Cyclone Mocha: ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ୯ ତାରିଖ ବେଳକୁ ନେଇପାରେ ଅବପାତର ରୂପ
Advertisement
Article Detail0/zeeodisha/odisha1684071

Cyclone Mocha: ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ୯ ତାରିଖ ବେଳକୁ ନେଇପାରେ ଅବପାତର ରୂପ

Cyclone Mocha in Odisha: ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ୯ ତାରିଖ ବେଳକୁ ଲଘୁଚାପ  ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର (Cyclone) ଗତି ପଥ ଓ ତ୍ରୀବତା ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସୌ(ସୋସିଆଲ ମିଡିଆ)

Cyclone Mocha: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ୯ ତାରିଖ ବେଳକୁ ଲଘୁଚାପ (Low pressure) ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ପରେ ଏହା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ ବୋଲି ଆଇଏମଡି (Indian Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର (Cyclone) ଗତି ପଥ ଓ ତ୍ରୀବତା ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସୃଷ୍ଟି ହୋଇଥିବା ସିଷ୍ଟମ ଉପରେ ବିଭାଗ ନଜର ରଖିଥିବା ବେଳେ ସମ୍ଭାବ୍ୟ ବାତ୍ୟାର (Probable Cyclone Mocha) ତ୍ରୀବତା ସହ ଏହା କେଉଁ ଦିଗ ଦେଇ ଗତି କରିବ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ବୋଲି ଆଇଏମଡ଼ି ପକ୍ଷରୁ ସୂଚନା ମିଳିଛି । ଆଜି ଆର୍ଥାତ୍ ରବିବାର ଦିନ ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପକୁ ଦୃଷ୍ଟିରେ ରଖି ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ତାମାନ ସାଗର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ନ ଯିବା ଲାଗି ବାରଣ କରାଯାଇଛି । ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ବା ଏହାର ଆଖପାଖ ଅଞ୍ଚଳରେ ଅଛନ୍ତି ସେମାନଙ୍କୁ କୂଳକୁ ଫେରି ଆସିବା ଲାଗି ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ଲଘୁଚାପ ଓ ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ଡ଼ଙ୍ଗା, ଜାହାଜ ଓ ଟ୍ରଲର ଆଦି ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହି ସର୍ତକ ସୂଚନା ଜାରି କରାଯାଇଛି । ସାମ୍ଭାବ୍ୟ ବାତ୍ୟା ‘ମୋଚା’କୁ (Cyclone mocha) ନେଇ ପୂର୍ବରୁ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର (IMD DG Mrutyunjay Mohapatra) କହିଥିଲେ ଯେ,  ଓଡ଼ିଶା ପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ । ବର୍ତ୍ତମା ସୁଦ୍ଧା ଏହାର ଗତିପଥ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ତେଣୁ ଲୋକଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏ ସମ୍ପର୍କିତ ଆକଳନ କରାଯିବ। ସେପଟେ ଶନିବାର ପୂର୍ବାହ୍ନରେ ରାଜ୍ୟର କେତେକ ଅଞ୍ଚଳରେ ପାଗ ମେଘୁଆ ରହିଥିଲା । ରାୟଗଡ଼ା, ବାଲେଶ୍ବର, ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଗଜପତି, କୋରପୁଟ ଓ କନ୍ଧମାଳର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିଲା । ତେବେ ରବିବାର ଦିନ ରାଜ୍ୟରା ପାଗ ଶୁଖିଲା ରହିବା ସହ ତାପମାତ୍ରା ୩ରୁ ୫ ଡ଼ିଗ୍ରୀ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Also Read-Liquor Price drop: ରାଜ୍ୟରେ ମଦ ବିକ୍ରି ବୃଦ୍ଧି ନେଇ ଦର ହ୍ରାସ କଲେ ସରକାର

ଅନ୍ୟ ରାଜ୍ୟରେ ପାଣିପାଗ ନେଇ ଆଇଏମଡ଼ିର (IMD) ପୂର୍ବାନୁମାନ

ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳର କିଛି ଅଂଶରେ ପ୍ରବଳ ବର୍ଷା (Rain) ହେବାର ସମ୍ଭାବନା ରହିଛି। ରହିଥିବା ବେଳେ ପଞ୍ଜାବ, ହିମାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶର ଅଧିକାଂଶ ସ୍ଥାନରେ କୁଆପଥର ମାଡ଼ ହେବା ନେଇ ପୂର୍ବନୁମାନ କରାଯାଇଛି । ସେପଟେ ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ଲଦାଖ, କାଶ୍ମୀର, ସିକ୍କିମ, ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ, ତାମିଲନାଡୁ, କେରଳ, ମେଘାଳୟ, ଆସାମ ଓ ଆନ୍ଧ୍ର ପ୍ରଦେଶରେ ଘଡଘଡି଼ ସହି ବର୍ଷା ହେବା ନେଇ ସମ୍ଭାବନା ରହିଛି।

Also Read-The Kerala Story Box Office Collection: 'ଦି କେରଳ ଷ୍ଟୋରି' ପ୍ରଥମ ଦିନରେ ଭାଙ୍ଗିଲା ଅନେକ ରେକର୍ଡ; ରୋଜଗାର କଲା ଏତିକି କୋଟି ଟଙ୍କା