Cuttack Bali Jatra: କଟକ ଐତିହାସିକ ବାଲିଯାତ୍ରାକୁ ନେଇ ଏକ ବଡ଼ ଖବର ସମ୍ନାକୁ ଅସିଛି। ସଂସ୍କୃତି ମନ୍ତ୍ରାଳୟ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନେଇ ସୂଚନା ଦେଇଛି। କହିରଖୁଛୁ ଯେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନେଇ ପୂର୍ବରୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପରେ କଟକ ସମେତ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି। ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଜାତୀୟ ମାନ୍ୟତା ନେଇ ସୂଚନା ଦିଆଯାଇଛି।
Trending Photos

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ବାଲିଯାତ୍ରା ବିଷୟରେ ପୂର୍ବରୁ ଅନେକ ମଞ୍ଚରେ ଉଲ୍ଲେଖ କରିଥିଲେ। ଏହା ପରେ ଆଜି (୬ ଫେବୃଆରୀ) କେନ୍ଦ୍ର ସରକାରଙ୍କ ପକ୍ଷରୁ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦିଆଯାଇଥିବା ନେଇ ସୂଚନା ଜାରି କରାଯାଇଛି।
କହିରଖୁଛୁ ଯେ ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆର ବାଲିରେ କଟକର ଐତିହାସିକ ବାଲିଯାତ୍ରା ବିଷୟରେ ଉଲ୍ଲେଖ କରିଥିଲେ। ଏହା ସମେକ ନିକଟରେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ବି ପିଏମ ମୋଦୀ ବାଲିଯାତ୍ରା ବିଷୟରେ କହିବା ସହ ବାଲିଯାତ୍ରା ଦିବସ ପାଳନ ଉପରେ ଗୁରୁତ୍ବାରୋପ କରିଥିଲେ।
Recognition of Bali Jatra as a National Fair
Bali Jatra is a festival that commemorates the maritime trade and cultural exchange between Odisha and Southeast Asian countries, particularly Bali. The festival is celebrated annually in Cuttack, Odisha, and attracts million of… pic.twitter.com/QX1hx0sUrP
— PIB India (@PIB_India) February 6, 2025
ଗୁରୁବାର ଦିନ ରାଜ୍ୟସଭାରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କଟକ ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ନେଇ ସୂଚନା ଦେଇଛନ୍ତି। ସୂଚନା ପାଇଁ କହିରଖୁଛୁ ୨୦୨୦ ମସିହାରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀ ସରକାରଙ୍କୁ ମଧ୍ୟ ଏକ ଚିଠି ଲେଖିଥିଲେ। ଶେଷରେ ମୋଦୀ ସରକାର ନିଜର ପ୍ରତିଶ୍ରୁତି ରଖିଛନ୍ତି।