Archana Nag: CFSL ଗଲା ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଫୋନ୍, ନିର୍ବାଚନ ପୂର୍ବରୁ ଫସିବେ କି ବଡ଼ବଡ଼ିଆ !
Advertisement
Article Detail0/zeeodisha/odisha1666413

Archana Nag: CFSL ଗଲା ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଫୋନ୍, ନିର୍ବାଚନ ପୂର୍ବରୁ ଫସିବେ କି ବଡ଼ବଡ଼ିଆ !

Archana Nag News In Odia: ପୁଣି ଚର୍ଚ୍ଚାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ (Lady Blackmailer Archana Nag) ।ସିଏଫଏସଏଲ୍ (CFSL)କୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍‌ (Archana Nag Mobile Phone) । (Central Forensic Science Laboratory) ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍‌ (Archana Nag Mobile Phone)।

ସୌଜନ୍ୟ- ସୋସିଆଲ ମିଡ଼ିଆ

Archana Nag News In Odia: ପୁଣି ଚର୍ଚ୍ଚାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ (Lady Blackmailer Archana Nag) ।ସିଏଫଏସଏଲ୍ (CFSL)କୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍‌ (Archana Nag Mobile Phone) । (Central Forensic Science Laboratory) ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍‌  (Archana Nag Mobile Phone)। ଅର୍ଚ୍ଚନା  (Archana Nag)ଓ ସ୍ୱାମୀ ଜଗବନ୍ଧୁଙ୍କ (Jagabandhu Chand)୩ଟି ଫୋନକୁ CFSLକୁ ପଠାଗଲା । ଅର୍ଚ୍ଚନାଙ୍କ ଓପୋ ଓ ସାମସଙ୍ଗ ଫୋଲଡେଡ଼ ମୋବାଇଲ ଓ ଜଗବନ୍ଧୁଙ୍କ ଆପଲ ଇ ଫୋନ୍‌କୁ CFSL (Central Forensic Science Laboratory) କୋଲକାତା ପଠାଯାଇଛି । 

ପୂର୍ବରୁ ଏ-ହି ସବୁ ମୋବାଇଲ ଫୋନକୁ ରାଜ୍ୟ ଫୋରେନସିକ୍‌କୁ (State Forensic Science Laboratory) କମିଶନରେଟ ପୋଲିସ (Commissionerate Police )ପଠାଇଥିଲା । ହେଲେ ଷ୍ଟେଟ୍ ଫରେନସିକ୍ ସାଇନ୍ସ ଲାବରୋଟୋରୀ (State Forensic Science Laboratory)ଏଥିରୁ ତଥ୍ୟ ବାହାର କରିପାରି ନଥିଲା । ପରେ ଇଡି଼ (ED) ଏହାକୁ CFSL (Central Forensic Science Laboratory) କୋଲକତାକୁ ପଠାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲା । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖଣ୍ଡଗିରି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଦୟାନିଧି ଏହାକୁ CFSL(Central Forensic Science Laboratory) ପଠାଇଛନ୍ତି । ଏହି ୩ଟି ମୋବାଇଲରୁ ବ୍ଲାକମେଲ ଓ ହନି ଟ୍ରାପର (Honeytrap)ଗୁମର ଖୋଲିବ ବୋଲି ଆଶା ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। 

fallback

Also Read: Archana Nag Money Laundering Case: ଅର୍ଚ୍ଚନାଙ୍କୁ ଫସାଇଲେ! ଆଉ ଏବେ ନିଜେ ଅଡୁଆରେ ଫସିଲେ ...

Also Read:  Free Liquor Service: ଏଣିକି ମାଗଣା ମିଳିବ ମଦ, ସରକାର ଆଣିଲେ ନୂଆ ନିୟମ

କେବଳ ସେତିକି ନୁହେଁ ,ଅର୍ଚ୍ଚନାଙ୍କ ଫୋନରେ ଥିବା ବଡ ବଡିଆଙ୍କ କଳା କାରନାମା ମଧ୍ୟ ନିର୍ବାଚନ ପୂର୍ବରୁ ପଦାକୁ ଆସିବ । ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ , ଏହା ପୂର୍ବରୁ ଫୋନରେ ଥିବା ବଡ ବଡ ନେତା,ମନ୍ତ୍ରୀ ଓ ଅଫିସରଙ୍କ କଳା କାରନାମା ମଧ୍ୟ ପଦାକୁ ଆସିବ । ତେବେ, ଅର୍ଚ୍ଚନା ଭଳି ଲେଡି ବ୍ଲାକମେଲର ଲିଙ୍କରେ ବିଜେଡି ଓ ବିଜେପିର କିଛି ତୁଙ୍ଗ ନେତାଙ୍କ ସମ୍ପର୍କ ରହିଛ ବୋଲି ଚର୍ଚ୍ଚା ହେଉଛି । ନିକଟରେ ସେମାନଙ୍କ କିଛି ଫଟୋ ମଧ୍ୟ ଅର୍ଚ୍ଚନାଙ୍କ ସହ ଭାଇରାଲ ହୋଇଥିଲା । ଅର୍ଚ୍ଚନାଙ୍କ ଘର ଆଗରେ ରାତି ଅଧରେ ବଡ ବଡିଆଙ୍କ ଗାଡି ଲାଗୁଥିଲା । ଆଉ ଘରେ ଜମୁଥିଲା ରଙ୍ଗଶାଳାର ଆସର । କେତେ ଝିଅଙ୍କୁ ଅର୍ଚ୍ଚନା ବଡ଼ ବଡ଼ ନେତା ତଥା ପ୍ରତିପତ୍ତି ଥିବା ଲୋକଙ୍କ ସହ ରାତି ବିତାଇବାକୁ ବାଧ୍ୟ କରୁଥିଲେ ସେ ସବୁର ଗୁମର ଫିଟାଇବ ଅର୍ଚ୍ଚନାଙ୍କ ମୋବାଇଲ ଫୋନ୍ (Archana Nag Mobile Phone)।

ଅର୍ଚ୍ଚନା ନାଗଙ୍କ ମନି ଲଣ୍ଡରିଂ (Archana Nag Money Laundering Case) ଫସିଥିବା ଅର୍ଚ୍ଚନାଙ୍କ ସହଯୋଗୀ ମଧ୍ୟ ଏବେ ପର୍ଯ୍ୟନ୍ତ ଗିରଫ ହୋଇ ନାହାଁନ୍ତି । ତାଙ୍କୁ ଗିରଫ କରିବା ପାଇଁ ଅର୍ଚ୍ଚନା ଦାବି କରୁଛନ୍ତି । ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କ (shradhanjali Behera) ମାମଲାର ହେବ ପୁନଃ ଶୁଣାଣି ହେବ ବୋଲି ହାଇକୋର୍ଟ ଗତକାଲି(ରବିବାର) ନିର୍ଦ୍ଦେଶ ଦେଇଛନ୍ତି। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ପୁନଶ୍ଚ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଇଡି ମାମଲାରେ ବ୍ୟକ୍ତିଗତ ହାଜର ନ ହେବାକୁ କରିଥିଲେ ଆବେଦନ। ଏଭଳି ଆବେଦନକୁ ସ୍ୱତନ୍ତ୍ର ଇଡି କୋର୍ଟ ଖାରଜ କରିଥିଲେ। ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଶ୍ରଦ୍ଧାଞ୍ଜଳି। ଗିରଫଦାରୀ ଭୟରେ ହାଜର ହେଉନାହାନ୍ତି ଶ୍ରଦ୍ଧାଞ୍ଜଳି ବେହେରା।ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଦୁଇ ସପ୍ତାହ ମଧ୍ୟରେ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ସ୍ୱତନ୍ତ୍ର ଇଡି କୋର୍ଟରେ ପୁନଶ୍ଚ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଚ୍ଚନା ନାଗ ହନି ଟ୍ରାପ୍‌ ମାମଲାରେ ଇଡି ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି ।

Also Read:  Odisha News: ଏଥର ବିନା ସୁଧରେ ଚାଷୀ ପାଇବେ ଋଣ ,ଉପକୃତ ହେବେ ୩୫ ଲକ୍ଷରୁ ଅଧିକ ଚାଷୀ

Also Read:  Bhubaneswar News: ଚେୟାର ଖାଲି ନଥିବାରୁ ରଣକ୍ଷେତ୍ର ପାଲଟିଲା ଏକାମ୍ର ହାଟ ହୋଟେଲ

Also Read: Cuttack News: ମାଟି ଖୋଳିବା ବେଳ ତଳୁ ବାହାରିଲା ପୁଳା ପୁଳା ପାଞ୍ଚଶହ ଟଙ୍କିଆ ନୋଟ୍, ବିଡ଼ା ବିଡ଼ା ଟଙ୍କା ଦେଖି ବେହୋସ୍ ହେଲା ଶ୍ରମିକ!

ଚଳିତ ମାସ ଏପ୍ରିଲ୍ ୧୧ ତାରିଖରେ ଲେଡି୍ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଗୋଟିଏ ମାମଲାରେ ଜାମିନ ମିଳିଛି । ଅର୍ଚ୍ଚନାଙ୍କୁ ସର୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ(Odisha high court) ।  (Odia Film Maker Akshay Parija )ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ତେବେ ଅର୍ଚ୍ଚନାଙ୍କୁ ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନଯିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେବଳ ଗୋଟିଏ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି । 

ତେବେ ଅର୍ଚ୍ଚନାଙ୍କ (Archana Nag) ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି । ଅର୍ଚ୍ଚନାଙ୍କ (Archana Nag) ବିରୋଧରେ ଆଉ ଦୁଇଟି ମାମଲା ରହିଛି । ଅର୍ଚ୍ଚନାଙ୍କ ବିରୋଧରେ ଶ୍ରଦ୍ଧାଞ୍ଜଳି କରିଥିବା ଏତଲା ଆଧାରରେ ଖଣ୍ଡଗିରି ଥାନାରେ ହୋଇଥିବା ମାମଲା ଓ ଇଡି ପକ୍ଷରୁ ତଦନ୍ତ ମାମଲା ଏବେବି କୋର୍ଟରେ ବିଚାରାଧୀନ ଅଛି । ଉଲ୍ଲେଖଥାଉ କି, ମନି ଲଣ୍ଡରିଂ ଆକ୍ଟ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ପରେ ତାଙ୍କୁ ବାରମ୍ବାର ରିମାଣ୍ଡରେ ନେଇ ପଚରା ଉଚରା କରିଥିଲା । ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଥିଲା ଇଡି । 

ଗତବର୍ଷ ଅକ୍ଟୋବର ମାସରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ୧୭ରେ ତାଙ୍କର ଜାମିନକୁ ଏସଡିଜେଏମ କୋର୍ଟ ନାମଞ୍ଜୁର କରିଥିଲେ । ଏହାପରେ ୨୧ ତାରିଖରେ ଭୁବନେଶ୍ୱରର ସ୍ଥିତ ସତ୍ୟବିହାର ବାସଭବନରୁ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଥିଲା । ହେଲେ ଗତ ମାର୍ଚ୍ଚମାସ ୧୫ ତାରିଖରେ ଜଗବନ୍ଧୁଙ୍କୁ ଜାମିନ ମିଳିଛି । ଖଣ୍ଡଗିରି ଥାନାରେ ହୋଇଥିବା ଶ୍ରଦ୍ଧାଞ୍ଜଳି ମାମଲାରେ ତାଙ୍କୁ ହାଇକୋର୍ଟରୁ ବେଲ୍ ମିଳିଛି । ହେଲେ ଏଯାଏଁ ଜେଲରୁ ବାହାରି ପାରିନି ଜଗବନ୍ଧୁ । ତାଙ୍କ ବିରୋଧରେ ଥିବା ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଛି । ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନା ମାମଲା ଓ ଇଡି ମାମଲା ମଧ୍ୟ ରହିଛି ।