Advertisement
Photo Details/zeeodisha/odisha2650170
photoDetails0hindi

KIIT University Viral Photos: ମୃତ ନେପାଳୀ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ବୟଫ୍ରେଣ୍ଡ ର ଫଟୋ ଭାଇରାଲ

KIIT University Viral Photos: ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ବିଟେକ୍  ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଉକ୍ତ ନେପାଳୀ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ୍ୟୁ ପରେ ଅନ୍ୟ ନେପାଳୀ ଛାତ୍ର ଉନ୍ମକ୍ତକାଣ୍ଡ ଭିଆଇଛନ୍ତି। ଏହାକୁ ନେଇ ବିଳମ୍ବିତ ରାତିରେ କ୍ୟାମ୍ପସ୍ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। କିଛି ଛାତ୍ର କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହେଲେ କିଛି ଛାତ୍ରଙ୍କୁ ଦୁଇଟି ବସ ଯୋଗେ କଟକ ରେଲୱେ ଷ୍ଟେସନରେ ନେଇ ଛାଡିଛି କ୍ୟାମ୍ପସର ବସ୍ । 

 

1/5

କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ (ନାମକୁ ଗୋପନ ରଖାଯାଇଛି) ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ୫୦୦ରୁ ଅଧିକ ନେପାଳୀ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଇ ଦିଆଯାଇଛି। ଏହି ଛାତ୍ରୀଛାତ୍ରଙ୍କୁ ଜୋର୍‌ ଜବରଦସ୍ତ କଟକ ରେଲଓ୍ବେ ଷ୍ଟେଶନରେ ଛାଡି ଦିଆଯାଇଥିବା ଅଭିଯୋଗ ହୋଇଛି।

Also Read: KIIT University New Video: ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଅଶାନ୍ତ କିଟ୍ କ୍ୟାମ୍ପସ, ଭାଇରାଲ ହେଲା ଆଉ ଏକ ଭିଡିଓ

Also Read: KIIT University Video: ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ କ୍ୟାମ୍ପସ ଛାଡିବାକୁ ନେପାଳ ଛାତ୍ରଛାତ୍ରୀଙ୍କୁ କର୍ତ୍ତୃପକ୍ଷଙ୍କ ନାଲିଆଖି

2/5

ନେପାଳର ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାଇନ-ଏ- ଡାଏ ଘୋଷଣା କରାଯାଇଛି। KIIT ଦ୍ୱାରା ଜାରି ଏକ ନୋଟିସରେ କୁହାଯାଇଛି, “ନେପାଳ ଛାତ୍ରୀଛାତ୍ରଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଅର୍ନିଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି।

3/5

ସେହିପରି ସାଇନ-ଏ- ଡାଏ ଘୋଷଣା ପରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଭିଡିଓରେ କିଛି ମହିଳା ଅଧିକାରୀ ଛାତ୍ରୀଛାତ୍ରଙ୍କୁ କ୍ୟାମ୍ପସ ଛାଡ଼ି ଚାଲିଯିବାକୁ କହୁଛନ୍ତି। ଧମକ ଥିଲା 'ଅପନା ଅପନା ସାମାନ୍ ପ୍ୟାକ୍ କରୋ ଓର ଯାଓ'

4/5

ସୂଚନାଯୋଗ୍ୟ, ଜଣେ ବି.ଟେକ ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିଲା। ମୃତ ଯୁବତୀଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରେମିକ ତଥା ସେହି ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଅଟନ୍ତି।

5/5

ପ୍ରେମିକ ଜଣକ ପୀଡ଼ିତାଙ୍କ ସହ ୩ ବର୍ଷର ପ୍ରେମସମ୍ପର୍କ ରଖିବା ମଧ୍ୟରେ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଆଉ ଏହାକୁ  ସହ୍ୟ ନକରି ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।