ଚାଷୀଙ୍କ ମାଂସ ଖାଇଥିବା ବାଘକୁ ମାରିବାକୁ ନିର୍ଦ୍ଦେଶ ଦେଲା ବନ ବିଭାଗ
Advertisement
Article Detail0/zeeodisha/odisha2005805

ଚାଷୀଙ୍କ ମାଂସ ଖାଇଥିବା ବାଘକୁ ମାରିବାକୁ ନିର୍ଦ୍ଦେଶ ଦେଲା ବନ ବିଭାଗ

Tiger attack: ମଣିଷଖିଆ ବାଘକୁ କାବୁ କରିବା ପାଇଁ ବନ ବିଭାଗ ବିଭିନ୍ନ ପଦକ୍ଷପ ନେବା ସହିତ ଅନେକ ସ୍ଥାନରେ ୧୦ରୁ ଅଧିକ କ୍ୟାମେରା ଲଗାଯାଇଛି । ତଥାପି ବାଘକୁ ଧରିବା ପାଇଁ ସବୁ ପ୍ଲାନ୍ ଫେଲ୍ ମାରୁଥିବା ଅଭିଯୋଗ କରୁଛନ୍ତି ଲୋକେ ।

ଚାଷୀଙ୍କ ମାଂସ ଖାଇଥିବା ବାଘକୁ ମାରିବାକୁ ନିର୍ଦ୍ଦେଶ ଦେଲା ବନ ବିଭାଗ

କେରଳ: ଗତ ଶନିବାର ଦିନ ୱାୟନାଡ ଜିଲ୍ଲାରେ ଜଣେ କୃଷକଙ୍କ ଉପରେ ଆକ୍ରମଣ କରିଥିଲା ବାଘ । ଫଳରେ କୃଷକ (Farmer)ଙ୍କର ମୃତ୍ୟୁ ହୋଇଥିଲା । ମଣିଷଖିଆ ବାଘକୁ କାବୁ କରିବା ପାଇଁ ବନ ବିଭାଗ ବିଭିନ୍ନ ପଦକ୍ଷପ ନେବା ସହିତ ଅନେକ ସ୍ଥାନରେ ୧୦ରୁ ଅଧିକ କ୍ୟାମେରା ଲଗାଯାଇଛି । ତଥାପି ବାଘକୁ ଧରିବା ପାଇଁ ସବୁ ପ୍ଲାନ୍ ଫେଲ୍ ମାରୁଥିବା ଅଭିଯୋଗ କରୁଛନ୍ତି ଲୋକେ ।

ଅନ୍ୟପଟେ କେରଳ ସରକାରଙ୍କ ଦ୍ୱାରା ପରିଚାଳିତ ବନ ବିଭାଗ ପକ୍ଷରୁ ଏକ ବିଶେଷ ନିର୍ଦ୍ଦେଶ ଦିଆଯାଇଛି । ୧୦ ଡିସେମ୍ୱରରେ ବନ ବିଭାଗ କହିଛି ଯେ, ଯଦି ବାଘ (tiger) ନଧରା ପଡେ ତେବେ ତାହାକୁ ମାରିଦେବା ଉଚିତ । କିନ୍ତୁ ଏହା ପୂର୍ବରୁ ଯଥେଷ୍ଟ ପ୍ରମାଣ ମିଳିବା ଦରକାର ଯେ, ସେହି ବାଘଟି ଚାଷୀଙ୍କୁ ଆକ୍ରମଣ କରି ମାରିଛି ବୋଲି । ଯଦି ପ୍ରମାଣ ମିଳେ ତେବେ ବାଘଟିକୁ ମାରିଦେବାକୁ ପଡିବ । କାରଣ ବାଘଟିକୁ ଅନେକ ଚେଷ୍ଟା ପରେ ମଧ୍ୟ ଟ୍ରାଙ୍କୁଲାଇଜ୍ କରିବା ସମ୍ଭବପର ହେଉନି । ବାଘଟିକୁ କାବୁ କରିବା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ତେଣୁ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ ।

ସୂଚନାଯୋଗ୍ୟ, ବାଘ ଆକ୍ରମଣରେ ଯେଉଁ ଚାଷୀଙ୍କର ମୃତ୍ୟୁ ହୋଇଛି ତାଙ୍କ ନାଁ ପ୍ରଜେଶ ଏବଂ ବୟସ ୩୬ ବର୍ଷ । ବାଘ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମନରେ ଛନକା ପଶିଛି । ଅନ୍ୟପଟେ ଗତ ଜାନୁଆରୀରେ ଅନ୍ୟ ଜଣେ ୫୨ ବର୍ଷୀୟ ଚାଷୀଙ୍କୁ ବାଘ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗୋଟିଏ ବର୍ଷ ମଧ୍ୟରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହେବା ପରେ ସମଗ୍ର ଅଞ୍ଚଳରେ ବାଘକୁ ନେଇ ଭୟ ରହିଛି ।

Also Read- Unique love story: ସ୍ୱାମୀଙ୍କୁ ତଲାକ ଦେଇ ହିନ୍ଦୁ ଯୁବକଙ୍କୁ ବିବାହ କଲେ ମୁସଲିମ ମହିଳା

Also Read- Ollywood News: ରାତି ଅଧରେ ଲାଇଭ୍ ଆସି ନିଜ ରୋଗ ବିଷୟରେ କହିଲେ ସୁପରଷ୍ଟାର ଅନୁଭବ