ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଏଥିରେ ଆପଣଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ। କେବଳ ଆପଣଙ୍କ ପାଖରେ ଏକ ଆଣ୍ଡ୍ରୋଏଡ ମୋବାଇଲ୍ ଥିବା ଆବଶ୍ୟକ। ଆମେ ଏଭଳି କିଛି ଉପାୟ ଆପଣଙ୍କୁ କହିବୁ, ଯାହା ମାଧ୍ୟମରେ ଆପଣ ମାଗଣାରେ ଷ୍ଟୋରୀ ବି ପାଇବେ ଏଵଂ ଏହା ସହିତ ମେଳ ଖାଉଥିବା ଆନିମେସନ ଫୋଟୋ ଏବଂ ଭିଡ଼ିଓ ମଧ୍ୟ ପାଇପାରିବେ।
Trending Photos
How to income from Youtube: ୟୁଟ୍ୟୁବରେ ଟଙ୍କା ରୋଜଗାର କରିବା ଏବେ ବହୁତ ସହଜ ହୋଇଗଲାଣି । ନିଜର ବୁଦ୍ଧିରେ ବିଭିନ୍ନ ପ୍ରକାର ଭିଡିଓ ପ୍ରସ୍ତୁତ କରି ଲୋକମାନେ ଏବେ ୟୁଟ୍ୟୁବରୁ ଟଙ୍କା ରୋଜଗାର କରୁଛନ୍ତି। ବିଭିନ୍ନ ପ୍ରକାର ଥିମ୍ ନେଇ ଆପଣ ବ୍ଲଗ୍ ପ୍ରସ୍ତୁତ କରିପାରିବେ, ଯେମିତିକି କୌଣସି ଦର୍ଶନୀୟ ସ୍ଥାନ, ରେଷ୍ଟୁରାଣ୍ଟ, ବ୍ୟକ୍ତିଗତ ଜୀବନ ହେଉ ବା ନିଜେ ଘରେ ଖାଦ୍ୟ ପ୍ରସ୍ତୁତ କରି ହେଉ ଆପଣ ୟୁଟ୍ୟୁବରେ ପ୍ରତିଦିନ କିମ୍ୱା ସପ୍ତାହରେ ୨ରୁ ୩ଟି ଭିଡିଓ ଅପଲୋଡ୍ କରି ପାରିବେ। ଏହା ବ୍ୟତୀତ ଯଦି ଆପଣଙ୍କ ପାଖରେ ପ୍ରତିଭା ଅଛି ତେବେ ଆପଣ ବିଭିନ୍ନ ବିଷୟରେ ମନୋରଂଜନ ଧର୍ମୀ ଭିଡ଼ିଓ ପ୍ରସ୍ତୁତ କରିପାରିବେ । ଏଥିପାଇଁ କେବଳ ଆପଣଙ୍କ ପାଖରେ ମୋବାଇଲ୍ ଥିବା ଦରକାର। ନିଜ ମୋବାଇଲରେ ଭିଡ଼ିଓ ସୁଟିଂ କରି ଏହାକୁ ଏଡିଟ୍ କରି ୟୁଟ୍ୟୁବରେ ଅପଲୋଡ୍ କରିପାରିବେ ।
ତେବେ ଏସବୁ ବ୍ୟତୀତ ଆପଣ ଅନ୍ୟ ଏକ ଉପାୟରେ ମଧ୍ଯ ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଏଥିରେ ଆପଣଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ। କେବଳ ଆପଣଙ୍କ ପାଖରେ ଏକ ଆଣ୍ଡ୍ରୋଏଡ ମୋବାଇଲ୍ ଥିବା ଆବଶ୍ୟକ। ଆମେ ଏଭଳି କିଛି ଉପାୟ ଆପଣଙ୍କୁ କହିବୁ, ଯାହା ମାଧ୍ୟମରେ ଆପଣ ମାଗଣାରେ ଷ୍ଟୋରୀ ବି ପାଇବେ ଏଵଂ ଏହା ସହିତ ମେଳ ଖାଉଥିବା ଆନିମେସନ ଫୋଟୋ ଏବଂ ଭିଡ଼ିଓ ମଧ୍ୟ ପାଇପାରିବେ।
ତେବେ କିପରି ଏହି ଭିଡ଼ିଓ ପ୍ରସ୍ତୁତ କରିବେ?
ପ୍ରଥମେ ଚାଟ୍ ଜିପିଟି (Chat GPT) କୁ ଯାଇ ସେଠାରେ ଆପଣଙ୍କ ମନ ମୁତାବକ ଷ୍ଟୋରୀ ପାଇଁ ନିବେଦନ କରିବେ (English କିମ୍ବା ହିନ୍ଦିରେ) । ସେଠାରେ ଆପଣଙ୍କୁ ଆବଶ୍ୟକ ଅନୁଯାୟୀ ଷ୍ଟୋରୀ ମିଳିଯିବ। ଏହା ପରେ ଷ୍ଟୋରୀ ଅନୁଯାୟୀ ଆପଣ ପୁଣି ସେଠାରେ ଫଟୋ ପ୍ରମ୍ପ୍ଟ ମାଗିବେ ( send me Image Prompt of this story) । ଇମେଜ୍ ପ୍ରମ୍ପ୍ଟ ମିଳିବା ପରେ ଆପଣ ଗୁଗୁଲରେ ଆଇଡିଓଗ୍ରାମ୍(IDEOGRAM) ସର୍ଚ୍ଚ କରିବେ। ସେଥିରେ ଗୋଟେ ଗୋଟେ ପ୍ରମ୍ପ୍ଟ ପେଷ୍ଟ କରିବେ। ପ୍ରମ୍ପ୍ଟ ପୂର୍ବରୁ ଲେଖିବେ "In Cinematic 3D Cartoon/Animated Style" । ଏହା ପରେ ଆପଣଙ୍କର ଷ୍ଟୋରୀ ଅନୁଯାୟୀ ଫଟୋ ପ୍ରସ୍ତୁତ ହେଵ ଆରମ୍ଭ ହେବ। ଫଟୋ ଆସିଯିବା ପରେ ଆପଣ ସେସବୁକୁ ଗୋଟେ ଗୋଟେ କରି ଡାଉନଲୋଡ୍ କରିନେବେ।
ଫଟୋରୁ ଭିଡ଼ିଓ କିପରି ପ୍ରସ୍ତୁତ କରିବେ?
ଫଟୋ ସବୁ ଡାଉନଲୋଡ୍ କରିବା ପରେ ପ୍ରମ୍ପ୍ଟ ଅନୁସାରେ ଏବେ ଆନିମେଟେଡ୍ ଭିଡ଼ିଓ ପ୍ରସ୍ତୁତ କରିବେ । ଏବେ Luma.ai ସାଇଟକୁ ଯିବା। ଏଠାରେ ଆପଣ ପ୍ରଥମେ ସାଇନ୍ ଇନ୍ କରିବେ। ଏଠାରେ ଗୋଟେ ଇମେଲ୍ ଆଇଡିରେ ଆପଣ ୩୦ ଟି ଭିଡ଼ିଓ ବାହାର କରିପାରିବେ। ଏବେ ଏଥିରେ ଆପଣ ଯେଉଁ ଫଟୋ ଡାଉନଲୋଡ୍ କରିଛନ୍ତି ଗୋଟେ ଗୋଟେ କରି ଲଗାଇବେ। ଫଟୋ ଅନୁସାରେ ଏହାର ପ୍ରମ୍ପ୍ଟ ପେଷ୍ଟ୍ କରିବେ। ଏହା ପରେ ଆପଣଙ୍କର ଭିଡ଼ିଓ ପ୍ରସ୍ତୁତ ହେବା ଆରମ୍ଭ ହୋଇଯିବ । ସମସ୍ତ ଫଟୋର ଭିଡ଼ିଓ ଆସିବା ପରେ କୌଣସି ଏକ ଏଡିଟିଂ ଆପରେ ଷ୍ଟୋରୀରେ ସ୍ୱର ଦେଇ ଭିଡ଼ିଓ ଗୁଡ଼ିକୁ ଯୋଡ଼ି ଦେବେ। ଏହି ଉପାୟରେ ଆପଣ ଭିଡ଼ିଓ ପ୍ରସ୍ତୁତ କରି ସହଜରେ ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ।
Watch Video: ଜଙ୍ଗଲ ଝରଣା କୂଳରେ କାହା ସହ ସମୟ ବିତାଉଛନ୍ତି ରାଣୀ ପଣ୍ଡା ? ଭିଡିଓ ଭାଇରାଲ୍