Advertisement
Photo Details/zeeodisha/odisha2627059
photoDetails0hindi

Saptahik Rashifal: ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କଠାରୁ ଜାଣନ୍ତୁ କିପରି ବିତିବ ନୂଆ ସପ୍ତାହ

Saptahik Rashifal 03 to 09 February 2025: ଫେବୃଆରୀ ମାସର ପ୍ରଥମ ସପ୍ତାହ ଆପଣଙ୍କ ପାଇଁ କିପରି ବିତିବ ଜାଣିବାକୁ ଚାହୁଁଥିଲେ ପଢନ୍ତୁ ରାଶିଫଳ ।

1/13

ମେଷ ରାଶି

କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ । ଉଭୟ ବରିଷ୍ଠ ଏବଂ କନିଷ୍ଠ ବ୍ୟକ୍ତିଙ୍କ ନିକଟରୁ ପୂର୍ଣ୍ଣ ସମର୍ଥନ ପାଇବେ । କାର୍ଯ୍ୟଭାର ସାମାନ୍ୟ ବୃଦ୍ଧି ହୋଇପାରେ । ବ୍ୟବସାୟରେ ପଡ଼ି ରହିଥିବା କାମ ଶେଷ କରିବେ । ଛାତ୍ରଛାତ୍ରୀମାନଙ୍କ ମୂଲ୍ୟବାନ ସମୟ ନଷ୍ଟ ହୋଇପାରେ । ପରିବାରର କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି । ତେଣୁ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ତେଣୁ ଖାଦ୍ୟ ଅଭ୍ୟାସ ପ୍ରତି ବିଶେଷ ସତର୍କ ରୁହନ୍ତୁ।

2/13

ବୃଷ ରାଶି

ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟରେ ନୂତନ ଗ୍ରାହକ ଯୋଡିହେବେ । ଆପଣଙ୍କ କାମକୁ ପ୍ରଶଂସା ମିଳିବ । ବ୍ୟବସୟାରେ କଡା ପ୍ରତିଯୋଗିତା ହେବ । ପ୍ରେମ ଜୀବନରେ ତିକ୍ତତା ବୃଦ୍ଧି ପାଇପାରେ । ଅହଂକାର କାରଣରୁ ପ୍ରେମରେ ଦୂରତା ବଢିପାରେ । ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ପାରିବାରିକ ଜୀବନରେ ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ । ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡିବ । ମାନସିକ ଚିନ୍ତାର ଶିକାର ହୋଇପାରନ୍ତି।

3/13

ମିଥୁନ ରାଶି

ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ କଥାକୁ ଅଣଦେଖା କରିବା ଉଚିତ୍ ନୁହେଁ । ବ୍ୟବସାୟୀମାନଙ୍କୁ ପରିଚାଳନାରେ ସତର୍କ ରହିବାର ଆବଶ୍ୟକତା ରହିଛି । ଗ୍ରାହକଙ୍କ ଚାହିଦା ପ୍ରତି ଧ୍ୟାନ ଦେଲେ ଭଲ ଲାଭ ହେବ । ଭୁଲ ବୁଝାମଣା ଦୂର କରିବା ପାଇଁ ସମୟ ଅନୁକୂଳ । ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଧାର୍ମିକ ଯାତ୍ରା କରିବାର ସମ୍ଭାବନା ରହିଛି । ସମ୍ପର୍କୀୟଙ୍କଠାରୁ ନିମନ୍ତ୍ରଣ ମିଳିପାରେ । ଛୋଟ ଛୋଟ କଥାରେ ରାଗିବା, ଚିଡ଼ଚିଡ଼ା ଅନୁଭବ କରିପାରନ୍ତି ।

4/13

କର୍କଟ ରାଶି

କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ପଡିରହିଥିବା କାମକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଭାବନାକୁ ବୁଝନ୍ତୁ । ସେମାନଙ୍କ ସହିତ ଭଲ କଥାବାର୍ତ୍ତା ଏବଂ ବ୍ୟବହାର ବଜାୟ ରଖନ୍ତୁ। ପାରିବାରିକ ଜୀବନରେ କାହାକୁ ସନ୍ଦେହଜନକ ଆଖିରେ ଦେଖନ୍ତୁ ନାହିଁ । କୌଣସି ଆଇନଗତ ମାମଲାରେ ଫସି ରହିଥିଲେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିବାର ସମ୍ଭାବନା ଅଧିକ। ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢିବ । ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଅତ୍ୟଧିକ ମିଠା, ତେଲ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରୁହନ୍ତୁ।

5/13

ସିଂହ ରାଶି

କର୍ମକ୍ଷେତ୍ର ପରିବେଶ ନକାରାତ୍ମକ ହେବାର ସମ୍ଭାବନା ରହିଛି । ସହକର୍ମୀ କିମ୍ବା ବରିଷ୍ଠ ଅଧିକାରୀଙ୍କ ସହିତ ମତଭେଦ ଦେଖାଦେଇପାରେ । ଯୁବକମାନଙ୍କୁ ଶୁଭ ଖବର ମିଳିବ। ବିବାହ ସମ୍ପର୍କରେ ଆଲୋଚନା ଚାଲିଥିଲେ ଖୁସି ଖବର ମିଳିପାରେ । ବୁଦ୍ଧିମାନର ସହ କାର୍ଯ୍ୟ କରନ୍ତୁ। ପୁରୁଣା ରୋଗ ପ୍ରତି ସତର୍କ ରୁହନ୍ତୁ ନଚେତ ଅବହେଳା କାରଣରୁ ସ୍ୱାସ୍ଥ୍ୟରେ ଉତ୍ଥାନ-ପତନ ହୋଇପାରେ।

6/13

କନ୍ୟା ରାଶି

ଏହି ସପ୍ତାହରେ ଆପଣ ଅନେକ ପ୍ରକାର ସ୍ଥିତିକୁ ସାମ୍ନା କରିବାକୁ ଯାଉଛନ୍ତି । ପଡିରରହିଥିବା କାର୍ଯ୍ୟଗୁଡ଼ିକୁ ଶେଷ କରିବାକୁ ଚେଷ୍ଟା କରିବେ । ବ୍ୟବସାୟୀରେ ଲାଭ ମଧ୍ୟମଧରଣର ହେବ । ଯୁବପିଢ଼ିଙ୍କ ପାଇଁ ସମୟ ଉତ୍ସାହ ଏବଂ ଶକ୍ତିରେ ପରିପୂର୍ଣ୍ଣ ରହିବ । ସପ୍ତାହର ମଧ୍ୟଭାଗରେ ହଠାତ୍ ଟଙ୍କା ଆବଶ୍ୟକ ପଡ଼ିପାରେ । ଅନାବଶ୍ୟକ ଖର୍ଚ୍ଚରୁ ନିଜକୁ ନିବୃତ୍ତ ରଖନ୍ତୁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଘରୋଇ ଉପଚାର କରିବାରୁ ଦୂରେଇ ରୁହନ୍ତୁ । ଆବଶ୍ୟକ ପଡିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

7/13

ତୁଳା ରାଶି 

ମାର୍କେଟିଂ କ୍ଷେତ୍ର ସହିତ ଜଡିତ ଥିଲେ ସମୟ ବ୍ୟସ୍ତବହୁଳ ହେବ । ବ୍ୟବସାୟରେ ଉନ୍ନତିର ହେବାର ସମ୍ଭାବନା ରହିଛି। ବ୍ୟବସାୟୀଙ୍କ ଆର୍ଥିକ ଅବସ୍ଥା ଭଲ ରହିବ । ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଜ ସ୍ଥିତିକୁ ମଜବୁତ କରିବା ପାଇଁ ପ୍ରୟାସ କରିବାକୁ ପଡିବ। ନକାରାତ୍ମକତାକୁ ଏଡାଇବା ପାଇଁ ମନରେ ଆତ୍ମବିଶ୍ୱାସ ବଜାୟ ରଖିବା ଆବଶ୍ୟକ । ଘରେ ବୟସ୍କମାନଙ୍କଠାରୁ ପ୍ରଶଂସା ପାଇବେ । ଯଥା ସମ୍ଭବ ମିଠା କମ୍ ଖାଆନ୍ତୁ । ଆପଣ କାନ୍ଧ ଏବଂ ପିଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି ।

8/13

ବିଛା ରାଶି

କର୍ମକ୍ଷେତ୍ର କୌଣସି ସମସ୍ୟା ଥିଲେ ତାହାକୁ ଚତୁରତାର ସହ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ନୂତନ ନିବେଶଠାରୁ ଦୂରେଇ ରହିବା ଉଚିତ । ଅଟକି ରହିଥିବା ଟଙ୍କା ଫେରି ମିଳିପାରେ । କାହାକୁ ଆବଶ୍ୟକତାଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ  । ଘରେ ଥିବା ମୂଲ୍ୟବାନ ଜିନିଷଗୁଡ଼ିକର ସୁରକ୍ଷା ପ୍ରତି ସତର୍କ ରୁହନ୍ତୁ। ଗାଡି ଚଲାଇବା ସମୟରେ ମଧ୍ୟ ସତର୍କ ରହିବାର ଆବଶ୍ୟକତା ରହିଛି । ନଚେତ୍ ଆର୍ଥିକ କ୍ଷତି ସହ ଶାରୀରିକ ଆଘାତ ହେବାର ସମ୍ଭାବନା ରହିଛି।

9/13

ଧନୁ ରାଶି

ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇଁ କୌଣସି ପ୍ରକାରର ପରୀକ୍ଷା ଦେବାକୁ ପଡ଼ିପାରେ । ପରିବହନ ବ୍ୟବସାୟ ସହିତ ଜଡିତ ବ୍ୟକ୍ତି ଟଙ୍କା କାରବାର ସମୟରେ ସତର୍କ ରହିବା ଆବଶ୍ୟକ । ଆର୍ଥିକ ସ୍ଥିତିକୁ ଉନ୍ନତ କରିବା ପାଇଁ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ । ଜମି, କୋଠା ଇତ୍ୟାଦି ସମ୍ବନ୍ଧୀୟ ବିବାଦର ସମାଧାନ ହେବ। ପାରିବାରିକ ଜୀବନରେ ଖୁସି ବଢିବ । ସନ୍ତାନସନ୍ତତିଙ୍କ ସହ ଜଡିତ କିଛି ଶୁଭ ସମାଚାର ମିଳିପାରେ । କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇପାରେ । ନିଜ ଖାଦ୍ୟରେ ସାଲାଡ ଏବଂ ଫାଇବରଯୁକ୍ତ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ। ବେଶି ଅସୁବିଧା ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

10/13

ମକର ରାଶି

କାର୍ଯ୍ୟସ୍ଥଳରେ କାମକୁ ପୂର୍ଣ୍ଣ ନିଷ୍ଠାର ସହିତ ଶେଷ କରିବାରେ ସଫଳ ହେବେ। ବ୍ୟବସାୟୀମାନଙ୍କର ବିଶ୍ୱସନୀୟତା ବୃଦ୍ଧି ପାଇବ । ସମ୍ପତ୍ତି କାରବାର କରୁଥିବା ବ୍ୟକ୍ତି ଆଶାନୁରୂପ ଲାଭ ପାଇବାରେ ସକ୍ଷମ ହେବେ । କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ହୋଇପାରେ । ପାରିବାରିକ ଜୀବନରେ ଆପଣଙ୍କୁ ସଦସ୍ୟଙ୍କ ସମର୍ଥନ ମିଳିନପାରେ ।

11/13

କୁମ୍ଭ ରାଶି

ଆପଣଙ୍କ ପ୍ରତିଭା ଏବଂ କଠିନ ପରିଶ୍ରମକୁ କର୍ମକ୍ଷେତ୍ରରେ ଅଣଦେଖା କରାଯାଇପାରେ। ମାନସିକ ଶାନ୍ତି ପାଇଁ ଜୀବନସାଥୀଙ୍କ ସହ ଖୋଲା ଖୋଲି କଥା ହୁଅନ୍ତୁ । ନିକଟତର ବ୍ୟକ୍ତିଙ୍କ ସହ କଥା ହେବା ପରେ ଆପଣ ହାଲୁକା ଅନୁଭବ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ନୂତନ ଆୟର ଉତ୍ସ ପ୍ରତି ଧ୍ୟାନ ଦେବେ । ପ୍ରେମ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଘରୋଇ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । ସମସ୍ତଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ରୁହନ୍ତୁ । ଆପଣଙ୍କୁ ନିଜକୁ ଖୁସି କରିବାର ଉପାୟ ଖୋଜିବାକୁ ପଡିପାରେ ।

12/13

ମୀନ ରାଶି

ବରିଷ୍ଠ ଏବଂ ଶୁଭେଚ୍ଛୁମାନଙ୍କଠାରୁ ମିଳିଥିବା ପରାମର୍ଶ ପ୍ରତି ଧ୍ୟାନ ଦିଅନ୍ତୁ । ବ୍ୟବସାୟ କ୍ଷେତ୍ରରେ କୌଣସି କାମ ଦୀର୍ଘ ଦିନ ଧରି ପଡ଼ି ରହିଥିଲେ ଏହି ସପ୍ତାହରେ ଶେ, ହେବାର ସମ୍ଭାବନା ଅଛି। ପୂର୍ବରୁ କରିଥିବା ନିବେଶରୁ ଆପଣ ଭଲ ଲାଭ ପାଇବେ । ଉପରିସ୍ଥ ଅଧିକାରୀ ଆପଣଙ୍କ କାର୍ଯ୍ୟଦକ୍ଷତା ଉପରେ ନଜର ରଖିବେ । ନିଜ କାମ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି । ବିବାଦୀୟ ପରିସ୍ଥିତି କାରଣରୁ ପରିବାରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସଂକ୍ରମଣର ସମ୍ଭାବନା ଥିବାରୁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ।

13/13

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।