। ସେଗୁଡ଼ିକୁ ମଧ୍ୟରୁ ଅନେକ ବିଷଧର ହୋଇଥିବା ବେଳେ କିଛିଟା ବିଷଶୂନ୍ୟ ହୋଇଥାନ୍ତି। ବିଷଧର ସାପ ଆମକୁ କାମୁଡ଼ିବା ଦ୍ୱାରା ମୃତ୍ୟୁ ହୋଇଥାଏ। 

Snake on Women: ଘର ଅଗଣାରେ ଶୋଇଥିଲେ ମହିଳା, ଚଢିଗଲା ଅହିରାଜ ଆଉ ତା'ପରେ...

Snake on Women: ବେଙ୍ଗାଲୁରୁ: ଆମ ପୃଥିବୀ ପୃଷ୍ଠରେ ଅନେକ ପ୍ରଜାତିର ପଶୁପକ୍ଷୀ, କୀଟପତଙ୍ଗ ଦେଖିବାକୁ ମିଳିଥାଏ। ଏପରିକି ଅନେକ ପ୍ରଜାତିର ସାପ ରହିଥିବା ଆମେ ଜାଣିଛେ। ସେଗୁଡ଼ିକୁ ମଧ୍ୟରୁ ଅନେକ ବିଷଧର ହୋଇଥିବା ବେଳେ କିଛିଟା ବିଷଶୂନ୍ୟ ହୋଇଥାନ୍ତି। ବିଷଧର ସାପ ଆମକୁ କାମୁଡ଼ିବା ଦ୍ୱାରା ମୃତ୍ୟୁ ହୋଇଥାଏ। ତେବେ ବର୍ଷା ଦିନେ ସାପ ଭୟ ଅଧିକ ରହିଥାଏ। ଘର ନିକଟରେ ସାପକୁ ଦେଖିଲେ ଲୋକମାନେ ମାରିଦେଇଥାନ୍ତି। ଏହି ସମୟରେ ଯଦି ସାପ ଭୁଲବଶତଃ ନିକଟକୁ ଆସିଥାଏ, ତେବେ ଲୋକମାନେ ଅଧିକମାତ୍ରାରେ ଭୟଭୀତ ହୋଇ ପଡ଼ିଥାନ୍ତି। 

ସାପ ବିଷାକ୍ତ ହୋଇଥିବା କାରଣରୁ ତାହା ନିକଟକୁ କୌଣସି ବ୍ୟକ୍ତି ବିଶେଷ ଯାଇ ନଥାନ୍ତି। ଏଭଳି ସ୍ଥଳରେ ଏକ ଅଦ୍ଭୁତ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଆପଣଙ୍କ ନିଦ ହଜାଇଦେବ। ଉକ୍ତ ଭିଡ଼ିଓଟି ବେଶ ଭୟଙ୍କର ହୋଇଥିବା ଦେଖିବାକୁ ମିଳିଛି। ଭିଡ଼ିଓରେ ଜଣେ ମହିଳା ତାଙ୍କ ଘର ଅଗଣାରେ ଥିବା ଏକ ଆମ୍ବ ଗଛ ତଳେ ଏକ ଖଟ ପକାଇ ଶୋଇଥିବାର ଦେଖିବାକୁ ମିଳିଛି। ତାଙ୍କ ନିକଟରେ ଏକ ଗାଈ ଓ ବାଛୁରି ବନ୍ଧା ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହା ପରେ ତାଙ୍କ ଉପରେ ଏକ ଅହିରାଜ ସାପ ଚଢିଥିବା ଦେଖିବାକୁ ମିଳିଛି। 

ତେବେ ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡ଼ିଓଟି କର୍ଣ୍ଣାଟକର କଲବୁର୍ଗୀ ଅଞ୍ଚଳର ବୋଲି ଦାବି କରାଯାଉଛି। ଭାଇରାଲ ଭିଡ଼ିଓରେ ଶୋଇଥିବା ମହିଳାଙ୍କ ଉପରେ ଅହିରାଜ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ମହିଳା ସାପକୁ କୌଣସି କ୍ଷତି ପହଞ୍ଚାଇନଥିବା ଦେଖିବାକୁ ମିଳୁଛି। ମହିଳାଙ୍କ ଏହି ସାହାସକୁ ଲୋକମାନେ ବେଶ ପ୍ରଶଂସା କରିଛନ୍ତି। 

 

ଭିଡ଼ିଓଟିରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି କି ମହିଳା ଜଣକ କଡ଼ ଲେଉଟାଇବା ମାତ୍ରେ ହିଁ ତାଙ୍କ ଉପରେ ଅହିରାଜଟି ଚଢିକରି ତାଙ୍କ ଉପରେ ଛିଡ଼ା ହୋଇ ରହୁଛି। ପୁଣିଥରେ ବସି ପଡ଼ୁଥିବାର ଦୃଶ୍ୟ ଉକ୍ତ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି। ତେବେ ସାପଟି ତାଙ୍କ ଉପରେ ଚଢିବା ପରେ ମହିଳା ଜଣକ ପୁରା ନିସ୍ତେଜ ହୋଇ ପଡ଼ି ରହୁଛନ୍ତି। କେବଳ ଭଗବାନଙ୍କୁ ଡାକିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ ତାଙ୍କ ନିକଟରେ। ତେବେ ସାପଟିର ଅଧା ଅଂଶ ମହିଳାଙ୍କ ଶରୀର ଉପରେ ଓ ଅନ୍ୟ ଅଧା ଅଂଶ ଖଟ ତଳକୁ ଝୁଲି ରହିଥିବା ଦେଖିବାକୁ ମିଳିଛି। ତେବେ ମହିଳା ଜଣକ ଧୈର୍ଯ୍ୟର ସହ ସାପଟିକୁ ତାଙ୍କ ଉପରୁ କାଢିବା ପାଇଁ ଅପେକ୍ଷା କରି ରହିଛନ୍ତି। 

ତେବେ ଏହି ଭିଡ଼ିଓଟିକୁ ବରିଷ୍ଠ ବନଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡ଼ିଓଟିକୁ ସେୟାର କରି ଲେଖିଛନ୍ତି କି ଆପଣଙ୍କ ସହିତ ଏଭଳି କିଛି ଯଦି ଘଟେ, ତେବେ ଆପଣଙ୍କର ପ୍ରଥମ ପ୍ରତିକ୍ରିୟା କଣ ରହିବ। ତେବେ ଏଠାରେ ଆପଣଙ୍କୁ କହି ରଖୁକି ଉକ୍ତ ମହିଳାଙ୍କୁ କୌଣସି କ୍ଷତି ନ ଘଟାଇ ସେଠାରୁ ଚାଲିଯାଇଥିଲା। ତେବେ ଏହି ଭିଡ଼ିଓକୁ ୨୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।