Advertisement
Photo Details/zeeodisha/odisha2651483
photoDetails0hindi

KIIT University Hostel: King's Palace ରେ ଛାତ୍ର ନୁହଁନ୍ତି ସୁରକ୍ଷିତ, Queen's Castleରେ ଛାତ୍ରୀ ନିର୍ଯାତିତ !

KIIT University Hostel Fees: କିଟ୍ ମାମଲାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚଶିକ୍ଷା ସଚିବ ସାମିଲ । ଘଟଣାର ନିରପେକ୍ଷ ତଦନ୍ତ କରିବ କମିଟି । ମୃତ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ସରିଛି । ଛାତ୍ରୀ ମୃତ୍ୟୁକୁ ନେଇ ଗତକାଲି କଲେଜ କ୍ୟାମ୍ପସରେ ବ୍ୟାପକ ଉତ୍ତେଜନା ଦେଖିବାକୁ ମିଳିଥିଲା । ନେପାଳୀ ଛାତ୍ରଛାତ୍ରୀମାନେ କଲେଜ କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । 

 

1/5

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ କଲେଜରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି । ହେଲେ ଆଜି ବି ଟାଣ ଖରା ସହ ଏବେବି ରାତି ସମୟରେ କିଟ୍ ପରିସରରେ ପିଲା ବିକ୍ଷୋଭ କରିଛନ୍ତି। 

Also Read: KIIT University Fees: କିଟ୍ ରେ ପଢିବାକୁ ଚାହୁଁଛନ୍ତି କି? ଜାଣନ୍ତୁ କେଉଁ କୋର୍ସ ପାଇଁ କେତେ ଦେବାକୁ ପଡେ ଫି?

Also Read: KIIT University Viral Photos: ମୃତ ନେପାଳୀ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ବୟଫ୍ରେଣ୍ଡ ର ଫଟୋ ଭାଇରାଲ

KIIT University Audio Viral: ସେଦିନ ପ୍ରକୃତରେ ଘଟିଥିଲା କ'ଣ, ଭାଇରାଲ ହେଲା ଅଡିଓ କଲ୍

2/5

ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି । ବୁଦ୍ଧିଜୀବୀ ଶିକ୍ଷାବିତ୍ ଙ୍କ କହିବାନୁଯାୟୀ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଶ ଓ ଦେଶ ବାହାରୁ ପିଲା ଆସି ପାଠ ପଢୁଛନ୍ତି ହେଲେ କିଟ୍ କର୍ତ୍ତୃପକ୍ଷ ଏମିତି ବ୍ୟବହାର କରିବା ନିନ୍ଦନୀୟ। ତେବେ ଆସନ୍ତୁ ଜାଣିବା କିଟ୍ ହଷ୍ଟେଲରେ ରହିବାକୁ ହେଲେ କେତେ ଟଙ୍କା-: 

3/5

ଛାତ୍ର ମାନଙ୍କ ପାଇଁ ୨୦ଟି ହଷ୍ଟେଲ ଓ ଛାତ୍ରୀଙ୍କ ପାଇଁ ୧୧ଟି ହଷ୍ଟେଲ ରହିଛି ଯେଉଁଥିରେ ଯଥାକ୍ରମେ ୧୦୧୮୦ ଓ ୫୬୪୮ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା ରହିଛି। ହଷ୍ଟେଲର ପ୍ରାୟ ୩୦% କୋଠରୀ ବାତାନୁକୂଳିତ ଏବଂ ସମସ୍ତ ହଷ୍ଟେଲରେ ଉତ୍ତମ ମାନର ଖାଦ୍ୟ ପ୍ରଦାନ କରୁଥିବା କ୍ୟାଣ୍ଟିନ୍ ରହିଛି।

4/5

ନନ୍ - ଏସି ହଷ୍ଟେଲ - ସେମିଷ୍ଟାର ପିଛା ଦୁଇଟି ଶଯ୍ୟା ବିଶିଷ୍ଟ ରୁମ୍ ( ୪୦,୦୦୦/- ଟଙ୍କା) ଆନୁମାନିକ ନନ୍-ଏସି ହଷ୍ଟେଲ୍ - ସେମିଷ୍ଟାର ପିଛା ୩ ଶଯ୍ୟା ବିଶିଷ୍ଟ ରୁମ୍ (୨୮ ହଜାର ଟଙ୍କା) ଆନୁମାନିକ ନନ୍ - ଏସି ହଷ୍ଟେଲ - ସେମିଷ୍ଟାର ପିଛା ୩୨,୦୦୦/- ଟଙ୍କା ଆନୁମାନିକ (କେବଳ ଆଇନ ହଷ୍ଟେଲ ପାଇଁ) ଦୁଇଟି ଶଯ୍ୟା ବିଶିଷ୍ଟ ଏସି ହଷ୍ଟେଲ - ସିଙ୍ଗଲ ବେଡ୍ ପ୍ରତି ସେମିଷ୍ଟାର ପିଛା ୬୫,୦୦୦ ଟଙ୍କା ଆନୁମାନିକ ଏସି ହଷ୍ଟେଲ - ସେମିଷ୍ଟାର ପିଛା ୨ ଶଯ୍ୟା ବିଶିଷ୍ଟ ୬୦ ହଜାର ଟଙ୍କା ଆନୁମାନିକ

5/5

ହଷ୍ଟେଲ ନାମଲେଖା ଓ ଅନ୍ୟାନ୍ୟ ଫି- ୧୫,୦୦୦/- ଟଙ୍କା (ଏକକାଳୀନ) ହଷ୍ଟେଲ ଭଳି ସଂଯୁକ୍ତ ଶୌଚାଳୟରେ ପ୍ରିମିୟମ ସୁବିଧା ପାଇଥିବା ଛାତ୍ରଛାତ୍ରୀଙ୍କୁ ସେମିଷ୍ଟାର ପିଛା ଅତିରିକ୍ତ ୧୦,୦୦୦/- ଟଙ୍କା ଦେବାକୁ ପଡ଼ିଥାଏ। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଡାଟା ଜାଣିବାକୁ ଚାହୁଁଛନ୍ତି ତେବେ ଶିକ୍ଷାନୁଷ୍ଠାନ ୱେବସାଇଟ୍ ସହ ଅନଲାଇନ ସର୍ଚ୍ଚ କରିପାରିବେ।