Hyderabad Biryani: ବିରିୟାନୀ ଖାଉଛନ୍ତି କି? ତାହେଲେ ହୋଇଯାନ୍ତୁ ସାବଧାନ ନହେଲେ...
Advertisement
Article Detail0/zeeodisha/odisha1868050

Hyderabad Biryani: ବିରିୟାନୀ ଖାଉଛନ୍ତି କି? ତାହେଲେ ହୋଇଯାନ୍ତୁ ସାବଧାନ ନହେଲେ...

Hyderabad Biryani Death: ବିରିୟାନୀ ପାଇଁ ଅତିରିକ୍ତ ଦହି ମାଗିବାରୁ ଚାଲିଯାଇଛି ଜୀବନ। ହାଇଦ୍ରାବାଦ ସହରର ପଞ୍ଜାଗୁଟ୍ଟା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Hyderabad Biryani: ବିରିୟାନୀ ଖାଉଛନ୍ତି କି? ତାହେଲେ ହୋଇଯାନ୍ତୁ ସାବଧାନ ନହେଲେ...

Hyderabad Murder Case: ବିରିୟାନୀ ଖାଉଛନ୍ତି କି? ତାହେଲେ ହୋଇଯାନ୍ତୁ ସାବଧାନ ନହେଲେ ଚାଲିଯାଇ ପାରେ ଜୀବନ। ବିରିୟାନୀ ପାଇଁ ପ୍ରସିଦ୍ଧ ହାଇଦ୍ରାବାଦ ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଛୋଟ ଛୋଟ କଥାରୁ ସୃଷ୍ଟି ହୋଇଥିବା ବିବାଦକୁ ନେଇ ସ୍ଥିତି ଏପରି ବିଗଡ଼ିଯାଏ ଯେ, ମଣିଷ ନିଜର ନିୟନ୍ତ୍ରଣ ହରାଇ ବସିଥାଏ। ସଦ୍ୟ ବିରିୟାନୀ ସହର ହାଇଦ୍ରାବାଦ ସ୍ଥିତ ଏକ ରେସ୍ତୁରାଁ ଠାରେ ଦେଖିବାକୁ ମିଳିଛି ଏହାର ସଦ୍ୟତମ ଉଦାହରଣ। 

ଯେଉଁଠାରେ ରାତିରେ ବିରିୟାନି (Hyderabad Biryani) ଖାଇବାକୁ ଆସିଥିବା ଜଣେ ଗ୍ରାହକଙ୍କୁ ଏତେ ନିର୍ଦ୍ଦୟ ଭାବରେ ମାଡ଼ ମରାଯାଇଥିଲା ଯେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପୋଲିସ (Hyderabad Police) ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହାଇଦ୍ରାବାଦ (Hyderabad City) ଠାରେ ଜଣେ ଗ୍ରାହକ ବିରିୟାନି ପାଇଁ ଅତିରିକ୍ତ ଦହି ମାଗିବା ପରେ ସହରରେ ଅବସ୍ଥିତ ଏକ ରେସ୍ତୁରାଁ (Restaurant in Hyderabad) କର୍ମଚାରୀ ତାଙ୍କ ସହ ମାରପିଟ କରିଥିଲେ। ଯାହା ଫଳରେ ବିରିୟାନି ଖାଇବାକୁ ଆସିଥିବା ଗ୍ରାହକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୋମବାର ପୋଲିସ ସୂତ୍ରରୁ ଏହି ଖବର ସାମ୍ନାକୁ ଆସିଥିଲା।  

ଏନେଇ ହାଇଦ୍ରାବାଦ ପୋଲିସ ପକ୍ଷରୁ କୁହାଯାଇଛି ଯେ ରବିବାର ରାତିରେ ଏପରି ଘଟଣା ଘଟିଥିଲା। ଯେତେବେଳେ ଜଣେ ୩୦ ବର୍ଷୀୟ ବୟସ୍କ ବ୍ୟକ୍ତି ତାଙ୍କର ୩ ଜଣ ସାଙ୍ଗଙ୍କ ସହ ରାତ୍ରୀ ଭୋଜନ କରିବା ପାଇଁ ସହରରେ ଅବସ୍ଥିତ ଏକ ରେସ୍ତୁରାଁ (Meridian Restaurant Panjagutta Hyderabad) ଠାରେ ପହଞ୍ଚିଥିଲେ। ବିରିୟାନି ଖାଇବା ସମୟରେ ଅତିରିକ୍ତ ଦହି ମାଗିବାକୁ ନେଇ ସମ୍ପୃକ୍ତ ଗ୍ରାହକ ଏବଂ କିଛି ରେସ୍ତୁରାଁ କର୍ମଚାରୀଙ୍କ ମଧ୍ୟରେ ବିବାଦ ହୋଇଥିଲା।

ପୋଲିସ କହିବା ଅନୁସାରେ ରେସ୍ତୁରାଁ କର୍ମଚାରୀ ଏବଂ ଗ୍ରାହକ ପରସ୍ପର ସହ ମାରପିଟ କରିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଯୁକ୍ତିତର୍କ ବଢିବା ସହିତ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ପରେ ପୋଲିସ ରେସ୍ତୁରାଁ ଠାରେ ପହଞ୍ଚିଥିଲା। ପରେ ଗ୍ରାହକ ଏବଂ ରେସ୍ତୁରାଁ କର୍ମଚାରୀ ପଞ୍ଜାଗୁଟ୍ଟା ଥାନାରେ (Panjagutta Police Station) ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ।

ପୋଲିସ ଅଧିକାରୀ କହିଛନ୍ତି ଯେ ଆକ୍ରମଣ ପରେ ଗ୍ରାହକଙ୍କୁ ସେପରି କୌଣସି ବଡ଼ ଧରଣର ଆଘାତ ଲାଗି ନଥିଲା। ହେଲେ ସେ ବାନ୍ତି କରିବା ଆରମ୍ଭ କରିଥିଲେ ଏବଂ ଥାନା ପରିସରରେ ଖସିପଡିଥିଲେ। ପରେ ତାଙ୍କୁ   ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଡାକ୍ତରଖାନା ନେବାରେ ଡେରି ହୋଇଥିଲା। ମୃତ୍ୟୁର ପ୍ରକୃତ କାରଣ କେବଳ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ। ପୋଲିସ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।