Subhadra Yojana: ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଲାଭବାନ ହେବେ ଅନେକ ମହିଳା
Advertisement
Article Detail0/zeeodisha/odisha2400162

Subhadra Yojana: ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଲାଭବାନ ହେବେ ଅନେକ ମହିଳା

Subhadra Yojana: ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ରହିଛି ।ଏହିଦିନ ସୁଭଦ୍ରା ଯୋଜନାକୁ ଶୁଭାରମ୍ଭ କରିବାକୁ ସ୍ଵୀକୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବାପରେ ପ୍ରଥମ ଥର ସାକ୍ଷାତ କରିବା ସମୟରେ ଏନେଇ ସ୍ଵୀକୃତି ଦେଇଥିଲେ ପ୍ରଧାନ ମନ୍ତ୍ରୀ।ଏନେଇ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ମହାପ୍ରଭୁଙ୍କ ପ୍ରାଙ୍ଗଣରେ ମନେ ପକାଇ ଦେବାକୁ ଚାହୁଁଛି ଯେ ନିର୍ବାଚନ ସମୟରେ ମାତୃଶକ୍ତିଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନା ନାଁରେ ୫୦ହଜାର ଟଙ୍କା ବିନା ସୁଧରେ ଅନୁଦାନ କରିବାକୁ କହିଥିଲୁ ଏବଂ ଓଡ଼ିଆ ଲୋକ ତାହାକୁ ଭରସା କରିଥିଲେ। 

Subhadra Yojana: ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଲାଭବାନ ହେବେ ଅନେକ ମହିଳା

Subhadra Yojana: ଏ ନେଇ ରାଜ୍ୟ ବିଜେପି ରବିବାର ନିଶ୍ଚିତ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମଦିନରେ ସେପ୍ଟେମ୍ବର ୧୭ରେ ପୁରୀରେ ସୁଭଦ୍ରା ଯୋଜନାକୁ ଉନ୍ମୋଚନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟର ଅନ୍ୟ ସମସ୍ତ ବରିଷ୍ଠ ନେତା ଏହି ସମାରୋହରେ ସାମିଲ୍ ହେବେ। ସୁଭଦ୍ରା ଯୋଜନା ମୋହନ ସରକାର ଦ୍ୱାରା ଘୋଷିତ ହୋଇଥିବା ଏକ ଫ୍ଲାଗସିପ୍ ସ୍କିମ୍ ଯାହା ରାଜ୍ୟର ୧ କୋଟି ମହିଳାଙ୍କୁ ଆର୍ଥିକ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି।ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି।

ଏ ନେଇ ମହାପ୍ରଭୁଙ୍କ ଦର୍ଶନ ଅବସରରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ରହିଛି ।ଏହିଦିନ ସୁଭଦ୍ରା ଯୋଜନାକୁ ଶୁଭାରମ୍ଭ କରିବାକୁ ସ୍ଵୀକୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବାପରେ ପ୍ରଥମ ଥର ସାକ୍ଷାତ କରିବା ସମୟରେ ଏନେଇ ସ୍ଵୀକୃତି ଦେଇଥିଲେ ପ୍ରଧାନ ମନ୍ତ୍ରୀ।ଏନେଇ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ମହାପ୍ରଭୁଙ୍କ ପ୍ରାଙ୍ଗଣରେ ମନେ ପକାଇ ଦେବାକୁ ଚାହୁଁଛି ଯେ ନିର୍ବାଚନ ସମୟରେ ମାତୃଶକ୍ତିଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନା ନାଁରେ ୫୦ହଜାର ଟଙ୍କା ବିନା ସୁଧରେ ଅନୁଦାନ କରିବାକୁ କହିଥିଲୁ ଏବଂ ଓଡ଼ିଆ ଲୋକ ତାହାକୁ ଭରସା କରିଥିଲେ। ଏବେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସୁଭଦ୍ରା ଯୋଜନାର ଏସ ଓ ପି ଘୋଷଣା କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି ଶ୍ରୀଯୁକ୍ତ ପ୍ରଧାନ।ଓଡ଼ିଶାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ତଥା ୨୧ ରୁ ୬୦ ବର୍ଷର ମାଆ ମାନଙ୍କୁ ବର୍ଷ କୁ ୧୦ ହଜାର ହିସାବରେ ୫ ବର୍ଷରେ ୫୦ ହଜାର ଲେଖାଏଁ ଅନୁଦାନ ଦେବାକୁ ଦାୟିତ୍ଵ ଓଡ଼ିଶା ସରକାର ନେଇଛନ୍ତି।

ତା ସହ ପ୍ରଧାନମନ୍ତ୍ରୀ ବଦ୍ଧ ପରିକର ଅଛନ୍ତି ଦେଶରେ ୩ କୋଟି ଲକ୍ଷପତି ଦିଦି ବନେଇବା ପାଇଁ। ମହାରାଷ୍ଟ୍ରରେ ଏକ ଲକ୍ଷପତି ଦିଦି ସମ୍ମିଳନୀ ମଧ୍ୟ ଆୟୋଜନ ହୋଇଛି। ଓଡ଼ିଶାରେ ମାଆମାନଙ୍କର ସଶକ୍ତିକରଣ ବିଶେଷ କରି ଗାଆଁରେ ରହୁଥିବା ମାଆ ମାନଙ୍କର ସଶକ୍ତିକରଣ କରିବାର ପ୍ରତିଶ୍ରୁତି ଓ ଦାୟିତ୍ଵ ପାଳନ କରିବାର ରହିଛି।ସମସ୍ତେ ମିଶି ଆଲୋଚନା କରିଛୁ ଯେ କିଭଳି ପୁରୀକୁ ଆଗେଇ ନେବାର ପ୍ରୟାସ ହେବ।ପୁରୀ ଯୋଗୁଁ ଆମେ ସମସ୍ତେ। ତେଣୁ ପୁରୀ କୁ ଆଧ୍ୟାତ୍ମିକ ଓ ଅତ୍ୟାଧୁନିକ ସହର ବନେଇବା ପାଇଁ ଯାହା ଯାହା କରିବା ଦରକାର୍ ସବୁ ସେବା ଯୋଗାଇ ଦେବାକୁ ସରକାର ବୋଲି ବଦ୍ଧ ପରିକର ବୋଲି ସେ କହିଛନ୍ତି। ସେପଟେ ଓଡ଼ିଶା ସରକାର ନିଶ୍ଚିତ ରତ୍ନଗଣତି କରିବେ। ନୂଆ ଗଣତି ସୂଚୀ ଓ ପୁରୁଣା ସୁଚୀର ମେଳକ କରାଯିବ ।ସବୁ ଠିକ୍ ଅଛି ନା ନାହିଁ ସ୍ପଷ୍ଟ ହେବ।ପୂର୍ବରୁ ଏକଥା କୁହାଯାଇଥିଲା। ତେଣୁ ସ୍ଥାନୀୟ ସରକାର ଏ ଏସ ଆଇକୁ ଚିଠି ଲେଖି ସାରିଛନ୍ତି । ଏ ଏସ ଆଇ ର ଉଚ୍ଚ ସ୍ତରୀୟ ଟିମ୍ ଆସି ତଦାରଖ କରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ।