KIIT Tragedy: ଛାତ୍ରଙ୍କୁ ଧମକ...ଯଦି ବିରୋଧ ପ୍ରଦର୍ଶନ କଲ ୫୦ ହଜାର ଫାଇନ ସହ ମିଳିବନି ଚାକିରି
Advertisement
Article Detail0/zeeodisha/odisha2652909

KIIT Tragedy: ଛାତ୍ରଙ୍କୁ ଧମକ...ଯଦି ବିରୋଧ ପ୍ରଦର୍ଶନ କଲ ୫୦ ହଜାର ଫାଇନ ସହ ମିଳିବନି ଚାକିରି

KIIT Tragedy: ନ୍ୟାୟ ଦାବିରେ ଗତରାତିଠୁ ଆରମ୍ଭ କରି ଏବେ ଯାଏଁ କିଟ୍ ଛାତ୍ରଛାତ୍ରୀ କ୍ୟାଣ୍ଡେଲ ଶୋଭାଯାତ୍ରା କରୁଛନ୍ତି । ଏବେ ବି ସ୍ଥିତି ଶାନ୍ତ ହୋଇନଥିବା ବେଳେ କିଟ୍ ମୁଖ୍ୟ ଫାଟକ ସାମନାରେ ପୋଲିସ୍ ଛାଉଣୀ ରହିଛି ।  ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି । ଅତିରିକ୍ତ ଡିସିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍ ମୁତୟନ ଅଛନ୍ତି।

 

KIIT Tragedy: ଛାତ୍ରଙ୍କୁ ଧମକ...ଯଦି ବିରୋଧ ପ୍ରଦର୍ଶନ କଲ ୫୦ ହଜାର ଫାଇନ ସହ ମିଳିବନି ଚାକିରି

KIIT Tragedy:  ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଥିବା କିଟ୍ ବିଶ୍ବ ବିଦ୍ୟାଳୟରେ ନେପାଳୀ ବି-ଟେକ୍  ଛାତ୍ରୀଙ୍କ ମୃତ୍ୟୁର ପର୍ଦ୍ଦାଫାଶ୍  ପାଇଁ ଅଭିଯୁକ୍ତ ଆଦବିକ୍ ଶ୍ରୀବାସ୍ତବ  ରିମାଣ୍ଡରେ ଆସିବେ। ରିମାଣ୍ଡରେ ଆଣିବା ପାଇଁ ଆଜି କୋର୍ଟରେ ପୋଲିସ ପକ୍ଷରୁ ଆବେଦନ କରାଯିବ।  ଅଧିକ ପଚରା ଉଚରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ  ଇନଫୋସିଟି ଥାନା ପୋଲିସ କୋର୍ଟଙ୍କ ନିକଟରେ ବୁଧବାର ଆବେଦନ କରିବ। ହେଲେ ଏହି ଘଟଣାକୁ ନେଇ ଏବେବି ତାତି ଥମିବାର ନାଁ ଧରୁନି । ସେପଟେ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ସଂଗଠନ ମଧ୍ୟ ହୋହଲ୍ଲା କରିଛନ୍ତି। ସେପଟେ ମୃତ ଛାତ୍ରୀଙ୍କ ନିକଟରୁ ଜବତ୍ ମୋବାଇଲ ଓ ଲାପଟପ୍‌ରୁ ତଥ୍ଯ ଜାଣିବା ପାଇଁ ରାଜ୍ଯ ଫରେନସିକ୍ ଲାବ୍କୁ ପଠାଯାଇଛି। ଅନ୍ୟପଟେ କିଟ୍ ଅନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ (ଆଇଆରଓ) , ନେପାଳୀ ଛାତ୍ରୀଙ୍କୁ ଧମକ ଦେଇଥିବା ୨ ହଷ୍ଟେଲ୍ ୱାର୍ଡେନଙ୍କୁ ଜେରା କରିବା ପାଇଁ ନୋଟିସ୍ ଜାରି କରାଯାଇଛି।

ଅନ୍ୟପଟେ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ତ୍ୱରିତ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ମୃତ ଛାତ୍ରୀଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।  ଏମ୍ସରେ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ମୃତଦେହ ନେପାଳ ନେଇଯାଇଥିଲେ ପରିବାର ଲୋକ।   ସେପଟେ କିଟ୍ ବିଶ୍ୱବିଦ୍ୟାଳୟରେ ଏବେ ବି ଲାଗି ରହିଛି ଚାପା ଉତ୍ତେଜନା । ନ୍ୟାୟ ଦାବିରେ ଗତରାତିଠୁ ଆରମ୍ଭ କରି ଏବେ ଯାଏଁ କିଟ୍ ଛାତ୍ରଛାତ୍ରୀ କ୍ୟାଣ୍ଡେଲ ଶୋଭାଯାତ୍ରା କରୁଛନ୍ତି । ଏବେ ବି ସ୍ଥିତି ଶାନ୍ତ ହୋଇନଥିବା ବେଳେ କିଟ୍ ମୁଖ୍ୟ ଫାଟକ ସାମନାରେ ପୋଲିସ୍ ଛାଉଣୀ ରହିଛି ।  ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି । ଅତିରିକ୍ତ ଡିସିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍ ମୁତୟନ ଅଛନ୍ତି।

ସେପଟେ ଏହି ଘଟଣାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ନେଇଛନ୍ତି । ଏହି ସମୟରେ ଅନେକ ଛାତ୍ରଛାତ୍ରୀ ଖିଆ ପିଆ ଛାଡି ପ୍ଲାକାର୍ଡ ଧରି ଧାରଣା ଜାରି ରଖିଛନ୍ତି। ଛାତ୍ରଛାତ୍ରୀଙ୍କ କହିବା କଥା ଏମିତି ଏକ ତଦନ୍ତ ହେବା ଦରକାର ଯେଉଁଥିରେ କିଟ୍ ର କର୍ତ୍ତୃପକ୍ଷ ମାନେ ତାର ଟେର୍ ମଧ୍ୟ ପାଇବେନି ନହେଲେ ସତ ଘଟଣା ସାମ୍ନାକୁ ନଆସି ଚାପି ହୋଇଯିବ ଆଉ ଛାତ୍ରୀ ଜଣକ ନ୍ୟାୟ ପାଇବେ ନାହିଁ। ଯାହା ତଦନ୍ତ କରାଯିବ କେବଳ ଛାତ୍ରଛାତ୍ରୀ ଜାଣିବେ ତା ଛଡା କିଟ୍ କର୍ତ୍ତୃପକ୍ଷ କେହି ନଜାଣିଲେ ଭଲବୋଲି ଛାତ୍ର ମାନେ ଦାବି କରିଛନ୍ତି । ସେହିପରି ଅନ୍ୟ ଜଣେ ଅଧ୍ୟୟନ ଛାତ୍ର ଜାତୀୟ ଗଣ ମାଧ୍ୟମ ସଂସ୍ଥା ANI କୁ ନିଜର ପ୍ରତିକ୍ରିୟା ଦେଇ ଏକ ବିସ୍ଫୋରକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ- ଆମର ଯେଉଁ ଦାବି ରଖାଯାଇଛି ତାହା ପୂରଣ କରାଯାଉ...ହେଲେ ବହୁତ ଦୁର୍ଭାଗ୍ୟଜନକ କଥା ଯେ, ଘଟଣାର ସତ୍ୟାସତ୍ୟ ନଜଣାଇ ଆମକୁ ଧମକ ଦିଆଯାଉଛି। 

ହଷ୍ଟେଲରୁ ବାହାରକୁ ବାହାରିଲେ ଆମର ନାଁ ଓ ରୋଲ ନମ୍ବର ଲେଖାଯାଇ ରଖାଯାଉଛି ଆଉ ଏକଥା ବି କୁହାଯାଉଛି ଯେ, ଯଦି ବିରୋଧ ପ୍ରଦର୍ଶନରୁ ନହଟିଲ ତେବେ ୫୦ ହଜାର ଫାଇନ୍ ସହ ତୁମ ମାନଙ୍କୁ କଲେଜ୍ ତରଫରୁ କ୍ୟାମ୍ପସ ପ୍ଲେସମେଣ୍ଟରେ ବସିବାକୁ ଦିଆଯିବ ନାହିଁ ବୋଲି ଧମକ ଦିଆଯାଉଛି ବୋଲି କ୍ୟାମେରା ସାମ୍ନାରେ ଛାତ୍ର ଜଣକ ଖୋଲାଖୋଲି କହିଛନ୍ତି। ଆଉ ଏ ଘଟଣା ନୁଆ ନୁହେଁ ଯେବେ କି କିଟ୍ ରେ ଏମିତି କିଛି ଘଟେ ଏହାକୁ ଦବେଇ ଦିଆ ଯାଏ ବୋଲି ଛାତ୍ର ଜଣକ ଅଭିଯୋଗ ବାଢିଛନ୍ତି।

Also Read: KIIT University Viral Photos: ମୃତ ନେପାଳୀ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ବୟଫ୍ରେଣ୍ଡ ର ଏହି ଫଟୋ ଭାଇରାଲ

Also Read: KIIT Tragedy Viral Images: ଏପଟେ ଛାତ୍ରୀଙ୍କ ମୃତ୍ୟୁ ନେଇ ହୋହଲ୍ଲା, ସେପଟେ ଶୋକସଭା ଆୟୋଜନ କଲା କିଟ୍

Also Read: Archana Nag: ଭାଇରାଲ ହେଲା ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ଙ୍କ ଏହି ସବୁ ଫଟୋ