Mann Ki Baat Highlights: ୨୦୨୩ଶେଷ ୨୦୨୪ ଆରମ୍ଭ ନେଇ 'ମନ କି ବାତ୍'ରେ ବାର୍ତ୍ତା
Advertisement
Article Detail0/zeeodisha/odisha2037912

Mann Ki Baat Highlights: ୨୦୨୩ଶେଷ ୨୦୨୪ ଆରମ୍ଭ ନେଇ 'ମନ କି ବାତ୍'ରେ ବାର୍ତ୍ତା

Mann Ki Baat Highlights: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ'ରେ ପୁରୁଣା ବର୍ଷର ବିଦାୟୀ ଏବଂ ନୂଆ ବର୍ଷ ଆରମ୍ଭର ବାର୍ତ୍ତା ରହିଛି । ଦେଶର ଯୁବକମାନେ ଫିଟ୍ ରହିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Mann Ki Baat Highlights: ୨୦୨୩ଶେଷ ୨୦୨୪ ଆରମ୍ଭ ନେଇ 'ମନ କି ବାତ୍'ରେ ବାର୍ତ୍ତା

Mann Ki Baat Highlights: ଆଜି ୨୦୨୩ର ଶେଷତମ 'ମନ କି ବାତ୍' କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra modi)ଙ୍କ ରେଡିଓ କାର୍ଯ୍ୟକ୍ରମ ଆଜି ବର୍ଷର ଶେଷ ଦିନରେ ୧୦୮ ତମ ଏପିସୋଡ ପୂରଣ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତ୍ ରେ ଯୁବବର୍ଗଙ୍କ ପାଇଁ କହିଛନ୍ତି ଯେ, ୨୦୨୪ ନୂଆ ବର୍ଷ ଆରମ୍ଭ କରନ୍ତୁ ନିଜ ଫିଟନେସର ଧ୍ୟାନ ଦିଅନ୍ତୁ । ଏହା ଆପଣଙ୍କ ପାଇଁ ଏକ ଭଲ ରିଜୋଲ୍ୟୁସନ୍ ବୋଲି ମାନନ୍ତୁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦେଶର ସଫଳତା ହେଉଛି ପ୍ରତ୍ୟେକ ଭାରତୀୟ ଏବଂ ମୋର ସଫଳତା । ୨୦୨୪ ପାଇଁ କିଛି ଘଣ୍ଟା ବାକି ଅଛି ତେଣୁ ନୂଆ ବର୍ଷରେ ପାଞ୍ଚଟି ନୀତିକୁ ଧ୍ୟାନରେ ରଖି ଆମକୁ ଭାରତର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ପଡିବ। ଆମେ ଯାହା ବି କାମ କରୁ, ଆମେ ଯାହା ନିଷ୍ପତ୍ତି ନେଉ, ଆମର ପ୍ରଥମ ମାନଦଣ୍ଡ ହେବା ଉଚିତ ଯେ ଦେଶ ଏଥିରୁ କ’ଣ ପାଇବ, ଏଥିରୁ ଦେଶ ପାଇଁ କ’ଣ ଲାଭ ହେବ?

ଏଥିସହିତ ଅଯୋଧ୍ୟାରେ ନିର୍ମିତ ରାମମନ୍ଦିର ପ୍ରତିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଯୋଧ୍ୟାରେ ରାମ ମନ୍ଦିର ସଂପର୍କରେ ସମଗ୍ର ଦେଶରେ ଉତ୍ସାହ ରହିଛି । ଲୋକମାନେ ସେମାନଙ୍କର ଭାବନାକୁ ବିଭିନ୍ନ ଉପାୟରେ ପରିପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ଆମେ ସମସ୍ତେ ସମାନ ହ୍ୟାସଟ୍ୟାଗ୍ ସହିତ ସୋସିଆଲ ମିଡିଆରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ମୁଁ ମନେ କରୁଛି । (#ShriRamBhajan) ହ୍ୟାସଟ୍ୟାଗ ଦେଇ ଆପଣଙ୍କ ନିଜର ପୋଷ୍ଟ ସେୟାର କରନ୍ତୁ ।

2023ରେ ବିଶ୍ୱ ଭାରତର ସୃଜନଶୀଳତା ଦେଖିଲା
ପ୍ରଧାନମନ୍ତ୍ରୀ ମୋଦୀ ମନକି ବାତରେ ଏକଥା କହିଛନ୍ତି ଯେ, ଯେତେବେଳେ ନାଟୁ-ନାଟୁ ଓସ୍କାର ପାଇଲେ, ସମଗ୍ର ଦେଶବାସୀ ଖୁସି ମନାଇଥିଲେ । ‘ଏଲିଫାଣ୍ଟ ଫିସର୍’ ପାଇଁ ସମ୍ମାନ ବିଷୟରେ ଜାଣିବା ପରେ ସମସ୍ତେ ପ୍ରାୟ ଖୁସି ଥିଲେ । ଏହି ମାଧ୍ୟମରେ ସମଗ୍ର ବିଶ୍ୱ ଭାରତର ସୃଜନଶୀଳତା ଦେଖିଲା ।

ନୂଆବର୍ଷର ଶୁଭେଚ୍ଛା
ପ୍ରଧାନମନ୍ତ୍ରୀ ମୋଦୀ 2024 ନୂଆବର୍ଷ ପାଇଁ ସମସ୍ତଙ୍କୁ ମନ କି ବାତରେ ଶୁଭେଚ୍ଛା ଜଣାଇଛନ୍ତି । ୧୪୦ କୋଟି ଭାରତୀୟଙ୍କ ଦ୍ୱାରା ଏହି ବର୍ଷ ଆମ ଦେଶ ଅନେକ ବିଶେଷ ସଫଳତା ହାସଲ କରିଛି । ଆମକୁ ମଧ୍ୟ ନୂଆବର୍ଷ ୨୦୨୪ ରେ ସମାନ ଆତ୍ମବିଶ୍ୱାସ ଏବଂ ସାହସ ବଜାୟ ରଖିବାକୁ ପଡିବ । ଆଜି ବି ଅନେକ ଲୋକ ଚନ୍ଦ୍ରଯାନ -୩ ର ସଫଳତା ବିଷୟରେ ବାର୍ତ୍ତା ପଠାଉଛନ୍ତି । ମୁଁ ନିଶ୍ଚିତ ଯେ, ମୋ ପରି ଆପଣ ମଧ୍ୟ ଆମର ବୈଜ୍ଞାନିକ ଏବଂ ବିଶେଷକରି ମହିଳା ବୈଜ୍ଞାନିକମାନଙ୍କ ପାଇଁ ଗର୍ବ ଅନୁଭବ କରୁଥିବେ ।

ମନ କି ବାତର ଏହି ୧୦୮ତମ ଏପିସୋଡରେ ପିଏମ ମୋଦୀ କହିଛନ୍ତି ଯେ, ଆମେ ଜନସାଧାରଣଙ୍କ ଅଂଶଗ୍ରହଣର ଅନେକ ଉଦାହରଣ ଦେଖିଛୁ । ସେମାନଙ୍କଠାରୁ ପ୍ରେରଣା ପାଇଛୁ। ବର୍ତ୍ତମାନ ଏହି ପର୍ଯ୍ୟାୟରେ ପହଞ୍ଚିବା ପରେ ଆମକୁ ନୂତନ ଶକ୍ତି ଏବଂ ଦ୍ରୁତ ଗତିରେ ପୁନର୍ବାର ଆଗକୁ ବଢିବାକୁ ସ୍ଥିର କରିବାକୁ ପଡିବ ।

Also Read- IPS Arun Kumar Sarangi: ଦାୟିତ୍ୱ ଗ୍ରହଣ କଲେ ନୂଆ ଆରକ୍ଷୀ ମହାନିର୍ଦ୍ଦେଶକ

Also Read- ଆହୁରି ସୁବିଧା ହେଲା ଜଗା ଦର୍ଶନ: ବଡ଼ଦାଣ୍ଡରେ ଖୋଲିଲା ଏସି ଟନେଲ