INDIA: 'ପକ୍ଷପାତୀ ମିଡିଆ' କୁ ବିଜ୍ଞାପନ ବନ୍ଦ କଲେ ୧୧ ରାଜ୍ୟ ସରକାର, ମହୁଆ କହିଲେ ଖେଲା ହୋବେ
Advertisement
Article Detail0/zeeodisha/odisha1874889

INDIA: 'ପକ୍ଷପାତୀ ମିଡିଆ' କୁ ବିଜ୍ଞାପନ ବନ୍ଦ କଲେ ୧୧ ରାଜ୍ୟ ସରକାର, ମହୁଆ କହିଲେ ଖେଲା ହୋବେ

INDIA Media Committee: ବିରୋଧି ଇଣ୍ଡିଆ ମେଣ୍ଟ ଶାସିତ ୧୧ ରାଜ୍ୟର ସରକାର କଥିତ ୧୧ 'ପକ୍ଷପାତୀ ମିଡିଆ' କୁ ବିଜ୍ଞାପନ ବନ୍ଦ କରିଛି।

INDIA: 'ପକ୍ଷପାତୀ ମିଡିଆ' କୁ ବିଜ୍ଞାପନ ବନ୍ଦ କଲେ ୧୧ ରାଜ୍ୟ ସରକାର, ମହୁଆ କହିଲେ ଖେଲା ହୋବେ

INDIA Alliance State Govt stopped advertising to Biased Media: ୧୪ ଟିଭି ଆଙ୍କର ଙ୍କୁ ‘ପକ୍ଷପାତୀ ସାମ୍ବାଦିକ’ ଆଖ୍ୟା ଦେଇ ସେମାନଙ୍କ ଶୋ' କୁ ବର୍ଜନ କରିବା ପରେ ଏବେ ଭାରତୀୟ ଜାତୀୟ ବିକାଶମୂଳକ ସମାବେଶୀ ମେଣ୍ଟ ‘ଇଣ୍ଡିଆ’ ମେଣ୍ଟର ସଦସ୍ୟ ଥିବା ୧୧ ରାଜ୍ୟର ସରକାର "ପକ୍ଷପାତୀ ମିଡିଆ" କୁ ବିଜ୍ଞାପନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟିଏମ୍‍ସି ସାଂସଦ ତଥା ‘ଇଣ୍ଡିଆ’ ମେଣ୍ଟର ସଦସ୍ୟ ମହୁଆ ମଇତ୍ରା ଏ ସମ୍ପର୍କରେ ସୋସିଆଲ ମିଡ଼ିଆ ଏ ସମ୍ପର୍କରେ ବିଷୟରେ ଟ୍ୱିଟରରେ ସୂଚନା ଦେଇ ‘ଖେଲା ହୋବେ’ ବୋଲି ଘୋଷଣା କରିଛନ୍ତି। 

ଟିଏମ୍‍ସି ସାଂସଦ ମହୁଆ ମଇତ୍ରାଙ୍କ ଭାଷାରେ ଏଥର ଖେଳ ଜମିବ। ଯେମିତି ମିଡିଆ ସରକାରୀ ଦଳର ଗୁଣଗାନ କରୁଛି ତାହାକୁ ରୋକିବାରେ ବିରୋଧୀ ଦଳଙ୍କ ଏହି ନିଷ୍ପତ୍ତି ସହାୟକ ହେବ। ଅର୍ଥାତ୍‍ ‘ ଅପପ୍ରଚାର’ ଚଳାଉଥିବା ଟିଭି ଚ୍ୟାନେଲ୍‍ କୁ  ଅର୍ଥନେୈତିକ ଦୃଷ୍ଟିକୋଣରୁ ମାଡ଼ ଦେବାକୁ ଏହା ସହାୟକ ହେବ। 

ମହୁଆ ୧୧ଜଣ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ୧୧ ରାଜ୍ୟର ତାଲିକା ଘୋଷଣା କରିଛନ୍ତ। ଏହି ରାଜ୍ୟ ହେଉଛି ଦିଲ୍ଲୀ, ପଞ୍ଜାବ, ହିମାଚଳପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, କର୍ଣ୍ଣାଟକ, ବିହାର, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ। ଟିଏମସି ସାଂସଦ କହିଛନ୍ତି, "ଏହି ଚାନେଲ୍‍ କୁ ବିଜେପିର ଏଜେଣ୍ଡା ଚଳାଇବାକୁ ଦିଅନ୍ତୁ। ସେମାନେ ବିଜେପିର ମୁଖପାତ୍ରଙ୍କୁ ଡାକି ନିଜ କଥା କହନ୍ତୁ। ସେମାନେ ବିଜେପି ଶାସିତ ରାଜ୍ୟର ବିଜ୍ଞାପନ ଅର୍ଥରୁ ପରିଚାଳିତ ହୁଅନ୍ତୁ। "

Also Read: INDIA Media Committee: ସାମ୍ବାଦିକଙ୍କ ବିରୁଦ୍ଧରେ ହଲ୍ଲାବୋଲ୍‍ କଲେ ବିରୋଧି ମେଣ୍ଟ, ବର୍ଜନ କଲେ ଏହି ୧୪ ଆଙ୍କର ଙ୍କ ଟିଭି ଶୋ’

ଗତ ୧୪ ତାରିଖରେ ଦେଶର ୧୪ ଜଣ ପରିଚିତ ଟିଭି ଉପସ୍ଥାପକ ତଥା ସାମ୍ବାଦିକଙ୍କୁ ବିରୋଧିଦଳଙ୍କ ମେଣ୍ଟ ‘ଇଣ୍ଡିଆ’ ବର୍ଜନ କରିଥିବା ଘୋଷଣା କରିଥିଲା। ଏହି  ୧୪ ଜଣ ଟିଭି ସାମ୍ବାଦିକ ଉପସ୍ଥାପନ କରୁଥିବା ଶୋ’ କୁ ‘ଇଣ୍ଡିଆ’ ମେଣ୍ଟର ନେତା ଯିବେ ନାହିଁ ବୋଲି ଘୋଷଣା କରିଥିଲା। ସେପ୍ଟେମ୍ବର ୧୩ ତାରିଖରେ ‘ଇଣ୍ଡିଆ’ ସମନ୍ୱୟ କମିଟି ଭର୍ଚ୍ଚୁଆଲ୍‍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା କହିଥିଲେ। ଏହି ତାଲିକାରେ ଥିବା ୧୪ ଜଣଙ୍କ ଭିତରେ ଆଜ୍‍ତକ, ଟାଇମ୍ସ ନାଓ, ରିପବ୍ଲିକ, ନ୍ୟୁଜ୍‍୧୮, ଇଣ୍ଡିଆଟୁଡେ, ଭାରତ-୨୪ ଭଳି ଘରୋଇ ଚ୍ୟାନେଲ୍‍ ସହ ସରକାରୀ ଚ୍ୟାନେଲ୍‍ ଦୂରଦର୍ଶନରେ କାର୍ଯ୍ୟ କରୁଥିବା ସାମ୍ବାଦିକ ସାମିଲ୍‍ ଅଛନ୍ତି।  ଏହା ପୂର୍ବଦିନ ବିରୋଧୀଙ୍କ ପକ୍ଷରୁ କର୍ଣ୍ଣାଟକରେ ସାମ୍ବାଦିକ ସୁଧିର ଚୌଧୁରୀଙ୍କ ବିରୁଦ୍ଧରେ ଥାନାରେ ଏତଲା ବି ଦିଆଯାଇଥିଲା। 

ବିରୋଧୀ ଦଳର ଏହି ନିଷ୍ପତ୍ତିକୁ ବିଭିନ୍ନ ସ୍ତରରେ ସାମ୍ବାଦିକ ସମାଲୋଚନା କରିଥିଲେ। ଏହାକୁ ଜରୁରୀକାଳୀନ ପରିସ୍ଥିତି ସହ ମଧ୍ୟ ତୁଳନା କରିଥିଲେ। ହେଲେ ମେହୁଆ ମଇତ୍ରାଙ୍କ ସୂଚନା ଅନୁସାରେ କେଉଁ ଟିଭି ଚ୍ୟାନେଲ୍ କୁ ବିଜ୍ଞାପନ ବାରଣ କରାଯିବ ତାହା କୁହାଯାଇ ନାହିଁ। କାରଣ ପୂର୍ବରୁ ଯେଉଁ ୧୪ ଜଣ ଟିଭି ଆଙ୍କର ଙ୍କ କଥା କହିଥିଲେ ସେମାନେ ଜାତୀୟସ୍ତରରେ ଚାଲୁଥିବା ଟିଭି ଚ୍ୟାନେଲ୍‍ ଉପସ୍ଥାପକ। ପୁଣି ସେମାନେ ଯେଉଁ ଚ୍ୟାନେଲ୍‍ ରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ସଂଖ୍ୟା ଦୂରଦର୍ଶନକୁ ମିଶାଇ ୮।  କେବଳ ଏହି ୮ ଚ୍ୟାନେଲ୍‍ କୁ ବିରୋଧୀ ବିଜ୍ଞାପନ ବାରଣ କରିବେ ନାଁ ରାଜ୍ୟ ସ୍ତରରେ ଆଉ ନୂଆ ଚ୍ୟାନେଲ୍‍ ନାଁ ଯୋଡ଼ି ହେବ ତାହା ଇଣ୍ଡିଆ ମେଣ୍ଟର ଘୋଷଣା ପରେ ସ୍ପଷ୍ଟ ହେବ।