Garlic Price: ଶସ୍ତା ହେଲା ରସୁଣ, ଏକାଥରେ କମିଲା ୧୫୦ ଟଙ୍କା...
Advertisement
Article Detail0/zeeodisha/odisha2127659

Garlic Price: ଶସ୍ତା ହେଲା ରସୁଣ, ଏକାଥରେ କମିଲା ୧୫୦ ଟଙ୍କା...

Garlic Price: ବର୍ତ୍ତମାନ ଗ୍ରାହକମାନେ ରସୁଣର ମହଙ୍ଗା ଦରରୁ ସାମାନ୍ୟ ଆରାମ ପାଇବାକୁ ଯାଉଛନ୍ତି । ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଉତ୍ପାଦନ ହୋଇଥିବା ନୂଆ ଫସଲ ଯୋଗାଣ ଆରମ୍ଭ ହୋଇଛି। ଏହି କାରଣରୁ ହୋଲସେଲ ବଜାରରେ ରସୁଣର ମୂଲ୍ୟ ଖସିଛି ।

Garlic Price: ଶସ୍ତା ହେଲା ରସୁଣ, ଏକାଥରେ କମିଲା ୧୫୦ ଟଙ୍କା...

Garlic Price: କିଛିଦିନ ହେବ ରସୁଣର ଦର ବୃଦ୍ଧି ଲୋକମାନଙ୍କୁ ଚିନ୍ତାରେ ପକାଇଥିଲା । କିନ୍ତୁ ବର୍ତ୍ତମାନ ଖୁସିର କଥା ଏହା ଯେ, ବିଭିନ୍ନ ବଜାରରେ ରସୁଣ ଦର କମିବା ଆରମ୍ଭ କରିଛି । ବ୍ୟବସାୟୀଙ୍କ କହିବାନୁସାରେ, ମଧ୍ୟପ୍ରଦେଶ ପରେ ବର୍ତ୍ତମାନ ରାଜସ୍ଥାନରୁ ନୂଆ ରସୁଣ ଯୋଗାଣ ଆରମ୍ଭ ହୋଇସାରିଛି। ଏହି କାରଣରୁ ହୋଲସେଲ ବଜାରରେ ବର୍ତ୍ତମାନ କେଜି ପିଛା ରସୁଣ ଦର ୧୦୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତକ ହ୍ରାସ ପାଇଛି ।

ଗତ ବର୍ଷ ରସୁଣ କମ୍ ମାତ୍ରାରେ ଅମଳ ହୋଇଥିଲା । ଏହି କାରଣରୁ ଚାରି ମାସ ପୂର୍ବରୁ ରସୁଣ ଯୋଗାଣରେ ହ୍ରାସ ଘଟିବା ଦେଖିବାକୁ ମିଳିଥିଲା । ଏଥିସହ ଅଦିନିଆ ବର୍ଷାରେ ମଧ୍ୟ ରସୁଣ ଚାଷ ପ୍ରଭାବିତ ହୋଇଥିଲା ।

ରସୁଣ ବ୍ୟବସାୟୀ ସୁଶୀଲ କୁମାରଙ୍କ କହିବା ଅନୁଯାୟୀ, ଗତ ଦୁଇ ସପ୍ତାହ ପୂର୍ବରୁ ହୋଲସେଲ ବଜାରରେ ରସୁଣର ମୂଲ୍ୟ କିଲୋଗ୍ରାମ ପିଛା ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା । ଏହି କାରଣରୁ ଖୁଚୁରା ବଜାରରେ କେଜି ପିଛା ମୂଲ୍ୟ ୫ଶହ ଟଙ୍କା ପାଖାପାଖି ବିକ୍ରି କରାଯାଉଥିଲା । ବର୍ତ୍ତମାନ ସମୟରେ ମଧ୍ୟପ୍ରଦେଶ ପରେ ରାଜସ୍ଥାନରୁ ମଧ୍ୟ ରସୁଣର ନୂଆ ଫସଲ ଯୋଗାଣ ଆରମ୍ଭ ହୋଇଯାଇଛି। ଏହାର ପ୍ରଭାବରେ ଆଜାଦପୁର ବଜାରରେ ରସୁଣ କିଲୋଗ୍ରାମ ପିଛା ୮୦ରୁ ୧୫୦ ଟଙ୍କା ମଧ୍ୟରେ ବିକ୍ରି କରାଯାଉଥିବା ସୂଚନା ମିଳିଛି । ସୁଶୀଲ କହିଛନ୍ତି ଯେ, ପ୍ରତିଦିନ ପ୍ରାୟ ୨୦ ଟ୍ରକ ରସୁଣ ମଧ୍ୟପ୍ରଦେଶରୁ ବିଭିନ୍ନ ବଜାରକୁ ଯୋଗାଯାଉଛି। ଏହା ବ୍ୟତୀତ ରାଜସ୍ଥାନରୁ ମଧ୍ୟ ରସୁଣ ଆମଦାନୀ ହେଉଛି ।

ମୂଲ୍ୟ ଆହୁରି କମିବ

ଆଗାମୀ କିଛି ଦିନ ମଧ୍ୟରେ ରସୁଣ ଦର ଆହୁରି ହ୍ରାସ ପାଇବ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି । ଅନ୍ୟପକ୍ଷରେ ପିଆଜର ମୂଲ୍ୟ ବଢିବାରେ ଲାଗିଛି। ଆଜାଦପୁର ପନିପରିବା ବଜାରର ପିଆଜ ବ୍ୟବସାୟୀ ସଂଘର ମୁଖ୍ୟ ଶ୍ରୀକାନ୍ତ ମିଶ୍ରଙ୍କ କହିବାନୁଯାୟୀ, ଅନ୍ୟ ରାଜ୍ୟରୁ ଆଜାଦପୁର ବଜାରକୁ ଆସୁଥିବା ପିଆଜର ହୋଲସେଲ ମୂଲ୍ୟ ବୃଦ୍ଧି ପାଇଛି । ପିଆଜ ରପ୍ତାନି କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କାରଣରୁ ବିଭିନ୍ନ ବଜାରରେ ପିଆଜ ଦର ସାମାନ୍ୟ ବୃଦ୍ଧି ପାଇଛି।

Also Read- Sahara India Refund List 2024: କେବଳ ଏହି ଜମାକାରୀ ଫେରସ୍ତ ପାଇବେ ସାହାରା ଟଙ୍କା, ଆସିଲା ତାଲିକା

Also Read- Budh-Shukra Rashi Parivartan: ବୁଧ ଏବଂ ଶୁକ୍ରଙ୍କ ଚଳନ, ୩ ରାଶିକୁ ଅର୍ଥ ପ୍ରାପ୍ତି