PM Modi Odisha Visit Today: ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ, ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।
Trending Photos
Modi Guarantee for Odisha: ମାର୍ଚ୍ଚ ୫ ତାରିଖ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଯାଜପୁର ଠାରେ ଆୟୋଜିତ ହୋଇଥିବା "ମୋଦୀ ଗ୍ୟାରେଣ୍ଟି ସମାବେଶ" କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ, ଉଦଘାଟନ କରିଛନ୍ତି। ଯାହା ମଧ୍ୟରେ ରହିଛି ତୈଳ ଏବଂ ଗ୍ୟାସ, ରେଳବାଇ, ସଡକ, ପରିବହନ, ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ।
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପିଏମ୍ ସୂର୍ଯ୍ୟଘର-ମାଗଣା ବିଜୁଳି ଯୋଜନା କରାଯାଇଛି। ଯାହା ଅଧିନରେ ଲୋକଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ। ହେଲେ ବିଜୁଳି ପାଇଁ ଲୋକଙ୍କୁ ଘରେ ସୋଲାର ପ୍ୟାନେଲ ଲଗାଇବାକୁ ହେବ। ଘରର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରିପାରିବେ ଲୋକେ। ଅନ୍ୟପଟେ ଯଦି ଏହି ସୋଲାର ପ୍ୟାନେଲ ଦ୍ୱାରା ବିଜୁଳି ଉତ୍ପାଦନ ଅଧିକ ହୁଏ ତାହେଲେ ଏହାକୁ ସରକାରଙ୍କୁ ବିକ୍ରି କରିପାରିବେ ଲୋକେ।
ସେହିପରି ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଯୋଜନାର ଅବଧି ବୃଦ୍ଧି କରାଯାଇଛି। ବିରୋଧି ଇଣ୍ଡିଆ ମେଣ୍ଟ ଉଦ୍ଦେଶ୍ୟରେ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ମୋ ଭାରତ ହେଉଛି ମୋ ପରିବାର। ପରିବାରବାଦୀ ଦଳ ମୋ ପରିବାର ଦେଖି ଇର୍ଷା ପରାୟଣ ହୋଇ ଉଠିଛନ୍ତି। ଗରିବ ଲୋକର ଗ୍ୟାରେଣ୍ଟି ହେଉଛି ମୋଦି। ପୂର୍ବରୁ ବ୍ୟାଙ୍କ ଖାତା ଖୋଲିବାକୁ, ବ୍ୟାଙ୍କ ଋଣ ପାଇବା ପାଇଁ କଂଗ୍ରେସ କହୁଥିଲା ଗ୍ୟାରେଣ୍ଟି ଆଣ। ହେଲେ ଗତ ୨୦୧୪ ପର ଠାରୁ ଗୋଟିଏ ଗରିବ ପୁଅ କେନ୍ଦ୍ରରେ ସରକାର ଗଢିବା ସହ ପ୍ରଧାନମନ୍ତ୍ରୀ ହେଲା। ଆଉ ସେତେବେଳେ ସେ କହିଲା ଗରିବ ଲୋକଙ୍କ ସବୁଠୁ ବଡ ଗ୍ୟାରେଣ୍ଟି ମୋଦି ହେବ। ଯେଉଁ ଗରିବ ପାଖରେ ଗ୍ୟାରେଣ୍ଟି ଦେବାକୁ କିଛି ନଥିଲା, ତାହାର ଗ୍ୟାରେଣ୍ଟି ମୋଦୀ ହେଇଯାଇଛି।
ଗୁରୁବାର ଯାଜପୁର ଠାରେ ଆୟୋଜିତ ହୋଇଥିବା ‘ମୋଦୀ ଗ୍ୟାରେଣ୍ଟି ସମାବେଶ’ କାର୍ଯ୍ୟକ୍ରମରେ ଯୋଗେ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଚଣ୍ଡିଖୋଲ ଠାରେ ଆସି ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ତେଲେଙ୍ଗାନ ଠାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ଠାରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଚଣ୍ଡିଖୋଲ ଠାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ।
ରାଜ୍ୟକୁ କେଉଁ ଭେଟି ଦେଲେ ଦେଲେ ପ୍ରଧାନମନ୍ତ୍ର?